ଭଗବାନ ଏତେ ବି ନିଷ୍ଠୁର ହେବେନି ମୁଁ ଆଜି ଯାହା ବି ହେଇଛି ମୋ ସ୍ତ୍ରୀ ପାଇଁ….

କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ । ଅର୍ଥାତ ଯଦି ଦେହ ଭଲ ନରହେ ତେବେ ମନ ଭଲ ରହେନାହିଁ ଏବଂ କିଛିବି କାମ କରିବାକୁ ଇଚ୍ଛା ହୁଏନାହିଁ । କିନ୍ତୁ କେତେବେଳେଯେ କଣ ଶାରୀରିକ ସମସ୍ୟା ହେବ ତାହା କିଏ ବା କହିବ ?? ଆପଣଙ୍କ ସାମ୍ନାରେ ବର୍ତ୍ତମାନ ହସୁଥିବା ଏବଂ ଖେଳୁଥିବା ମଣିଷଟିର ଆଗାମୀ ମୁହୂର୍ତ୍ତରେ କଣ ଯେ ସମସ୍ୟା ହେବ ତାହା କିଏ ବା କହି ପାରିବ ? ଆଉ ବର୍ତ୍ତମାନ ଜଣେ ସ୍ତ୍ରୀର ସ୍ୱାସ୍ଥ୍ୟ ଭଲ କରିବା ପାଇଁ ଜଣେ ସ୍ୱାମୀର ଅବସ୍ଥା ଦେଖିଲେ ଆପଣବି ଦୁଃଖିତ ହେବେ । ଜୀବନ ସାରା ସାଥି ହୋଇ ବାଟ ଚାଲିବାକୁ କଥା ଦେଇଥିଲା ସ୍ତ୍ରୀ । ଆଉ ଏବେ ଅଳ୍ପ ମୁହୂର୍ତ୍ତ ପାଇଁ ଯେତେବେଳେ ସ୍ତ୍ରୀ ହସ୍ପିଟାଲ ବେଡ଼ରେ ପଡ଼ି ରହିଛି ସେତେବେଳେ ସ୍ୱାମୀକୁ ତାହା ଅନେକ ବର୍ଷ ଭଳି ଲାଗିଛି ।

ତେବେ ଆମେ କହୁଛୁ ଇନଷ୍ଟାଗ୍ରାମରେ ଲୋକଙ୍କ ମନୋରଞ୍ଜନ କରାଉଥିବା ଅର୍ଜୁନ ଏବଂ ଖୁସିଙ୍କ କଥା । ଯେଉଁ ଦୁଇଜଣଙ୍କ ଯୋଡ଼ିକୁ ଦେଖିଲେ ଲୋକେ ମଧ୍ୟ ଈର୍ଷା କରନ୍ତି ଯେ ସ୍ୱାମୀ ସ୍ତ୍ରୀ ସବୁବେଳେ ଏତେ ଖୁସିରେ କିଭଳି ରହି ପାରୁଛନ୍ତି । ଆଜ୍ଞା ହଁ , ଆମେ ସେହି ଅର୍ଜୁନ ଏବଂ ଖୁସିଙ୍କ ବିଷୟରେ କହୁଛୁ । ଯେଉଁମାନେ କି ସବୁବେଳେ ଇନଷ୍ଟାଗ୍ରାମରେ ଭିଡ଼ିଓ ସେୟାର କରିଥାନ୍ତି ଏବଂ ସେମାନଙ୍କର ପ୍ରଶଂସକ ମଧ୍ୟ ବେଶ ଅଧିକ । ଆଜି କିନ୍ତୁ ଖୁସି ହସ୍ପିଟାଲର ବେଡ଼ରେ ମୃତ୍ୟୁ ସହିତ ଲଢ଼େଇ କରୁଛନ୍ତି । ଗତ ତିନି ଦିନ ହେବ ତାଙ୍କୁ ସାଲାଇନ ଲାଗିବା ସହୁତ କିଛିବି ଖାଦ୍ୟ ଖାଇ ନାହାଁନ୍ତି ।

ଏପଟେ ସ୍ୱାମୀ ଅର୍ଜୁନ କାନ୍ଦି କାନ୍ଦି କହିଛନ୍ତି ଯେ ଖୁସି ଗର୍ଭବତୀ ଥିଲେ ଏବଂ ମିସକ୍ୟାରେଜ ହେବା ପରେ ମନ ଦୁଃଖ ଥିଲେବି ଦୁହେଁ ମନକୁ ବୁଝେଇ ପୁଣିଥରେ ଖୁସିରେ ରହୁଥିଲେ ଏବଂ ମେଡ଼ିକାଲ ଚେକଅପ ପାଇଁ ଆସିଥିଲେ । କିନ୍ତୁ ହଠାତ ଯେ ଏଭଳି କିଛି ହୋଇଯିବ ତାହା କେହିବି ଭାବି ନଥିଲେ । ଗତ ତିନି ଦିନ ହେବ ଖୁସିଙ୍କ ନାକ ଏବଂ ପାଟିରୁ ରକ୍ତସ୍ରାବ ହେଉଥିବା କହିଛନ୍ତି ଅର୍ଜୁନ ।

ଏହାବ୍ୟତୀତ ସେ ସବୁ ଲୋକଙ୍କୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି । ଯେମିତି ତାଙ୍କ ସ୍ତ୍ରୀ ଖୁବଶୀଘ୍ର ଭଲ ହୋଇ ଫେରି ଆସନ୍ତୁ । ପୁଣି ସେ ଲୋକଙ୍କ ଠାରୁ ଇଚ୍ଛା ଅନୁଯାୟୀ ଅର୍ଥ ସାହାଯ୍ୟ ମାଗିଛନ୍ତି ଏବଂ କହୁଛନ୍ତି ଯେ ସମସ୍ତଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା ଖୁସି ନିହାତି ଭଲ ହୋଇ ତାଙ୍କ ପାଖକୁ ଫେରି ଆସିବେ ।

Leave a Reply

Your email address will not be published. Required fields are marked *