ଫେରିଲେ ଭଦ୍ରକ ଫେରାର ବୋହୂ , ଶ୍ୱଶୁର ଏବଂ ବୋହୂର ଭଲ ପାଇବା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡିଓ

ଭଦ୍ରକର ଧୁଷୁରୀ ଥାନା ଅନ୍ତର୍ଗତ ବୋହୂ ଫେରାର ମାମଲା ତ ଆପଣ ମାନଙ୍କର ନିଶ୍ଚିତ ଭାବରେ ମନେ ଥିବ । ଏପରି କୁହାଯାଉଥିଲା ଯେ ହରପ୍ରିୟା ନିଜ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ କାହା ସହିତ ଫେରାର ହୋଇ ଯାଇଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହି ସୂଚନା ରହିଛି ଯେ ହରପ୍ରିୟା ଫେରି ଆସିଛନ୍ତି ଆଉ ନିଜ ସହିତ ହୋଇଥିବା ଘଟଣା ବିଷୟରେ କହିଛନ୍ତି । ଆଉ ବୋହୂକୁ ଫେରି ପାଇ ଶାଶୁ ଶ୍ୱଶୁର ଏବଂ ରାହୁଲ ମଧ୍ୟ ବେଶ ଖୁସି ଅଛନ୍ତି ।

ତେବେ ହରପ୍ରିୟାଙ୍କ କହିବା ଅନୁଯାୟୀ ତାଙ୍କୁ ଅପହରଣ କରାଯାଇଥିଲା । ଆଉ ଅପହରଣ ପରେ ତାଙ୍କ ସହ କଣ ହୋଇଥିଲା ତାହା ତାଙ୍କୁ ଆଦୌ ଜଣା ନାହିଁ । ସେଦିନ କଲେଜରୁ ଫେରିବା ସମୟରେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ତାଙ୍କୁ କାରରେ ବସିବାକୁ କହିଥିଲେ । ବ୍ୟକ୍ତି ଜଣକ ଏହା ମଧ୍ୟ କହିଥିଲେ ଯେ ରାହୁଲ ବ୍ୟସ୍ତ ଅଛନ୍ତି ଏବଂ ତାଙ୍କ କାରରେ ହରପ୍ରିୟାଙ୍କୁ ଘରକୁ ଯିବାକୁ କହିଛନ୍ତି । ହରପ୍ରିୟା ମନା କରିବାରୁ ବ୍ୟକ୍ତି ଜଣକ ବାରମ୍ବାର ତାଙ୍କୁ କହିଥିଲେ । ଶେଷରେ ହରପ୍ରିୟା କାରରେ ବସିବାକୁ ଯିବା ସମୟରେ ତାଙ୍କୁ ଚେତାଶୂନ୍ୟ କରି ଦିଆଯାଇଥିଲା ।

ଆଉ ଚେତା ଫେରିବା ପରେ ହରପ୍ରିୟା ନିଜକୁ ଏକ ବନ୍ଦ କଠୋରି ମଧ୍ୟରେ ପାଇଥିଲେ । ଏସବୁ ପଛରେ ନିଜ ମାମୁଁଙ୍କ ହାତ ଥିବା ହରପ୍ରିୟା କହିଛନ୍ତି । ଦୀର୍ଘ ୫ ଦିନ ପରେ ତାଙ୍କ ମାମୁଁ ଏବଂ ମାଇଁ ତାଙ୍କୁ ଜୋରକରି ମନ୍ଦିରକୁ ଆଣିଥିଲେ । ଏ ସମ୍ବନ୍ଧରେ ନିଜେ ହରପ୍ରିୟା ରାହୁଲଙ୍କୁ ଖବର ଦେଇଥିଲେ । ଆଉ ଆଜି ରାହୁଲ ନିଜ ହରପ୍ରିୟାଙ୍କୁ ସେଇ ସ୍ଥାନରେ ଫେରି ପାଇଛନ୍ତି । ହରପ୍ରିୟାଙ୍କୁ ତାଙ୍କ ମାମୁଁ ଜୋର ଜବରଦସ୍ତ ମନ୍ଦିର ନେଇ ଯାଉଥିବା ସମୟରେ ରାହୁଲ ସେହି ସ୍ଥାନରେ ପହଞ୍ଚି ଯାଇଥିଲେ । ସେତେବେଳେ ମିଡ଼ିଆ ମଧ୍ୟ ସେହି ସ୍ଥାନରେ ପହଞ୍ଚି ଯାଇଥିଲା ।

ରାହୁଲଙ୍କ ବାପାଙ୍କ କହିବା ଅନୁଯାୟୀ ହରପ୍ରିୟାଙ୍କ ବାପଘର ଲୋକେ ତାଙ୍କ ଉପରେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । କିନ୍ତୁ ଏସବୁ ମାମଲା ସାମ୍ନାକୁ ଆସିବା ପରେ ରାହୁଲଙ୍କ ବାପା ଦାବି କରିଛନ୍ତି ଯେ ନିଜ ଝିଅକୁ ଗାଏବ କରିବା ପଛରେ ବାପା ମା ଏବଂ ମାମୁଁଙ୍କର ହାତ ରହିଛି । ତେଣୁ ଏନେଇ ରାହୁଲଙ୍କ ବାପା ଧୁଷୁରୀ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି । ଏପଟେ ପରିବାରକୁ ବୋହୂ ଫେରି ଆସିଥିବାରୁ ଖୁସିର ମାହୋଲ ରହିଛି ଏବଂ ହରପ୍ରିୟାଙ୍କୁ ଶ୍ୱଶୁର ନିଜ ବୋହୂ ନୁହେଁ ବରଂ ଝିଅ ବୋଲି କହିଛନ୍ତି । ଆଉ ବୋହୂ ଫେରି ଆସିଥିବାରୁ ଖୁବ ଗେଲ ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *