ପାକିସ୍ତାନ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଓଡ଼ିଆ ପୁଅ ସଚିନ ବେହେରା…

ଭାରତର ନିଷ୍ଟlଇକର ଭାବରେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ କୀର୍ତ୍ତିମାନ କରିବାକୁ ଲକ୍ଷ୍ୟ ରଖିଛନ୍ତି |ପୂର୍ବରୁ ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟlଇକ ରେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡସ ରେ ନିଜ ନାମକୁ ଲିପି ବଦ୍ଧ କରାଇ ସାରିଥିବା ନୂଆପଡା ର ଏହି ଦୁଃସାହିକ କ୍ରୀଡ଼ାବିତ ଏବେ ପାଞ୍ଚ କେଜି ଏଙ୍କେଲ ୱଟେ ବାନ୍ଧି ଗୋଟିଏ ମିନିଟ ଆଣ୍ଠୁ ପ୍ରଘାତ ବା ନିଷ୍ଟlଇକ କରିବେ |ଏହି କ୍ରମରେ ସେ ପାକିସ୍ତାନ ର ବିଶ୍ୱ ପ୍ରସିଦ୍ଧ ମୁଷ୍ଟି ଯୋଦ୍ଧା ମହମ୍ମଦ ରସିଦ ଙ୍କ ଗିନିଜ ବିଶ୍ୱ ରେକର୍ଡ ଭାଙ୍ଗି ଦେଶ ପାଇଁ ଗର୍ବ ଓ ଗୌରବ ଆଣିବା ଆଶାରେ ରହିଛନ୍ତି |

ସୂଚନା ଯୋଗ୍ୟ ଯେ ସଚିନ ବେହେରା ପୂର୍ବରୁ ରେ ଗିନିଜ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି |ସଚିନ ହେଉଛନ୍ତି ନୂଆପଡା ଜିଲ୍ଲା, ବୋଡ଼େନ ବ୍ଲକ ର ଲରକା ଗ୍ରାମର ଲଷ୍ମୀପ୍ରସାଦ ବେହେରା ଓ ଆରତୀ ବେହେରା ଙ୍କ ସୁପୁତ୍ର |ନିଜର ଦ୍ୱିତୀୟ ଗିନିଜ ବିଶ୍ୱ କିର୍ତ୍ତୀମାନ ଲାଗି ଗତ ପନ୍ଦର ତାରିଖରେ ଅନୁମତି ପାଇଥିଲେ ସଚିନ |ଏହି ପ୍ରତିକ୍ଷିତ କାର୍ଯ୍ୟକ୍ରମ ଏକ୍ସପୋର୍ଟ ଉଇଟିନେସ ଭାବରେ ସୁଧୀର ଚନ୍ଦ୍ର, ଛତ୍ରିଆ, ସୌମ୍ୟରଞ୍ଜନ ଦାଶ, କିକ ପ୍ୟାଡ଼ କିପର ଭାବରେ ଅମନ ପାଣ୍ଡେ , ଟାଇମ କିପର ଭାବରେ କ୍ରୀଡ଼ାବିତ ସସ୍ମିତା ରାଉତରାୟ, ଗଜେନ୍ଦ୍ର ବାରିକ ଦାୟିତ୍ୱ ତୁଲାଇବେ |

ସଚିନ ସାମରିକ କଳାରେ ରୁଚି ରଖିଥିବା ସହିତ ଭୁବନେଶ୍ୱର ଠାରେ ଥିବା ହାଇଟେକ କଲେଜ ଅଫ ଫିଜିଓଥେରାପିରେ ଇଣ୍ଟନସିପ କରୁଛନ୍ତି |ଏହି ଖବର ପ୍ରଚାରିତ ହେବା ପରେ ବୋଡେନ ତଥା ନୂଆପଡା ଜିଲ୍ଲାରେ ଖୁସି ର ଲହରି ଖେଳି ଯାଇଛି |

Leave a Reply

Your email address will not be published. Required fields are marked *