ବର୍ଷା ପାଣି ଭସାଇ ନେଇ ଯାଉଛି ଚାଉଳ ବୋଝେଇ ଟ୍ରକକୁ , ଭାଇରାଲ ହେଉଛି ଭିଡ଼ିଓ

ବର୍ତ୍ତମାନ ସମୟରେ ସାରା ଭାରତରେ ବର୍ଷା ଲାଗିରହିଛି । ବର୍ଷାର ପରିଣାମ ଧୀରେ ଧୀରେ ବଢିବାକୁ ମଧ୍ୟ ଲାଗିଛି । ଗ୍ରୀଷ୍ମ ପ୍ରବାହ ଏତେ ପ୍ରଖର ଥିବା କାରଣରୁ ଲୋକମାନେ ଟିକିଏ ବର୍ଷା ପାଇଁ ଅନାଇ ବସିଥିଲେ ଆଉ ଏହାରି ମଧ୍ୟରେ ବର୍ଷା ମଧ୍ୟ ହେଲା । ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ସାରା ଓଡିଶାକୁ ଭସାଇ ଦେବା ସହିତ ଏହାର ଆଖପାଖ ରାଜ୍ୟକୁ ମଧ୍ୟ ଭସାଇବାର ଲାଗିଛି ।

ତେବେ ଏହି ବର୍ଷା ଯୋଗୁଁ ଗ୍ରୀଷ୍ମ ଦାଉରୁ ବାସ୍ତବରେ ଟିକିଏ ର-କ୍ଷା ମିଳୁଛି ଆଉ ଥଣ୍ଡା ମଧ୍ୟ ଅନୁଭବ ହେବାକୁ ଲାଗୁଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଗୋଟିଏ ଭିଡ଼ିଓ । ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ଗୋଟିଏ ମାଲ ବୋଝେଇ ଟ୍ରକ ପାଣିର ପ୍ରଖର ସୁଅରେ ଭାସି ଭାସି ଯାଉଛି । ଆଉ ଲୋକମାନେ ଏହାକୁ ଦେଖୁଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓଟି ମାଲକାନଗିରି ଜିଲ୍ଲାର ସୀମା ଛତିଶଗଡ଼ର ବିଜାପୁରର ଅଟେ । ଜଣେ ବ୍ୟକ୍ତି ନିଜ ମାଲ ବୋଝେଇ ଟ୍ରକ ମାଧ୍ୟମରେ ପିଡ଼ିଏସ ଚାଉଳ ନେଇ ବଣ୍ଟନ କରିବା ପାଇଁ ଯାଉଥିଲେ । କିନ୍ତୁ ଏକ ପୋଲ ପାଖରେ ଘଟି ଯାଇଥିଲା ଅଘ-ଟଣ । ହଠାତ ରାସ୍ତାରେ ପୋଲଟି ଭା-ଙ୍ଗି ଯାଇଥିଲା । ଆଉ ଏହି ସମୟରେ ଟ୍ରକଟି ସେଥିରେ ଭାସି ଯାଇଥିଲା । ପାଣିର ସୁଅ ଏତେ ତୀବ୍ର ରହିଥିଲା ଯେ ଟ୍ରକ ଘୁରି ଘୁରି ଭାସୁଥିଲା ।

ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓକୁ ଦେଖି ସମସ୍ତେ ଭ-ୟଭୀ-ତ ହୋଇ ଯାଇଛନ୍ତି । ବର୍ଷା ପାଣି ସେହି ଅଞ୍ଚଳକୁ ଆଚ୍ଛାଦିତ କରି ରଖିଛି ଏବଂ ନଦୀରେ ପାଣି ମଧ୍ୟ ବଢିଯାଇଛି । ଯେଉଁଥିପାଇଁ ଏହା ଚିନ୍ତାର କାରଣ ପାଲଟି ଯାଇଛି । ଏହା ଯୋଗୁଁ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ମଧ୍ୟରେ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଆଗକୁ ପରିସ୍ଥିତି କଣ ହେବ , ସେ କଥା ଜଣାନାହିଁ । କିନ୍ତୁ ଟ୍ରକର ଏଭଳି ଅବସ୍ଥା ଦେଖି ଅତ୍ୟନ୍ତ ଭ-ୟଙ୍କ-ର ଅନୁଭବ ହେଉଛି ।

Leave a Reply

Your email address will not be published. Required fields are marked *