ବିଅର ବୋତଲଗୁଡ଼ିକର ରଙ୍ଗ କେବଳ ସବୁଜ ଏବଂ ବାଦାମୀ କାହିଁକି? ବହୁତ କୌତୁହଳପୂର୍ଣ୍ଣ କାରଣ।

ବିଅର ଦୁନିଆର ସବୁଠାରୁ ପ୍ରିୟ ପାନୀୟ। ଦୁନିଆର ସର୍ବ ପୁରାତନ ପାନୀୟ ମଧ୍ୟରେ ପାଣି, ଚା ପରେ ବିଅର ତୃତୀୟ ସ୍ଥାନରେ ଅଛି । ଏକ ପୁରୁଣା ଆକଳନ ଅନୁଯାୟୀ, ସାରା ବିଶ୍ୱରେ ପ୍ରତିବର୍ଷ ୪୩,୫୨,୬୫,୫୦,୦୦,୦୦୦ ବିଅର ଲୋକ ପିଅନ୍ତି। ଆଜିର ଯୁଗରେ, ଏକ ପବ୍ ରେ ପାର୍ଟୀ ମୁଡ୍ ହେଉ କିମ୍ବା ସାଙ୍ଗମାନଙ୍କ ମଧ୍ୟରେ ଉତ୍ସବ ହେଉ, କିଛି ଦରକାରୀ ଜିନିଷ ଥାଉ ବା ନଥାଉ କିନ୍ତୁ ବିଅର ବୋତଲ ନିଶ୍ଚିତ ଥିବ।

କିନ୍ତୁ ଯେଉଁମାନେ ବିଅର ପିଅନ୍ତି ସେମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ସେମାନଙ୍କୁ ଦିଆଯାଇଥିବା ବୋତଲ ସବୁଜ କିମ୍ବା ବାଦାମୀ ରଙ୍ଗର। ଏହି ଦୁଇଟି ରଙ୍ଗ ବ୍ୟତୀତ ଆପଣ ଅନ୍ୟ ରଙ୍ଗର ବୋତଲରେ ବିଅର ଦେଖିଛନ୍ତି କି? କିନ୍ତୁ ଆଜି ବି ଆପଣ ଜାଣି ନଥିବେ କେବଳ ଏହି ଦୁଇଟି ରଙ୍ଗରେ ବିଅର ବୋତଲ କାହିଁକି ଆସେ।

ଅଧିକାଂଶ ଲୋକ କେବଳ ବିଅର ପିଅନ୍ତି କିନ୍ତୁ ବିଆର ବୋତଲ ର ଆଗ ପଛରେ କଣ ଲେଖା ହେଇଛି ବୋତଲ ର ରଙ୍ଗ କେମିତି ଏ ବିଷୟରେ ଜାଣନ୍ତି ନାହିଁ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହାର କାରଣ କ’ଣ? କୁହାଯାଏ ଯେ ପ୍ରାଚୀନ ମେସୋପୋଟାମିଆର ସୁମେରୀୟ ସଭ୍ୟତା ସମୟରୁ ମଣିଷ ବିଅର ବ୍ୟବହାର କରୁଛି।

ପ୍ରଥମ ବିୟର କମ୍ପାନୀ ହଜାର ହଜାର ବର୍ଷ ପୂର୍ବେ ପ୍ରାଚୀନ ଇଜିପ୍ଟରେ ଖୋଲିଥିଲା ବୋଲି କୁହାଯାଏ। କିଛିଦିନ ଗଲାପରେ ସ୍ୱଚ୍ଛ ବୋତଲରେ ବିୟର ଭର୍ତ୍ତି କରାଗଲା।ସେ ସମୟରେ ବିଅର ରଙ୍ଗ ଧଳା ଥିଲା।କିଛିଦିନ ପରେ ଦେଖାଗଲା ବିଅରରେ ଥିବା ଏସିଡ୍ କୁ ସୂର୍ଯ୍ୟ କିରଣରୁ ଆସୁଥିବା ଅଲଟ୍ରା-ବାଇଗଣି ରଶ୍ମି ନଷ୍ଟ କରିଦେଉଛି। ଏଥିପାଇଁ ବିଅର ବୋତଲ ଗନ୍ଦ ହେଲା ସେଥିପାଇଁ ଲୋକମାନେ ଅଧିକ ବିଅର ବ୍ୟବହାର କଲେନି।

ବିଅର ନିର୍ମାତାମାନେ ଏହି ସମସ୍ୟାର ସମାଧାନ ପାଇଁ ଏକ ଉପାୟ ଖୋଜିଲେ। ତା ପରେ ବିଅର ପାଇଁ ବାଦାମୀ ରଙ୍ଗର ବୋତଲ ବଛାଗଲା। ଏହି ରଙ୍ଗର ବୋତଲରେ ବିଅର ବିଅର ନଷ୍ଟ ହେଲାନି।କାରଣ ସୂର୍ଯ୍ୟ କିରଣ ବ୍ରାଉନ୍ ବୋତଲ ଉପରେ ପ୍ରଭାବ ପକାଇ ନଥାଏ।

ବାସ୍ତବରେ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବାଦାମୀ ରଙ୍ଗର ବୋତଲ ଅଧିକ ନଥିଲା ଏପରି ପରିସ୍ଥିତିରେ, ବିଅର ନିର୍ମାତାମାନଙ୍କୁ ଏପରି ରଙ୍ଗ ବାଛିବାକୁ ପଡୁଥିଲା, ଯାହା ସୂର୍ଯ୍ୟ କିରଣ ଦ୍ୱାରା ପ୍ରଭାବିତ ହେବ ନାହିଁ । ତା’ପରେ ବାଦାମୀ ରଙ୍ଗ ବଦଳରେ ସବୁଜ ରଙ୍ଗର ବୋତଲ ବ୍ୟବହାର କରାଗଲା। ସେବେଠାରୁ ସବୁଜ ବୋତଲରେ ବିୟର ଆସିବା ଆରମ୍ଭ ହେଲା ଏବଂ ଏବେ ମଧ୍ୟ ଆସୁଛି।

Leave a Reply

Your email address will not be published. Required fields are marked *