କ୍ଲାସରୁମରେ ସାର୍ଟ ଖୋଲି ଆରମରେ ଶୋଇଛନ୍ତି ଶିକ୍ଷକ, ଅପରିଷ୍କାର ଜାଗାରେ ମଧ୍ୟାହ୍ନ ଭୋଜନ କରୁଛନ୍ତି ପିଲାମାନେ :-

ଆମ ଦେଶରେ ଶିକ୍ଷାକୁ ଯେତେ ଅଧିକ ଗୁରୁତ୍ଵ ଦିଆଗଲେ ବି କେବଳ କିଛି ଲୋକଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ସମସ୍ୟାରେ ରହିଛି । ଏଇ ଯେମିତି ସ୍କୁଲ କର୍ତ୍ତୃପକ୍ଷଙ୍କ ଏବଂ ଶିକ୍ଷକଙ୍କ ନିୟମ ଭଙ୍ଗ । ସ୍କୁଲକୁ ଆସି ପାଠ ନପଢ଼ାଇ ଶୋଇବା ହେଉ କିମ୍ବା ଅନ୍ୟ କାମରେ ବ୍ୟସ୍ତ ରହିବା ହେଉ । ଏହିପରି ଅନେକ ସମସ୍ୟା ଦେଖା ଯାଉଛି । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ସ୍କୁଲର ଅବସ୍ଥା ବିଷୟରେ କହିବୁ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନା ଅନୁଯାୟୀ ଏହି ଲଜ୍ଜା ଜନକ ଦୃଶ୍ୟ ବୈଶାଲୀର ଭିଖନପୁରା ମଧ୍ୟ ବିଦ୍ୟାଳୟରୁ ଆସିଛି । ଯେଉଁ ସ୍କୁଲରେ ଜଣେ ଶିକ୍ଷକ ସାର୍ଟ ଖୋଲି ବେଞ୍ଚ ଉପରେ ଶୋଇଛନ୍ତି ଏବଂ ପିଲାମାନେ ଆବର୍ଜନା ଥିବା ସ୍ଥାନରେ ମଧ୍ୟାହ୍ନ ଭୋଜନ କରୁଛନ୍ତି । ତେବେ ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଲା ଏବଂ ଉକ୍ତ ଶିକ୍ଷକଙ୍କୁ ପଚରା ଉଚୁରା କରାଗଲା ସେତେବେଳେ ଶିକ୍ଷକ ନିଜ ଦେହ ଖରାପ ଥିବା କାରଣରୁ ଶୋଇ ପଡ଼ିଥିବା କହିଥିଲେ ।

ତେବେ ବର୍ତ୍ତମାନ ଏହି ପ୍ରଶ୍ନ ଆସୁଛି ଯେ ଯଦି ଶିକ୍ଷକ ଦେହ ଖରାପ ଥିବା କାରଣରୁ ଶୋଇ ପଡ଼ିଥିଲେ ତେବେ ଅନ୍ୟ ଶିକ୍ଷକ ମାନେ କେଉଁଠି ଥିଲେ । କାରଣ ମଧ୍ୟାହ୍ନ ଭୋଜନ ସମୟରେ ପିଲାମାନେ ଆବର୍ଜନାରେ ବସି କାହିଁକି ଖାଉଥିଲେ । ଉକ୍ତ ଅଭିଯୁକ୍ତ ଶିକ୍ଷକଙ୍କ ମନ୍ତବ୍ୟକୁ ସ୍କୁଲ ପ୍ରଧାନ ଶିକ୍ଷକ ମଧ୍ୟ ସମର୍ଥନ କରିଛନ୍ତି । କିନ୍ତୁ ଉକ୍ତ ସ୍କୁଲ ସମ୍ବନ୍ଧରେ ଆଉ ଏକ ଘଟଣା ସମସ୍ତଙ୍କ ସନ୍ଦେହ ବଢ଼ାଇ ଦେଇଛି ।

ପୂର୍ବରୁ ମଧ୍ୟ ସ୍କୁଲ ପରିସରରେ ଅର୍କେଷ୍ଟ୍ରା ଆୟୋଜନ କୁ ନେଇ ଏକ ଘଟଣା ଚର୍ଚ୍ଚା ସୃଷ୍ଟି କରୁଥିଲା । ତେଣୁ ବର୍ତ୍ତମାନ ସ୍କୁଲ ପିଲାଙ୍କ ଭବିଷ୍ୟତ ଉପରକୁ କଥା ଆସିବା କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଯଦି ଏପରି ହୁଏ ତେବେ ପିଲାଙ୍କ ଭବିଷ୍ୟତ କଣ ହେବ ?

Leave a Reply

Your email address will not be published. Required fields are marked *