ବୃଦ୍ଧ ଜଣକ ସାଇକେଲରେ ଯାଉଥିଲେ, ହଠାତ୍ ଷଣ୍ଢ ତାଙ୍କ ଉପରକୁ ଆକ୍ରମଣ କଲା , ଭିଡିଓ ଦେଖିବା ପରେ ଆପଣଙ୍କ ହୋସ୍ ଉଡିଯିବ…

ଇଣ୍ଟରନେଟରେ ଅନେକ ପଶୁମାନଙ୍କର ଭିଡିଓ ଅଛି। ଏହି ଭିଡିଓଗୁଡ଼ିକ ମଧ୍ୟରୁ ଅଧିକାଂଶ ସୁନ୍ଦର ଏବଂ ମଜାଳିଆ। କିନ୍ତୁ, କିଛି ଭିଡିଓ ଅଛି ଯାହା ଆପଣଙ୍କ ହୋସ ଉଡ଼ାଇଦେବ। ଆଜିକାଲି ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋଟେ ଷଣ୍ଢ ଜଣେ ବ୍ୟକ୍ତି ଉପରେ ଏପରି ଆକ୍ର-ମଣ କରିଛି ଯେ ଆପଣ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ।

ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟେ ଷଣ୍ଢ ରାସ୍ତାରେ ଠିଆ ହେଇଛି ଏବଂ ତା ଉପରେ କିଏ ଜଣେ ପାଣି ପକଉଛି। ଦେଖାଯାଏ ଘରର ଛାତରୁ କେହି ତା ଉପରେ ପାଣି ପକାଉଛି। ତା’ପରେ ଷଣ୍ଢ କିଛି ସମୟ ପରେ ରାସ୍ତାର ଆର ପାର୍ଶ୍ୱକୁ ଯାଉଛି। ଅନ୍ୟ ପାର୍ଶ୍ୱକୁ ଯିବାବେଳେ ସେ ହଠାତ୍ ଦୌଉଡି ଯାଇ ଲୋକଙ୍କ ଉପରେ ଆକ୍ରମଣ କରୁଛି।

ରାସ୍ତାର ଆରପଟେ ଜଣେ ଯୁବକ ବାଇକ୍ ଚଲେଇ ଯାଉଥିଲେ ଏବଂ ଜଣେ ବୃଦ୍ଧ ସାଇକେଲ ରେ ଯାଉଥିଲେ ଯେତେବେଳେ ଷଣ୍ଢ ଆକ୍ର-ମଣ କଲା ସେତେବେଳେ ଯୁବକ ଦ୍ରୁତ ଗତିରେ ଚାଲିଗଲେ କିନ୍ତୁ ସାଇକେଲ ଚଳାଉଥିବା ବୃଦ୍ଧ ପଛରେ ରହିଗଲେ। ସେ ଦ୍ରୁତ ଗତିରେ ଯିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଆଗରେ ଥିବା ପଥରରେ ଝୁଣ୍ଟି ପଡ଼ିବାରୁ ତାଙ୍କ ଗତି କମିଗଲା ଆଉ ସେହି ସମୟ ଭିତରେ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଦେଲା।

 

View this post on Instagram

 

A post shared by Animal Power (@animals_powers)

ଭିଡିଓରେ, ଆପଣ ଆହୁରି ଦେଖିପାରିବେ ଯେ ବୃଦ୍ଧଙ୍କ ନିକଟରେ ପହଞ୍ଚିବା ମାତ୍ରେ ଷଣ୍ଢ ତାଙ୍କୁ ସାଇକେଲ ସହିତ ଶିଙ୍ଗ ଉଠାଇ ଆକାଶରେ ଫିଙ୍ଗି ଦେଲା। ଷଣ୍ଢ ଟି ବୃଦ୍ଧଙ୍କୁ ଏତେ ଜୋରରେ ତଳେ ଫୋପାଡିଲା ଯେ ସେ ତଳେ ପଡ଼ିବା ମାତ୍ରେ ବେହୋସ୍ ହେଇଗଲେ।

ଭିଡିଓଟି ଇନଷ୍ଟାଗ୍ରାମରେ ଅନିମଲ୍ ପାୱାର ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡ଼ିଓଟି ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୨୫ ହଜାର ରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଏଥି ସହିତ, ଉପଭୋକ୍ତାମାନେ ମଧ୍ୟ ଏହା ଉପରେ ସେମାନଙ୍କର ମତାମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *