ବ୍ରେକପ ପରେ ଆଉ ଭଲ ପାଇବା ନାହିଁ, ଜଣଙ୍କ ପାଇଁ ମୁଁ ମୋ ସବୁ ଭଲ ପାଇବା ଓଜାଡ଼ି ଦେଇଥିଲି….

ଆପଣ ମାନେ ସମସ୍ତେ ମୁଁ ବିଜୟିନୀ ଧାରାବାହିକରେ ଅଭିନୟ କରୁଥିବା ହ୍ୟାଣ୍ଡସମ ବିଜୟ ଆନନ୍ଦଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ । ଯାହାଙ୍କୁ ପ୍ରାୟତଃ ସାଇକୋ ଲୋଭର ଚରିତ୍ରରେ ଦେଖା ଯାଇଥାଏ । ଯିଏକି ଅନେକ ସମୟରେ ପ୍ରଶଂସକଙ୍କ ଠାରେ ଚର୍ଚ୍ଚାର ବିଷୟ ହୋଇ ରହନ୍ତି । ତେବେ ବର୍ତ୍ତମାନ ସେହି ଅଭିନେତାଙ୍କର ବାସ୍ତବ ଜୀବନ ସହିତ ଜଡ଼ିତ କିଛି କଥା ମିଡିଆରେ ପ୍ରକାଶ ପାଇଛି ।

ଯେଉଁଠି ବିଜୟ ନିଜେ ନିଜେ କ୍ୟାରିଅର ଏବଂ ବ୍ୟକ୍ତିଗତ ଜୀବନ ସହିତ ଲୋଭ୍ ଲାଇଫକୁ ନେଇ ଖୁଲାସା କରିଛନ୍ତି । ପ୍ରଥମତଃ ବିଜୟ ମ୍ୟୁଜିକ ଭିଡ଼ିଓରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଆଉ ସେହି ମ୍ୟୁଜିକ ଭିଡ଼ିଓ ଜାରି ଥିବା ସମୟରେ ତାଙ୍କୁ ହଠାତ ସାର୍ଥକ ତରଫରୁ ପ୍ରସାରିତ ହେଉଥିବା ଧାରାବାହିକ ବିଜୟିନୀ ପାଇଁ କାଷ୍ଟ କରାଯାଇଥିଲା ।

ତାଙ୍କୁ କଲ ଆସିବା ପରେ ସେ ପ୍ରଥମେ ସେଥିପାଇଁ ମନା କରି ଦେଇଥିଲେ । ମାତ୍ର ପରେ କାମ କରବାକୁ ହଁ ଭରିଥିଲେ । ତେବେ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେହି ସିରିଏଲରେ ତାଙ୍କୁ ବେଶ ଭଲ ପାଇବା ମିଳିଥିଲା ଏବଂ ବର୍ତ୍ତମାନ ସେ ତୋରି ପାଇଁ ତୋ ପାଇଁ ସିରିଏଲରେ ଅଭିନୟ କରୁଛନ୍ତି । ବର୍ତ୍ତମାନ ସମୟରେ ଟିଆରପି ଅନୁଯାୟୀ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଧାରାବାହିକ ହେଉଛି ତୋରି ପାଇଁ ତୋ ପାଇଁ । ଯେଉଁଥିରେ ବିଜୟ ଏକ ସାଇକୋ ଲୋଭର ଚରିତ୍ରରେ ଅଭିନୟ କରୁଛନ୍ତି । ତାଙ୍କର ଏହି ଚରିତ୍ରର ଅଭିନୟକୁ ମଧ୍ୟ ଫ୍ୟାନ୍ସ ମାନେ ଖୁବ ଭଲପାଇବା ଦେଉଛନ୍ତି । ଆଉ ଯେଉଁଥି ପାଇଁ ବିଜୟ ବେଶ ଖୁସି ଥିବା ମଧ୍ୟ କହିଛନ୍ତି ।

ତେବେ ଯଦି ଆମେ ବିଜୟଙ୍କ ପରିବାର ବିଷୟରେ କହିବୁ ତେବେ ସେ ଘରର ସାନ ପୁଅ ଏବଂ ବୃତ୍ତି କହିବାକୁ ଗଲେ ସେ ଜଣେ କଳାକାର । ତେବେ ତାଙ୍କ ଲଭ ଲାଇଫ ବିଷୟରେ କହିଲେ , ସେ ଏବେ ସୁଦ୍ଧା ଏକାଧିକ ରିଲେଶନଶିପରେ ରହି ସାରିଛନ୍ତି , କିନ୍ତୁ କୌଣସି ରିଲେଶନଶିପ ଏବେ ସୁଦ୍ଧା ଅଧିକ ଦିନ ପର୍ଯ୍ୟନ୍ତ ଯାଇନାହିଁ ଏବଂ ଯେଉଁଥି ପାଇଁ ସେ ନିଜକୁ ଲଭରେ ଅନଲକି ବୋଲି କହିଛନ୍ତି ।

ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆଗକୁ ତାଙ୍କର ମନ ବୁଝି ପାରୁଥିବା ଭଳି ଭଲ ଝିଅ ମିଳେ ତେବେ ସେ ନିଶ୍ଚୟ ରିଲେଶନଶିପରେ ଆସିବେ । ତେବେ କହି ରଖିବୁ ଯେ ସିରିଏଲ ଚରିତ୍ର ଏବଂ ରିଏଲ ଲାଇଫର ବିଜୟ ମଧ୍ୟରେ ବେଶ ଫରକ ରହିଛି । ଆଉ ତାଙ୍କର ବର୍ତ୍ତମାନର ସିରିଏଲରେ ଦର୍ଶକ ତାଙ୍କ ପାଇଁ ବେଶ ଭଲ ପାଇବା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *