ଓଡିଶା ପାଇଁ ଘନେଇଗଲାଣି ବଡ଼ ବିପଦ, ଏହି ମସିହା ବେଳକୁ ଆଉ ନଥିବ ଓଡିଶା। ପାଣିରେ ବୁଡିଯାଇଥିବ ଅଧା ରାଜ୍ୟ।

ଏହି ମସିହାରେ ପାଣିରେ ଲୀନ ହୋଇଯିବ ଓଡିଶା। ଯୁଆଡେ ଦେଖିଲେ ଥିବ ଖାଲି ପାଣି ଆଉ ପାଣି। ତ୍ରାହି ତ୍ରାହି କହି ଡାକ ଛାଡିବେ ରାଜ୍ୟବାସୀ।ଆଜ୍ଞା ହଁ ବନ୍ଧୁଗଣ କିଛି ଏମିତି ତଥ୍ୟ ସାମ୍ନାକୁ ଆସିଛି ଯାହା ଛାଞ୍ଚଲ୍ୟ ଖେଳାଇଦେଇଛି। ସିଙ୍ଗାପୁର ନ୍ୟାସନାଲ ବାଇଟ ସେଟେଲାଇଟ ଡାଟା କରିଥିବା ଏକ ଗବେଷଣାରେ ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଭାରତର ଅନେକ ରାଜ୍ୟ ବୁଡିଯିବ ନେଇ କରାଯାଇଛି ଉଲ୍ଲେଖ।

ଏସେନଏସଡ଼ିଓ ଅଧ୍ୟୟନ ଅନୁସାରେ ସମୁଦ୍ର ସ୍ତର ବଢୁଥିବା କାରଣରୁ ଚୀନର ପ୍ରାୟ ଅଧା ସହର ମଧ୍ୟମରୁ ଗମ୍ଭୀର ସ୍ତରର ପୁଷ୍କଳନ ଦ୍ୱାରା ପ୍ରଭାବିତ ହୋଇଛି। ଯାହା ଦ୍ୱାରା ଲକ୍ଷ ଲକ୍ଷ ଲୋକେ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ରହିଛି ଆଶଙ୍କା। ନାସା ଏବଂ ଇଣ୍ଟରନେସନାଲ ଗଭରମେଣ୍ଟର ତାମିଲ ଏବଂ କ୍ଳାଇମେଣ୍ଟ ଚେଞ୍ଚ ରିପୋର୍ଟ ହିସାବରେ ବର୍ତ୍ତମାନ ଦୁନିଆରେ ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବ ଦ୍ୱାରା ସ୍ଥିତି ବିଗିଡିବାରେ ଲାଗିଲାଣି।

ଭାରତରେ ଅନେକ ସହର ୨୦୧୦୦ ବେଳକୁ ବୁଡିଯିବାର ରହିଛି ଯଥେଷ୍ଟ ସମ୍ଭାବନା। ଅନେକ ସହର ଏହା ମଧ୍ୟରେ ମଧ୍ୟ ରହିଛି ସାମିଲ। ପ୍ରଥମରେ ତ ରହିଛି ମୁମ୍ବାଇ। ମୁମ୍ବାଇ ପାଇଁ ରହିଛି ବିପଦ। ଯାହା ବାସ୍ତବରେ ଅବିଶ୍ୱାସନୀୟ। ଗ୍ଲାମର ପାଇଁ ବେସ ପ୍ରସିଦ୍ଧ ଲାଭ କରିଥିବା ମୁମ୍ବାଇ ଏବେ ଚିନ୍ତା ଜନକ ଭବିଷ୍ୟତର ସାମ୍ନା କରୁଛି।ନାସା ଏବଂ ଆଇପିସିସି ରିପୋର୍ଟ ଅନୁସାରେ ମୁମ୍ବାଇରେ ୨୦୧୦୦ ବେଳକୁ ସହରର ଅଧାରୁ ଅଧିକ ଭାଗ ପାଣିରେ ବୁଡି ହୋଇ ରହିଥିବ। ଆଉ ଚାରିଆଡେ ଲୋକେ ତ୍ରାହି ତ୍ରାହି କରୁଥିବେ। କିନ୍ତୁ ପାଣିରେ ଉଦ୍ଧାର ହୋଇପାରୁନଥିବେ।

ମୁମ୍ବାଇ ପରେ ଚେନାଇରେ ରହିଛି ସମାନ ବିପଦ। ନାସାର ଭବିଷ୍ୟତ ବାଣୀ ହିସାବରେ ୨୦୧୦୦ ବେଳକୁ ଚେନ୍ନାଇ ୧.୮୭ ଫୁଟ ପାଣିରେ ଲୀନ ହୋଇପାରେ। ଭାସିଯାଇପାରେ ପୁରା ସହର। ସମାନ ଭାବରେ ବିଶାଖାପାଟଣା ମଧ୍ୟ ଆନ୍ଧ୍ରପ୍ରଦେଶର ଏକ ସୁନ୍ଦର ସହର। ଯାହାକୁ ସାଧାରଣ ଭାବରେ ଆପଣ ମାନେ ଭାଇଯାତ ବୋଲି କହିଥାନ୍ତି।୧୭୩୪ ରେ ସ୍ଥାପିତ ହୋଇଥିବା ଏଇ ସହରରେ ଆଗକୁ ବିପଦ ଆସୁଥିବା ଜଣା ପଡ଼ିଛି। ଆଉ ଆମେ ଯଦି ଓଡିଶା କଥା କହିବା ତେବେ ବିଶେଷ ଭାବରେ ଯଦିଓ ଓଡିଶା ବିଷୟରେ ଉଲ୍ଲେଖ କରାଯାଇନାହିଁ ତଥାପି ଓଡିଶାକୁ ରହିପାରେ ଭୟ। କାରଣ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ହେଉଛନ୍ତି ନିକଟତମ ରାଜ୍ୟ। ଓଡିଶା ଆନ୍ଧ୍ର ବୋଡ଼ର୍ରରେ ଅନେକ ଜିଲ୍ଲା ରହିଛି।

ଯଦି ଆନ୍ଧ୍ରପ୍ରଦେଶରେ କ୍ଷତିଗ୍ରସ୍ତ ହେଉଛି କିମ୍ବା ପାଣିରେ ବୁଡୁଛି ତେବେ ନିହାତି ଭାବରେ ତାର ପ୍ରଭାବ ଅଳ୍ପ ହେଲେ ମଧ୍ୟ ଓଡିଶା ଉପରେ ପଡିପାରେ ବୋଲି ଆକଳନ କରାଯାଉଛି। ତେବେ ଦେଖାଯାଉ ବର୍ତ୍ତମାନ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ଭବିଷ୍ୟବାଣୀ ଭବିଷ୍ୟତରେ କେତେ ମାତ୍ରାରେ ସତ ବୋଲି ପ୍ରମାଣିତ ହେଉଛି। ଆଉ ଯଦି ଭବିଷ୍ୟତରେ ସତରେ କିଛି ଏମିତି ଘଟେ ତେବେ ନିହାତି ଭାବରେ ଭାରତ ସହିତ ଏହାର ଅନେକ ରାଜ୍ୟ ପାଣିରେ ପୁରା ଲୀନ ହୋଇଯାଇପାରେ।

Leave a Reply

Your email address will not be published. Required fields are marked *