ଭଙ୍ଗା ହେଉଛି ବାହନଗା ସ୍କୁଲ : ପ୍ରଶାସନ ନେଲା ବଡ କାର୍ଯ୍ୟାନୁଷ୍ଠାନ…

ଭୟ କିଛି ବି କରିପାରେ, ଏ କଥା ଆପଣ ସମସ୍ତେ ଜାଣିଥିବେ । ଭୟ ପାଇଁ ମଣିଷ କେଉଁ କେଉଁ ବାଟ ଗ୍ରହଣ କରିପାରେ , ତାହା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ସେଦିନର ଟ୍ରେନ ଦୁର୍ଘଟଣା ପାଇଁ ବର୍ତ୍ତମାନ କେଉଁ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସମୟରେ ବଡ ଖବର ସାମ୍ନାକୁ ଆସିଛି ଯେ , ବାହନଗା ସ୍କୁଲ ଭଙ୍ଗା ହେଉଛି । ଆଉ ଗ୍ରୀଷ୍ମ ଛୁଟି ଖୋଲିବା ପୂର୍ବରୁ ସବୁ କିଛି କାମ ସରିଯିବ ବୋଲି ସୂଚନା ମିଳିଛି । ଯାହା ବର୍ତ୍ତମାନ ସୂଚନା ରହିଛି , କେବଳ ପିଲା ମାନଙ୍କ ଭୟ ପାଇଁ ଏପରି ପଦକ୍ଷେପ ନିଆ ଯାଉଛି ।

ତେବେ ସୂଚନା ଥାଉ ଯେ , ଗତ ୨ ତାରିଖ ଦିନ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଆଉ ଯାହାର ପରିଣାମସ୍ୱରୂପ ଚାଲି ଯାଇଥିଲା ଶହ ଶହ ଲୋକଙ୍କ ଜୀବନ । ପୋକ ମାଛି ଭଳି ଲୋକ ପ୍ରାଣ ହରାଇ ଥିଲେ , କାହାର ହାତ ତ ଆଉ କାହାର ଗୋଡ ପୁଣି ଆଉ କାହାର ମୁଣ୍ଡ ଅଲଗା ହୋଇ ଯାଇଥିଲା । ହା ହା କାର ହୋଇ ଯାଇଥିଲା ପରିବେଶ । ଏକ କଳା ରାତି ମାଡି ଆସିଥିଲା ସମସ୍ତଙ୍କ ଜୀବନରେ । କେତେ ହୃଦୟ ବିଦାରକ ଥିଲା ସେହି ଦୃଶ୍ୟ , ତାହା ଯିଏ ଦେଖିଛି ସେ ହିଁ ଜାଣିଛି ।

ତେବେ ଏହାପରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମରେ ଶବ ଗୁଡ଼ିକୁ ବାହନଗା ସ୍କୁଲ ପରିସରକୁ ନିଆ ଯାଇଥିଲା । ଆଉ ସେଠାରୁ ଲୋକେ ଆସି ନିଜ ନିଜ ପରିବାର ଲୋକଙ୍କ ଶବ ଚିହ୍ନଟ କରି ନେଇ ଯାଇଥିଲେ ଆଉ ବାକି ଶବ ଗୁଡ଼ିକୁ ଭୁବନେଶ୍ୱର ପଠାଇ ଦିଆ ଯାଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତି ସ୍ଵାଭାବିକ ହେବା ପରେ ଗୋଟିଏ କଥା ଲୋକ ମାନେ କହିବାରେ ଲାଗିଥିଲେ କି , ସ୍କୁଲ ପରିସର ମଧ୍ୟରେ ଭୂତ ଅଛି । ରାତିରେ ଭୂତ କାନ୍ଦିବାରେ ଲାଗିଛି ଆଉ କବାଟ ଝରକା ବାଡେଇ ଦେଉଛି । ଆଉ ସେମାନେ ସେଠାରେ ରହିପାରିବେ ନାହିଁ ବୋଲି କହିବାରେ ଲାଗିଥିଲେ ।

ତେଣୁ ସେହି ଲୋକ ମାନଙ୍କ କଥାକୁ ସମ୍ମାନ ଜଣାଇ ପ୍ରଶାସନ ସ୍କୁଲ ଘର ଗୁଡ଼ିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିଲା ଆଉ ଆଜି ଆରମ୍ଭ ହୋଇ ଯାଇଛି ସ୍କୁଲ ଘର ଭାଙ୍ଗିବା । ଛୁଟି ଖୋଲିବା ଆଗରୁ ସବୁ କାମ ସରିଯିବ ଯେମିତି , ତାହା ଲକ୍ଷ୍ୟ ରଖାଯାଇଛି ।ଗତକାଲି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ସ୍କୁଲରେ ପହଞ୍ଚି ଅଭିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ । ଆଉ ପିଲା ମାନଙ୍କୁ ଭୟଭୀତ ନ କରାଇବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *