ଚାହୁଁ ଚାହୁଁ ବଦଳିଯିବ ପାଗ, ଆସନ୍ତା ୨୪ ଘଣ୍ଟାରେ ମାଡି ଆସୁଛି ଝଡ଼ ତୋଫାନ। ଏହିସବୁ ଜିଲ୍ଲାରେ ପବନ ବହିବ।

ତାତି ଚାରିଆଡେ ଖାଲି ତାତି ଆଉ ତାତି ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଅଣନିଶ୍ୱାସୀ କରି ପକାଉଥିବା ବେଳେ ହଠାତ ବଦଳି ଯାଇଛି ପାଗର ମୋଡ଼। ଆସନ୍ତା କାଲି ଠାରୁ ସବୁକିଛି ବଦଳିଯିବ। ଆକାଶରୁ ଉଭେଇଯିବ ଡ଼ହ ଡହ ଖରା। ହଠାତ ବଦଳିଯିବ ଆକାଶର ରଙ୍ଗ। କାହିଁକିନା ମାଡି ଆସୁଛି ଭୟଙ୍କର ଝଡ଼ ତୋଫାନ ବର୍ଷା। ଠିକ ଏହି ସମୟରେ ବିଜୁଳି ଘଡଘଡି ମାରିବ। ଆସନ୍ତା କାଲି ଠାରୁ କାଳବୈଶାଖୀ ହେବାର ସମ୍ଭାବନା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।

୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଉଠିବ ସୁଉଚ୍ଚ ଲହଡି। ଉତ୍ତର ଓଡ଼ିଶାରେ ଝଡ଼ ବାତ୍ୟା ନେଇ ପାଣିପାଗ ବିଭାଗ ବଡ଼ ସୂଚନା ଦେଇଛି।।କାଲି ଏବଂ ପହରଦିନ ଝଡ଼ ତୋଫାନର ଆଶଙ୍କା ରହିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ଦୁଇ ଦିନ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଆସନ୍ତା କାଲି ଠାରୁ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଝଡ଼ତୋଫାନ ନେଇ ଉତ୍ତର ଉପକୂଳ ଓଡ଼ିଶାକୁ ସତର୍କତା ଜାରି କରାଯାଇଛି। ଆସନ୍ତା କାଲି ଠାରୁ ୮ ତାରିଖ ପର୍ଯ୍ୟନ୍ତ ସାଂଘାତିକ ସ୍ଥିତି ହେବ ବୋଲି ପାଣିପାଗ ବିଭାଗ ଆଗୁଆ ସତର୍କ କଲାଣି। ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆସ୍ୱସ୍ତି ମିଳିବ ସତ କିନ୍ତୁ ପୁଣି କଲବଲ କରିବ କାଳବୈଶାଖୀ। ବଢିବ ବର୍ଷାର ପରିମାଣ। ୩ ରୁ ୫ ଡିଗ୍ରୀ ଯାଏଁ ଖସିବ ତାପମାତ୍ରା। ସେପଟେ ଆଜି ପାଇଁ ହିଟ ୱେବ ନେଇ ୪ ଟି ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଥିବା ବେଳେ ପ୍ରବଳ ଖରାରୁ ତ୍ରାହି ଦେବ କାଳବୈଶାଖୀ ବର୍ଷା। ଆସନ୍ତା କାଲି ଠାରୁ ପାଗର ହେବ ପରିବର୍ତ୍ତନ। ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।

ବିଶେଷକରି କାଲି ଠାରୁ କାଳବୈଶାଖୀ ବର୍ଷାର ବିସ୍ତୃତି ବୃଦ୍ଧି ପାଇବ। ଯେଉଁଥିପାଇଁ ତାପମାତ୍ରା ୨ ଦିନ ପରେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ହ୍ରାସ ପାଇବ। ୭ ରୁ ୮ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେଥିପାଇଁ ବାଲେଶ୍ଵର ଭଦ୍ରକ ଯାଜପୁର କେନ୍ଦ୍ରାପଡା କଟକ ଜଗତସିଂହପୁର ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କେନ୍ଦୁଝର ମୟୁରଭଞ୍ଜ ଅନୁଗୁଳ ଢେଙ୍କାନାଳ କଁଦ୍ଧମାଳ ରାୟଗଡା କୋରାପୁଟ ଓ କଳାହାଣ୍ଡିରେ ୩୦ ରୁ ୪୦ କିଲୋମିଟର ବେଗରେ ଝଡ଼ ତୋଫାନ ହେବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *