ମାର୍କେଟ କୁ ଆସିଗଲା ସବୁଠାରୁ ଶସ୍ତା E-Car, ମାତ୍ର ୧୦ ହଜାର ଟଙ୍କାର ହେଉଛି ବୁକିଙ୍ଗ, ଆଉ ରହିବ ନାହିଁ ପେଟ୍ରୋଲ ଚିନ୍ତା :-

ଭାରତୀୟ ବଜାର ସମେତ ଅନ୍ୟତ୍ର ମଧ୍ୟ ପେଟ୍ରୋଲ ଡିଜେଲ ଦରରେ ଭୟାବହ ବୃଦ୍ଧି ଜନତାଙ୍କୁ ଚିନ୍ତାରେ ପକାଉଛି । ପେଟ୍ରୋଲ ଏବଂ ଡିଜେଲ ଦରରେ ଆକାଶଛୁଆଁ ବୃଦ୍ଧି ଯୋଗୁଁ ଅଧିକାଂଶ ଲୋକେ ଇଲକ୍ଟ୍ରିକ କାର କିମ୍ବା ବାଇକ ପ୍ରତି ଆକର୍ଷିତ ହେଉଛନ୍ତି । ଅନେକ କମ୍ପାନୀ ବର୍ତ୍ତମାନ ଇଲେକ୍ଟ୍ରିକ ଯାନ ତିଆରି କରିବାରେ ଲାଗି ପଡ଼ିଛନ୍ତି । ପୁଣି କିଛି କମ୍ପାନୀ ଏହା ଲଞ୍ଚ ମଧ୍ୟ କରି ସାରିଥିଲେ ହେଁ ସେସବୁର ଦାମ ଖୁବ ଅଧିକ ରହିଛି ।

ବର୍ତ୍ତମାନ କିନ୍ତୁ ଏହି ସମସ୍ୟା ବି ଆଉ ରହିବ ନାହିଁ କାରଣ ମୁମ୍ବାଇ ର ଏକ କମ୍ପାନୀ ସମସ୍ତଙ୍କୁ ସୁହାଇ ପାରୁଥିବା ଭଳି ଇଲେକ୍ଟ୍ରିକ କାର ବାହାର କରିଛି । ଯାହାକୁ ଆପଣ ମାତ୍ର ୧୦ ହଜାର ଟଙ୍କାରେ ବୁକିଙ୍ଗ କରି ପାରିବେ । ତେବେ ଆଜିକାର ଏହି ଲେଖାରେ ଆମେ ସେହି କମ୍ପାନୀ ବିଷୟରେ ଏବଂ ଏହି ଇଲେକ୍ଟ୍ରିକ କାର ରେ ଥିବା ଫିଚର ସମ୍ବନ୍ଧରେ ମଧ୍ୟ କହିବୁ । ଯାହା ଜାଣିଲେ ଆପଣ ବି ଏହି କାର କିଣିବାକୁ ଆଗ୍ରହ ପ୍ରକାଶ କରିବେ ।

ତେବେ ଏହି ଇଲେକ୍ଟ୍ରିକ କାର ମୁମ୍ବାଇ ର ଏକ ଷ୍ଟାର୍ଟଅପ କମ୍ପାନୀ Strom Motors ଲଞ୍ଚ କରିଛି । ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାର ଅଫିସ ମୁମ୍ବାଇ ରେ ଅବସ୍ଥିତ ଏବଂ ଏହା ଆଗାମୀ ସମୟରେ ମାତ୍ର ଅଳ୍ପ କେତେ ସ୍ଥାନରେ ଉପଲବ୍ଧ ହେବ ବୋକି କୁହାଯାଇଛି । ସେଥିମଧ୍ୟରୁ ମୁମ୍ବାଇ , ଥାନେ , ନବି ମୁମ୍ବାଇ , ନୂଆ ଦିଲ୍ଲୀ , ଗୁରଗାଁଓ ଆଦି ସ୍ଥାନରେ । ଏହାକୁ ଗ୍ରାହକ ମାତ୍ର ୧୦ ହଜାର ଟଙ୍କାରେ ବୁକିଙ୍ଗ କରି ପାରିବେ । ବର୍ତ୍ତମାନ ଜାଣି ନିଅନ୍ତୁ କାରର ଫିଚର ।

କହିବାକୁ ଗଲେ ଏହି କାର ବାହାରୁ ଖୁବ ଆକର୍ଷଣୀୟ ଏବଂ ଚାରି ଚକିଆ କାର ଭଳି । କିନ୍ତୁ ବାସ୍ତବରେ ଏହା ତିନି ଚକିଆ । କିନ୍ତୁ ବାହାରୁ ଏହି କାର କୁ ଏପରି ଡିଜାଇନ କରାଯାଇଛି ଯାହା ଗ୍ରାହକଙ୍କ ପାଇଁ ଖୁବ ଆକର୍ଷଣୀୟ ହୋଇଛି । ଆଗରେ ଦୁଇ ଚକ ରହିଛି ଏବଂ ପଛରେ ଗୋଟିଏ ଚକ । ଏହା ଭିତରେ ଦୁଇଟି ସିଟ ରହିଛି ।

ଏହା ସୂର୍ଯ୍ୟ କିରଣ ଠାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବ । ତେବେ ଯଦି ଆପଣ ପ୍ରତିଦିନ ୫୦ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଭଲ ଅଟେ । ଏବଂ ଅନ୍ୟ ଇଲେକ୍ଟ୍ରିକ କାର ତୁଳନାରେ Strom Motors ର ଏହି ଇଲେକ୍ଟ୍ରିକ କାର ବେଶ ଶସ୍ତା ଉପଲବ୍ଧ ହେଉଛି । ଭାରତୀୟ ବଜାରରେ ଏହାର ଚାହିଦା ବଢୁଛି ଏବଂ ଉପଲବ୍ଧତା ମଧ୍ୟ ବଢ଼ୁଛି ।

Leave a Reply

Your email address will not be published. Required fields are marked *