ବିନା ଫ୍ଲାଇଟ ଟିକେଟରେ ୧୬୭୭ ମାଇଲ ଯାତ୍ରା କଲା ୯ ବର୍ଷର ବାଳକ, ଏପରି ଦୁଷ୍ଟାମୀ କେହିବି କରି ନଥିବେ :-

ଛୋଟ ପିଲାଙ୍କ କାଣ୍ଡ କାରନାମା କଥା ତ ନକହିବା ହିଁ ଭଲ । ସେମାନଙ୍କ ଚିନ୍ତାଧାରା ଯେତେ ପ୍ରଖର ଦୁଷ୍ଟାମୀ ତାଠାରୁ ବି ଅଧିକ । ସମୟ ସମୟରେ ଛୋଟ ପିଲା ମାନେ ଏପରି କାଣ୍ଡ କରିଥାନ୍ତି ଯାହାକୁ ଦେଖି ବଡ଼ ଲୋକ ବି ମୁଣ୍ଡରେ ହାତ ଦିଅନ୍ତି । ଆପଣ ମାନେ ବି ସୋସିଆଲ ମିଡିଆରେ ଏମିତି ଅନେକ ଘଟଣା ଶୁଣିଥିବେ ଯାହାକି ଆପଣଙ୍କୁ ହସିବାକୁ ବାଧ୍ୟ କରିଥାଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଏକ ଛୋଟ ପିଲାର ଏପରି କାରନାମା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ସ୍ୱପ୍ନରେ ବି ଏପରି ସତ ହୋଇପାରିବ ବୋଲି ବିଶ୍ୱାସ କରିବେ ନାହିଁ । ତେଣୁ ସମ୍ପୂର୍ଣ୍ଣ ଘଟଣାକୁ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଜଣେ ଛୋଟ ପିଲା ନିଜ ଘର ଠାରୁ ଦୂର ୧୬୭୭ ମାଇଲ ତାହା ପୁଣି ଫ୍ଲାଇଟ ରେ ଯାତ୍ରା କରିଛି । କଥାଟା ଶୁଣି ନିଶ୍ଚିତ ଭାବରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ କାରଣ ଗୋଟିଏ ଛୋଟ ପିଲା ଏକୁଟିଆ ଏତେ ଦୂର ଯାତ୍ରା କରିବା କୌଣସି ସାଧାରଣ କଥା ନୁହେଁ । ତାହା ପୁଣି ନିଜ ଅବିଭାବକ ବିନା । ତେବେ ଏହି ଘଟଣା ଏକ ବାସ୍ତବ ଘଟଣା ଅଟେ ଯାହାକି ବ୍ରାଜିଲ ର ବୋଲି ଜଣା ପଡ଼ିଛି ।

ସୂଚନା ଅନୁଯାୟୀ ପିଲାଟିର ନାମ ଇମାନୁଏଲ ମାର୍କୁଜ ଦି ଅଲିଭେରା ଯାହାଙ୍କ ବୟସ ୯ ବର୍ଷ । ବ୍ରାଜିଲ ର ଉତ୍ତର ପଶ୍ଚିମ ଅଞ୍ଚଳରେ ରହୁଥିବା ଏହି କୁନି ପିଲାଟି ବିନା ଟିକେଟ ରେ ୧୬୭୭ ମାଇଲ ଫ୍ଲାଇଟ ରେ ଯାତ୍ରା କରିଛି ତାହା ପୁଣି ଏକାକୀ ଏବଂ ବିନା ଟିକେଟ ରେ । ଘଟଣା ଅନୁଯାୟୀ ୨୬ ଫେବୃଆରୀ ସକାଳ ପରେ ପିଲାଟିକୁ ନିଜ ଘରେ ତାଙ୍କ ମା ଆଉ ଦେଖିବାକୁ ପାଇ ନଥିଲଲେ । ତା ପୂର୍ବରୁ ୫.୩୦ ପର୍ଯ୍ୟନ୍ତ ଶୋଇଥିବାର ଦେଖିଥିଲେ ମା । କିନ୍ତୁ ପରେ ତାଙ୍କୁ ରୁମରେ ନପାଇବା କାରଣରୁ ତାଙ୍କ ମା ଘର ସାରା ଖୋଜି ଖୋଜି ନୟାନ୍ତ ହୋଇ ଯାଇଥିଲେ । ଗୋଟିଏ ଦିନ ପରେ ତାଙ୍କୁ ତାଙ୍କ ପୁଅଙ୍କ ବିଷୟରେ ସୂଚନା ମିଳିଥିଲା ।

ଘରୁ ବାହାରିବା ପୂର୍ବରୁ ଗୁଗଲ ରେ ସର୍ଚ୍ଚ କରିଥିବା କଥା ବି ମା କହିଛନ୍ତି । ଆଉ ଏକ ଆଶ୍ଚର୍ଯ୍ୟ ର କଥା ଏହିକି ଯେ ଏୟାରପୋର୍ଟ ଅଧିକାରୀ , ସିକ୍ୟୁରୀଟି ଏବଂ ଫ୍ଲାଇଟ ଆଟେଣ୍ଡାଣ୍ଟ ଏୟାରପୋର୍ଟ ରେ ଉପସ୍ଥିତ ଥିବା ସତ୍ତ୍ୱେ ବି କେହି ପିଲାଟିକୁ ଧରି ପାରିଲେନି । ପିଲାଟି ଏତେ ସିକ୍ୟୁରୀଟି ଥିବା ସତ୍ତ୍ୱେ କିପରି ଫ୍ଲାଇଟ ରେ ଏତେ ଦୂର ଯାତ୍ରା କଲା ଯାହାକି ବାସ୍ତବରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ । ତେବେ ବର୍ତ୍ତମାନ ଘଟଣା ର ତଦନ୍ତ କରୁଛନ୍ତି ଏୟାରପୋର୍ଟ ଅଧିକାରୀ । ବିନା ପରିଚୟପତ୍ର ବିନା ଯାଞ୍ଚ ରେ କିପରି ପିଲାଟି ଫ୍ଲାଇଟ ରେ ବସିଲା ।

Leave a Reply

Your email address will not be published. Required fields are marked *