ବୋହୂ ପଡି ଗଲା ଶଶୁର ପ୍ରେମରେ, ଦୁହେଁ ଶଶୁର ବୋହୂ ଫେରାର…

ଯେତେବେଳେ ବୋହୂଟିଏ ଘରକୁ ଆସେ ସେତେବେଳେ ସେ ନିଜ ଶାଶୁ ଶଶୁରଙ୍କୁ ନିଜ ବାପା ଓ ମାଆ ଙ୍କ ଭଳି ସମ୍ମାନ ଏବଂ ଭଲ ପାଇବା ଦେଇଥାଏ। ଯାହାଫଳରେ ଦୁହିଁଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସୃଷ୍ଟି ହୋଇଥାଏ। ଯାହାଫଳରେ ଆଉ ପାରିବାରିକ କୋଳାହଳ ସୃଷ୍ଟି ହୋଇ ନଥାଏ। ଶଶୁର ଓ ବୋହୂ ମଧ୍ୟରେ ଥିବା ସମ୍ପର୍କକୁ ବାପ ଓ ଝିଅର ସମ୍ପର୍କ ବୋଲି ବିବେଚନା କରାଯାଏ। ଯେତେବେଳେ ପର ଘରୁ ଝିଅକୁ ଶଶୁର ନିଜ ବୋହୂ କରି ଆଣେ ସେତେବେଳେ ସେ ନିଜର ଝିଅ ଭଳି ଦେଖିବା ଉଚିତ ଏବଂ ତା’ର ସମସ୍ତ ଛୋଟ ବଡ଼ ଇଚ୍ଛାକୁ କରିବା ଉଚିତ।

ଉତ୍ତରପ୍ରଦେଶରେ ଶଶୁର ଏବଂ ବୋହୂ କୁ ନେଇ ଏକ ଲଜ୍ୟାଜନକ ଖବର ସାମ୍ନାକୁ ଆସିଛି। ତେବେ ଘଟଣାରୁ ଜଣା ପଡ଼ିଛି ଯେ ଶଶୁର ଏବଂ ବୋହୂ ଫେରାର ହୋଇ ଯାଇଛନ୍ତି। ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଜାଣିବା।

ସ୍ୱାମୀକୁ ଛାଡି ସ୍ତ୍ରୀ ଶଶୁର ସାଙ୍ଗରେ ଫେରାର ହୋଇଛି। ଏହା ଆପଣଙ୍କୁ ଅଜବ ଲାଗି ଥାଏ ପରେ ହେଲେ ଏହା ବାସ୍ତବରେ ଘଟିଛି। ମିଳିଥିବା ସୂଚନା ଅନୁସାରେ ଯୁବତୀ ଜଣକ ୨୦୧୬ ମସିହାରେ ବଦାୟୁ ଅଞ୍ଚଳର ଜଣେ ଯୁବକଙ୍କୁ ବିବାହ କରିଥିଲେ। କିନ୍ତୁ, ସ୍ୱାମୀ ପ୍ରାୟତଃ ମଦ ନିଶାରେ ବୁଡି ରହୁଥିଲେ। ଯାହାଫଳରେ ଦମ୍ପତ୍ତିଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଗୋଟିଏ ପଟେ ସ୍ୱାମୀ ସହ ସମ୍ପର୍କ ଭଲ ନଥିବା ବେଳେ ଅନ୍ୟପଟେ ଶଶୁରଙ୍କ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ। ଶଶୁର ମଧ୍ୟ ବୋହୂର ପ୍ରେମରେ ପଡି ଯାଇଥିଲେ।

ଏହାପରେ ଦୁହେଁ ଶଶୁର ବୋହୂ ଘରୁ ଫେରାର ହୋଇଯାଇଥିଲେ। ତେବେ ସେମାନେ କୌଣସି ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ। ଏହା ଭିତରେ ସ୍ତ୍ରୀ ଛାଡପତ୍ର ମଧ୍ୟ ଦେଇ ସାରିଥିଲା। ତେବେ ସେମାନେ ଘରକୁ ନ ଆସି ଅନ୍ୟ କୌଣସି ସ୍ଥାନରେ ଭଡା ଘରେ ରହୁଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ନିଜ ବାସ ଗୃହକୁ ଫେରିଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *