ଦୁଇ ଗୋଡ଼ରେ ଅବିକଳ ମଣିଷ ଭଳି ଦୌଡ଼ିଲା ମାଙ୍କଡ଼ , ଭିଡ଼ିଓ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହେବେ :-

ଆମେ ମାନେ ସମସ୍ତେ ମାଙ୍କଡ଼ର ପ୍ରବୃତ୍ତି ଜାଣିଛୁ । ଗୋଟିଏ ଗଛରୁ ଆଉ ଗୋଟିଏ ଗଛକୁ ଡେଇଁବା ତାର ଧର୍ମ । କହିବାକୁ ଗଲେ ମଣିଷ ସହିତ ଅନେକ ସମାନତା ରହିଛି କିନ୍ତୁ ଗୋଡ଼ ହାତ ବିଷୟରେ କହିଲେ ମଣିଷ ଦୁଇଟି ଗୋଡ଼ରେ ଚାଲିଥାଏ କିନ୍ତୁ ମାଙ୍କଡ଼ ଚାରୋଟି ଗୋଡ଼ରେ । ଆମ ପୂର୍ବ ପୁରୁଷ ଏବଂ ଆମେ ମାନେ ମଧ୍ୟ କୁଆଡ଼େ ମାଙ୍କଡ଼ ଠାରୁ ଆସିଛୁ । ଆଉ ବିଜ୍ଞାନରେ ବିବର୍ତ୍ତନ ଅନୁଯାୟୀ ଏହା ମଧ୍ୟ ସତ ଅଟେ । କିନ୍ତୁ କଣ ଆପଣ କେବେ କୌଣସି ମାଙ୍କଡ଼କୁ ସମ୍ପୂର୍ଣ୍ଣ ଭାବରେ ମଣିଷ ଭଳି ଚାଲୁଥିବାର ଦେଖିଛନ୍ତି କି?

ଉତ୍ତର ନିଶ୍ଚିତ ଭାବରେ ନା ଆସିବ । କାରଣ ଯଦିବି ମାଙ୍କଡ଼ ଦୁଇ ଗୋଡ଼ରେ ଛିଡ଼ା ହୋଇଥିବାର ଆପଣ ଦେଖିଥିବେ ତାହା ଖୁବ କମ ସମୟ ପାଇଁ । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରଲ ହେଉଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ବାସ୍ତବରେ ତାହା ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ମଧ୍ୟ । ଭିଡ଼ିଓଟି ଏକ ମାଙ୍କଡ଼ର । ଯେଉଁଠି ମାଙ୍କଡ଼ ପୁରାପୁରି ମଣିଷ ଭଳି ଚାଲିବାରେ ଲାଗିଛି । ତାହା ପୁଣି କେବଳ ଦୁଇ ଗୋଡ଼ରେ ।

ପୁଣି ଦୁଇ ହାତ ମଣିଷ ଭଳି ଉପରକୁ ରହିଛି । ତେବେ ଭିଡ଼ିଓରେ ଦେଖି ପାରୁଥିବା ଭଳି ମାଙ୍କଡ଼ଟି କେବଳ ଚାଲୁନାହିଁ ବରଂ ଦୌଡ଼ିବାରେ ଲାଗିଛି । କେତେବେଳେ ରାସ୍ତାରେ ଜୋରରେ ଚାଲୁଛି , କେତେବେଳେ ଦୁଡୁଛି ତ କେତେବେଳେ ପାଖରେ ଥିବା ରେଲିଂ ଉପରକୁ ଉଠି ପୁଣି ତଳକୁ ଡେଇଁ ପଡୁଛ । କିନ୍ତୁ ଏହି ସମୟରେ ତା ଫର୍ମରେ ଆଦୋୖ ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ସେ ଅନ୍ୟ ଦୁଇ ଗୋଡ଼କୁ ଆଦୋୖ ବ୍ୟବହାର କରିନାହିଁ ।

ତେବେ ଏପରି ଏକ ଆକର୍ଷଣୀୟ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ମାଙ୍କଡ଼ଟିର ଚାଲିବା ଶୈଳୀରୁ ଏହା ଅନୁମାନ ହେଉନାହିଁ ଯେ ସେ ମାଙ୍କଡ଼ ବୋଲି । ଏହି ଭିଡ଼ିଓ ଉପରେ ୟୁଜର ମାନେ ଅନେକ ଲାଇକ କରିଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ବାସ୍ତବରେ ପ୍ରଶିକ୍ଷଣ ଦ୍ୱାରା ମାଙ୍କଡ଼ଟି ଯେଉଁ ଭଳି ଭାବରେ ମଣିଷ ଭଳି ଚାଲିଛି ତାହା ଜଣେ କ୍ରୀଡ଼ାବିତ ଚାଲୁଥିବା ଭଳି ମନେ ହେଉଛି । ଦର୍ଶକ ଏହାକୁ ଦେଖିବାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *