ନିଜର ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ୭ଟି ଶୁଭ ସଂକେତ। ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି।

ବନ୍ଧୁମାନେ ଆପଣ ମାନେ ଜାଣିଛନ୍ତି କି ଆମେ କର୍ମ ଏବଂ ତାହାର ଫଳ ବିଷୟରେ ସମସ୍ତେ ଜାଣୁ। ଏମିତି ହୁଏ କି ବେଳେବେଳେ ଆମେ କିଛି ଜିନିଷକୁ ଅପେକ୍ଷା କରୁ ହେଲେ ତାହା ସମୟ ଅବା ଭାଗ୍ୟ ଅନୁଯାୟୀ ଆମକୁ ମିଳେ।ସମୟ ବଡ଼ ମୂଲ୍ୟବାନ ହୋଇଥାଏ ତେଣୁ ଆମେ ଉଚିତ୍ ସମୟକୁ ଅପେକ୍ଷା କରିଥାଉ। କେବେକେବେ ଭଲ ସମୟ ଅବା ଭଲ ଫଳ ମିଳିଥାଏ ଅବା ଖରାପ ସମୟ ଆସିଲେ ଖରାପ ଫଳ ମିଳିଥାଏ।ସବୁ ସମୟ ଚକ୍ର ଅନୁଯାୟୀ ପରିବର୍ତ୍ତନ ହୁଏ ଯେପରି ଭଲ ସମୟ ମିଳୁଥିବା ଲୋକକୁ ଖୁସି ବା ସୁଖ ଶାନ୍ତି ମିଳେ।ଖରାପ ସମୟ ଆସୁଥିବା ଲୋକ ବହୁତ୍ ହଇରାଣ ହରକତ ହୁଏ।

ଆଜି ଆମେ ଜାଣିବା କେଉଁ କେଉଁ ଭଲ କାମ ପାଇଁ ଆମକୁ ଭଲ ସଂକେତ ମିଳିଥାଏ ଏବଂ କେଉଁ କାମ ଆମ ପାଇଁ ଖରାପ ହୋଇଥାଏ।ଯଦି ସକାଳୁ ଉଠିଲା ପରେ ନିଜ ମୁହଁକୁ ଦେଖିବା ପରେ ଯଦି ମୁହଁରେ କିଛି ଅଲଗା ଚମକ୍ ଆସିଥାଏ ତେବେ ଜାଣିନେବେ କି ଭଲ ସମୟ ଆସିବାକୁ ଯାଉଛି।

ଯଦି ବିନା କାରଣରେ ଆପଣଙ୍କ ପରିବାର ଲୋକଙ୍କ ଠାରୁ ଆପଣଙ୍କୁ ପଇସା ମିଳେ ତେବେ ଭାବିନେବେ କି ଆପଣଙ୍କର ଶୁଭ ସମୟ ଆସିବାକୁ ଅଛି।ଏହାର ମାନେ ଆପଣଙ୍କ ଜୀବନରେ ବର୍ଷ ବର୍ଷ ଧରି ରହିଥିବା ଚିନ୍ତା ଶୀଘ୍ର ଦୂରେଇ ଯିବାର ସମ୍ଭାବନା ରହିଛି। ଏହା ସହ ଧନର ବୃଦ୍ଧି ମଧ୍ୟ ଘଟିବ।ଯଦି ରାସ୍ତାରେ ଗଲାବେଳେ ଆପଣ ପାଣି ଭରା ହୋଇଥିବା ଜାଗା ଅବା ବାସନ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ।ଏହାର ଅର୍ଥ ଆପଣଙ୍କ କାର୍ଯ୍ୟ ସିଦ୍ଧି ହବାର ସମ୍ଭାବନା ରହିବା ସହିତ ଶୁଭ ଫଳ ମଧ୍ୟ ମିଳିବାକୁ ଯୋଗ ବନୁଅଛି।

ପଶୁ,ପକ୍ଷୀ ମାନେ ମଧ୍ୟ ଆମକୁ ଶୁଭ ଅବା ଅଶୁଭ ସଙ୍କେତ ଦିଅନ୍ତି।ଯଦି ଘରର ଆଖ ପାଖରେ ଗୋଟେ ବିଲେଇ ଛୁଆ ଜନ୍ମ କରିଥାଏ ତେବେ ଏହାକୁ ଶୁଭ ବୋଲି କୁହାଯାଏ।ଏହା ଦ୍ଵାରା ପରିବାରରେ ଖୁସିର ମହୋଲ ବନିଥାଏ। ଯଦି ବାହାରକୁ ଯିବା ସମୟରେ ଯଦି ଜଣେ ହସୁଥିବା ଛୁଆର ଚେହେରା ଦେଖନ୍ତି ତେବେ ବୁଝିଯିବେ କି ଆପଣଙ୍କ ଭଲ ସମୟ ଆସିବାକୁ ଅଛି।

ଏହା ସହ ଦିନ ମଧ୍ୟ ଭଲରେ କଟିବ।ସୁଖ ଏବଂ ଦୁଃଖ କୁହାଯାଏ କି ଭାଇ ଓ ଭଉଣୀ ତେବେ ଜୀବନରେ ସୁଖ ଆସିଲେ ଦୁଃଖ ମଧ୍ୟ ଆସେ।ଏହି ଦୁଇଟି ମଧ୍ୟରେ ଜୀବନ ବିତିଯାଏ ଓ ଦୁଃଖ ପରେ ସୁଖ ଆସେ ଏବଂ ସୁଖ ପରେ ଦୁଃଖ ଆସେ।ଖରାପ ସମୟ ଆସିବ ଆଗରୁ ଭଗବାନ ଆମକୁ ସଂକେତ ଦିଅନ୍ତି ଆସନ୍ତୁ ଜାଣିବା ଏହି ସବୁ ସଂକେତ ମାନ।

ସମସ୍ତେ ଜୀବନରେ ଖରାପ ସ୍ବପ୍ନ ଦେଖନ୍ତି ହେଲେ ଯଦି ବାରମ୍ବାର ଖରାପ ସ୍ବପ୍ନ ଦେଖନ୍ତି ତେବେ ଏହା ଖରାପ ସଂକେତ ହୋଇଥାଏ କି ଆପଣଙ୍କ ପରିବାରରେ କିଛି ଅନିଷ୍ଟ ହେବାକୁ ଯାଉଅଛି।ଏଥିରୁ ବଞ୍ଚିବାକୁ ଚାହୁଁଥିଲେ ପ୍ରତିଦିନ ଶୋଇବାକୁ ଗଲା ବେଳେ ହନୁମାନ ଚାଳିଶା ବହି ତକିଆ ତଳେ ରଖି ଶୁଅନ୍ତୁ। ଯଦି ଆପଣ ଘର ଝାଡୁ ଲଗେଇବା ସମୟରେ କିଛି ଏପରି ନୂଆ ଜିନିଷ ମିଳେ ଯାହା ଆପଣ କେବେ ଆଗରୁ ଦେଖିନାହାନ୍ତି।ତେବେ ବୁଝିଜିବେ କି କିଛି ଘଟଣା ଘଟିବା ଯାଉଛି।ସେହି ଜିନିଷକୁ ସେହି ଜାଗାରୁ ଉଠେଇ ତାକୁ ଭଲ ଜାଗାରେ ଅବା ତାକୁ ବିସର୍ଜନ କରିଦିଅନ୍ତୁ।ଏହା ଦ୍ବାରା ଦୁଃଖ କିଛି ପରିମାଣରେ କମିଯିବ।

ଯଦି ରାସ୍ତାରେ କୌଣସି କଳା ବିଲେଇ ଆପଣଙ୍କୁ ବଡ଼ ବଡ଼ ଆଖିରେ ଦେଖେ ତେବେ ବୁଝି ନେବେକି ଆପଣଙ୍କ ଉପରେ ଖରାପ ସମୟ ପଡ଼ିବାକୁ ଯାଉଛି।ଯଦି କୌଣସି କଳା ବିଲେଇ ଏପରି ଦେଖେ ତେବେ ଏହା ଅଶୁଭ ହୋଇଥାଏ। ଶାସ୍ତ୍ର ଅନୁଯାୟୀ କଳା ବିଲେଇକୁ ଅଶୁଭ ମାନା ଯାଇଛି ତେଣୁ ଯଦି ଏପରି ହୁଏ ତେବେ ବିଲେଇର ଆଖିକୁ ନଦେଖି ତାକୁ ଘଉଡାଇ ଦେବେ ଓ ଭଗବାନଙ୍କୁ ସ୍ମରଣ କରିବେ।ଏହା ଦ୍ଵାରା ଖରାପ ସମୟରେ ସୁଧାର ଆସିବ।ଏହି ସବୁ ଗୁଣ ଉପରେ ଧ୍ୟାନ ଦେଲେ ଆମ ଜୀବନ ଖୁସିରେ ବିତିବ।

Leave a Reply

Your email address will not be published. Required fields are marked *