ଚିକେନ ବିରିୟାନୀ ଖାଇବା ପଡ଼ିଲା ମହାଙ୍ଗା , ଥାନାରେ ପହଞ୍ଚିଲେ ଦେବେନ୍ଦ୍ର….

ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗ ଦିନକୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଦିନ ଭାବରେ ବିବେଚନା କରାଯାଏ । ଶାସ୍ତ୍ର ଅନୁଯାୟୀ ଏହିଦିନ ଅନେକ ନିୟମ ଗୁଡ଼ିକୁ ଅନୁପାଳନ କରାଯାଏ । ଆଉ ଏହିଦିନ କିଛି ଜିନିଷ କରିବା ପରିତ୍ୟକ୍ତ ହୋଇଥାଏ । ଯୁଗ ଯୁଗ ଧରି ଏହି ନିୟମ ଗୁଡ଼ିକୁ ସମସ୍ତେ ମାନି ଆସୁଛନ୍ତି । ତେବେ ବିଶେଷ କରି ଏହିଦିନ ପରାଗ ସମୟରେ ଖାଦ୍ୟ ଗ୍ରହଣ ନିଷେଧ ହୋଇଥାଏ ।

ସେହିପରି ସୂର୍ଯ୍ୟଙ୍କୁ ଏହି ସମୟରେ ସିଧାସଳଖ ଭାବରେ ଅନାଇବା ମଧ୍ୟ ବର୍ଜିତ ହୋଇଥାଏ । ତେବେ ଗର୍ଭବତୀ ମହିଳା ମାନଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାର ମଧ୍ୟ ନିୟମ ରହିଥାଏ । ସୂତକ କାଳ ରେ ଅନେକ ଜିନିଷ ମଧ୍ୟ ବର୍ଜିତ ହୋଇଥାଏ । ତେବେ ଠିକ୍ ସେହିପରି ଏହିଦିନ ଆମିଷ ଭୋଜନ ପୁରାପୁରି ବର୍ଜିତ ହୋଇଥାଏ । ଏହା ଅତ୍ୟନ୍ତ ପାପ ହୋଇଥାଏ ବୋଲି କୁହାଯାଏ ।

ତେବେ ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ଗୋଟିଏ କଥାକୁ ନେଇ ବିବାଦ ବଢ଼ି ଚାଲିଛି । ଆପଣ ସମସ୍ତେ ଜାଣିଥିବେ ଯେ , ଏହି ସୂର୍ଯ୍ୟପରାଗ ଦିନ ଏପରିକି ସୂର୍ଯ୍ୟପରାଗ ସମୟରେ କିଛି ଲୋକମାନେ ଚିକେନ ବିରୀୟାନି ଖାଇଥିଲେ । ହେତୁବାଦୀ ସମାଜ ଏପରି କାଣ୍ଡ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ପୁରା ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହୋଇଥିଲା । ହେତୁବାଦି ତରଫରୁ ଦେବେନ୍ଦ୍ର ସୁତାର ଏବଂ ପ୍ରତାପ ରଥ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ସୂର୍ଯ୍ୟପରାଗ ସମୟରେ ବିରୀୟାନୀ ଖାଇ ଏହି ମାନେ ଲୋକଙ୍କୁ ବାଣ୍ଟି ଥିଲେ , ଯାହାକୁ ନେଇ ବିବାଦ ସୃଷ୍ଟି ହେଇଥିଲା । ହିନ୍ଦୁ ଧର୍ମ ଭାବନା ସହିତ ସେମାନେ ଏପରି ଖେଳ ଖେଳି ଦେଇଥିଲେ , ଯାହା ତାଙ୍କୁ ବହୁତ ମହାଙ୍ଗା ପଡ଼ିଥିଲା । ହେତୁବାଦୀ ମାନେ ହିନ୍ଦୁ ଧର୍ମ ବିଶ୍ଵାସ ସହିତ ଖେଳିଛନ୍ତି ବୋଲି ବ୍ରାହ୍ମଣ ସମାଜ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ ଦେଇଛନ୍ତି । ଅନ୍ୟପକ୍ଷରେ ଦେବେନ୍ଦ୍ରଙ୍କୁ ଫୋନରେ ହତ୍ୟା ଧମକ ମିଳିଥିବା ନେଇ ସେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *