ଶେଷ ହେଲା ବର୍ଷାଙ୍କ ଖେଳ, ବର୍ଷ ତୁମକୁ ମାନିବାକୁ ପଡିବ….

ବର୍ଷା ତୁମ ଖେଳ ଏଥର ଶେଷ ହେଲା। ତୁମେ ଆଉ ଏବେ ଅନୁଭବଙ୍କୁ ହଇରାଣ କରି ପାରିବ ନାହିଁ । ବହୁତ ହଇରାଣ କରିଦେଲ ତୁମେ। ଅନୁଭବ ମଧ୍ୟ ବହୁତ କଷ୍ଟ ପାଇଲେ। ହେଲେ ବର୍ଷା ଏଥର ତୁମେ ତୁମ ବାଟେ ରୁହ। ତୁମେ ଏଥର ତୁମ ରାସ୍ତା ବାଛି ନିଅ। ବନ୍ଧୁଗଣ ଅଭିନେତ୍ରୀ ବର୍ଷା ମାନେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ଏସ୍ଡ଼ିଜିଏମ କୋର୍ଟ କଡା ନିର୍ଦେଶ ଦେଇଛନ୍ତି।

କାରଣ ପୂର୍ବରୁ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ଘର ଚାବି ଫେରାଇବାକୁ କହିଥିବା ବେଳେ ବର୍ଷା କିନ୍ତୁ ଅନୁଭବ ମହାନ୍ତିଙ୍କ ଘର ଚାବି ଫେରାଇ ନଥିଲେ। ତେବେ କଟକ ଏସ୍ଡ଼ିଜିଏମ କୋର୍ଟ ବର୍ଷାଙ୍କୁ କଡା ଚେତାବନୀ ଦେଇଛନ୍ତି କି ନଭେମ୍ବର ୨ ସୁଦ୍ଧା ଅନୁଭବଙ୍କ ଘର ଚାବି ଅନୁଭବଙ୍କୁ ଫେରାଇବାକୁ। ଯଦି ଅନୁଭବଙ୍କ ଘର ଚାବି ଅନୁଭବ ଗ୍ରହଣ ନ କରନ୍ତି ତେବେ ବର୍ଷା କୋର୍ଟରେ ଆଣି ଜମା କରିବାକୁ ନିର୍ଦେଶ ଦେଇଛନ୍ତି।

ତେବେ କେବଳ ଏତିକି ନୁହେଁ ବର୍ଷାଙ୍କୁ କୋର୍ଟ ଅନୁଭବଙ୍କ ଘର ଚାବି ଫେରାଇବାକୁ ନିର୍ଦେଶ ଦେବା ସହିତ ପକ୍ଷରୁ ଦାୟର ହୋଉଥିବା ଦୁଇଟି ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ। ତେବେ ପୂର୍ବରୁ ବର୍ଷା ସାମଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରାଯାଉଥିବାର ଅଭିଯୋଗ କରି ଯେଉଁ ଆବେଦନ କରିଥିଲେ ତାକୁ କୋର୍ଟ ଖାରଜ କରିଛନ୍ତି ।

ଯେହେତୁ ଏ ସଂକ୍ରାନ୍ତୀୟ ଏକ ମାମଲା ହାଇକୋର୍ଟରେ ବିଚରାଧୀନ ରହିଛି, ତେଣୁ ଏଭଳି ଅନ୍ୟ ଏକ ପିଟିସନ ଗ୍ରହଣୀୟ ହେବ ନାହିଁ ବୋଲି ଏସ ଡି ଜେ ଏମ ଅଦାଲତ କହିଛନ୍ତି । କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଯଦିଓ ବର୍ଷା ନିର୍ଦ୍ଧାରିତ ସମୟ ପୂର୍ବରୁ ଅନୁଭବଙ୍କ ଘର ଛାଡିଥିଲେ ହେଲେ ଘର ଚାବି କିନ୍ତୁ ସାଥିରେ ନେଇ ଯାଇଥିଲେ। ତେବେ ଏନେଇ ଅନୁଭବ ଆଉ ଏକ ପିଟିସନ ଦାୟର କରିବା ପରେ କୋର୍ଟ ବର୍ଷାଙ୍କୁ କଡା ନିର୍ଦେଶ ଦେଇଛନ୍ତି କି ନଭେମ୍ବର ୨ ତାରିଖ ଭିତରେ ଅନୁଭବଙ୍କୁ ଚାବି ଦେବାକୁ।

ଅନୁଭବ ବର୍ଷା ହେଉଛନ୍ତି ଓଡ଼ିଆ ସିନେ ଜଗତର ବହୁ ଚର୍ଚ୍ଚିତ ଯୋଡି। ଦୁହିଁଙ୍କ ଯୋଡି ଅନେକଙ୍କ ପାଇଁ ଦିନେ ଉଦାହରଣ ସାଜିଥିଲା। ଦୁହେଁ କେତେବେଳେ କହୁଥିଲେ ମୋ ହାତ ଧରି ଚାଲୁଥା ତ ଆଉ କେତେବେଳେ କହୁଥିଲେ ମୋ ଦୁନିଆ ତୁ ହିଁ ତୁ। ଦୁହେଁ ଏକା ସାଥିରେ ଅନେକ ସିନେମା କରିବା ପରେ ଦୁହିଁଙ୍କ ଭିତରେ ଗଢି ଉଠିଥିଲା ଅନାବିଳ ଭଲ ପାଇବା। ଆଉ ଭଲ ପାଇବାକୁ ଏବଂ ନିଜ ପ୍ରେମକୁ ବାସ୍ତବତାର ରୂପ ଦେପା ପାଇଁ ଦୁଇ ପରିବାରର ସହମତିରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ବିବାହର କିଛି ବର୍ଷ ଦୁହିଁଙ୍କ ଭିତରେ ଦେଖିବାକୁ ମିଳିଥିଲା ବହୁତ ଭଲ ପାଇବା ହେଲେ ଏହା ପରେ ଧୀରେ ଧୀରେ କୁହୁଳିବାରେ ଲାଗିଥିଲା ପାରିବାରିକ ବିବାଦ। ଆଉ ଶେଷରେ ବିବାଦ ଏତେ ଭୟଙ୍କର ରୁପ ନେଇଥିଲା ଯେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ତେବେ ବର୍ତ୍ତମାନ ଉଭୟଙ୍କ କେଶ କୋର୍ଟରେ ଥିବା ବେଳେ। ବର୍ଷା ଅନେକ ଦିନ ହେବ ଶାଶୁ ଘରେ ରହି ଆସୁଥିଲେ। ହେଲେ ବର୍ଷା ଅନୁଭବଙ୍କ ଘରେ ରହିଥିବା ବେଳେ ଅନୁଭବ ନିଜ ପରିବାର ସାଥିରେ ଯାଇ ଏକ ଭଡା ଘରେ ରହୁଥିଲେ। ତେବେ ଏନେଇ ଅନୁଭବ ମହାନ୍ତି ଅନେକ ଥର ସୋସିଆଲ ମିଡିଆରେ ନିଜର କାହାଣୀ କହିବା ପରେ ବର୍ଷା ତାଙ୍କ ଛବି ମଳିନ ପଡୁଥିବା କହି କୋର୍ଟଙ୍କ ନିକଟରେ ଅଭିଯୋଗ ଦାୟର କରିଥିଲେ।

ତେବେ ଏହା ପରେ କୋର୍ଟ ବ୍ୟକ୍ତିଗତ ଜୀବନକୁ ସୋସିଆଲ ମିଡିଆରେ ସେୟାର ନକରିବା ପାଇଁ ଅନୁଭବଙ୍କୁ ନିର୍ଦେଶ ଦେଇଥିଲେ। ତେବେ ଏହାରି ଭିତରେ କେଶ ବର୍ତ୍ତମାନ ମଧ୍ୟ କୋର୍ଟରେ ଅଛି। ତାରିଖ ପରେ ତାରିଖ ଆସୁଛି ହେଲେ କିନ୍ତୁ ବର୍ଷା ଅନୁଭବଙ୍କ ବିବାଦର ଶେଷ ହେଉ ନାହିଁ। ତେବେ ଏହାରି ଭିତରେ ବର୍ଷା ଅନୁଭବଙ୍କ ବିବାଦ କେବେ ଶେଷ ହେବ କେବେ ଏହି ଘଟଣାର ନିତକର୍ସ ବାହାରିବ ତାହା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *