ଚୋରର ଚପଲ ଚୋରି କରିବାର କୌଶଳ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ଦେଖନ୍ତୁ ସିସିଟିଭି ଭିଡିଓ

ଚୋର ଯେତେବେଳେ ଚୋରି କରେ, ସେ ନିଜର ଭିନ୍ନ କୌଶଳ ଦେଖାଇବା ଭୁଲେ ନାହିଁ । ଅନେକ ଥର ଏପରି ହୁଏ ଚୋର ଆପଣଙ୍କ ନାକ ତଳେ ଚୋରି କରେ, କିନ୍ତୁ ଆପଣଙ୍କର ଟିକେ ହେଲେ ଧ୍ୟାନ ନଥାଏ । ତେଣୁ କୁହାଯାଏ ଯେ ଆଜିର ଯୁଗରେ ଲୋକମାନେ ସାବଧାନ ରହିବା ଉଚିତ୍ । ଚୋର କେତେବେଳେ ଚୋରି କରି ଚାଲିଯାଏ ଆପଣଙ୍କୁ ଜଣା ପଡ଼େ ନାହିଁ ।

ସୋସିଆଲ ମିଡ଼ିଆରେ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଆପଣ ଚିନ୍ତାରେ ପଡ଼ିଯିବେ । ଏହି ଭିଡ଼ିଓରେ ଚୋର ଦୋକାନକୁ ଆସି ଚୋରି କରେ, କିନ୍ତୁ କେହି ଜାଣିପାରନ୍ତି ନାହିଁ । ଏହାର ସିସିଟିଭି ଫୁଟେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ଏକ ଚୋର ଦୋକାନକୁ ଯାଇ ଦୋକାନୀଙ୍କୁ କିଛି ଟଙ୍କା ଦାନ କରିବାକୁ କୁହେ । କିନ୍ତୁ ଦୋକାନୀ ସେହି ବ୍ୟକ୍ତିଙ୍କୁ କୌଣସି ଦାନ ଦେବାକୁ ମନା କରନ୍ତି । କିନ୍ତୁ ଚୋର ଦୋକାନରୁ ଖାଲି ହାତରେ ଯିବାକୁ ଚାହୁଁନଥିଲା । ଦୋକାନୀଙ୍କୁ ତାଙ୍କ କଥାରେ ବ୍ୟସ୍ତ ରଖି ଅତି ସହଜରେ ଚୋରି କଲା । ତେବେ ସେ ଦୋକାନୀଙ୍କ ଚପଲ ଚୋରି କରେ ଯାହାକୁ ଦୋକାନୀ ନିଜ ଦୋକାନ ବାହାରେ ରଖିଥିଲେ ।

 

View this post on Instagram

 

A post shared by memes | comedy (@ghantaa)

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚୋରଟି ସାମାନ୍ୟ ଚପଲ ଚୋରି କରିଥିଲେ ମଧ୍ଯ ଲୋକମାନେ ତାଙ୍କ କୌଶଳ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ନେଟିଜେନ୍ସ ଏହି ଭିଡିଓ ଦେଖିବା ପରେ କମେଣ୍ଟ ବକ୍ସରେ ମଜାଦାର କମେଣ୍ଟ ଦେଇଛନ୍ତି । ଭିଡିଓଟି ଇନଷ୍ଟାଗ୍ରାମରେ ‘ଘଣ୍ଟା’ ନାମକ ମିମ୍ ପେଜ ଦ୍ୱାରା ଅପଲୋଡ୍ ହୋଇଥିଲା । ଏହି କ୍ଲିପକୁ ବର୍ତ୍ତମାନ ପର୍ଯ୍ୟନ୍ତ 47,000 ରୁ ଅଧିକ ଲାଇକ୍ ଏବଂ ଏକ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି । ଜଣେ ଉପଭୋକ୍ତା ଲେଖିଛନ୍ତି,’ ଏହିସବୁ ଦେଖିବା ବାକି ଥିଲା’ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଆସିଛି, କିଛି ତ ନେଇକି ହିଁ ଯିବି ।

Leave a Reply

Your email address will not be published. Required fields are marked *