ବୁଡ଼ି ଯାଉଥିବା ଲୋକକୁ ଏପରି ବଞ୍ଚାଇଲା ପୋଲିସ, ଭିଡ଼ିଓ ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ : ଦେଖନ୍ତୁ ଭିଡିଓ

ସାଧାରଣ ଭାବରେ ଆମ ଦେଶରେ ବର୍ତ୍ତମାନ ସମୟରେ ପୋଲିସକୁ ନେଇ ସମସ୍ତଙ୍କର ଏପରି ମତ ରହିଛି ଯେ ପୋଲିସ ମାନେ ବର୍ତ୍ତମାନ ଠିକ ଭାବରେ କାମ କରୁନାହାଁନ୍ତି ଏବଂ ଲାଞ୍ଚ ମଧ୍ୟ ନେଉଛନ୍ତି । ମାତ୍ର ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କିଛି ଏପରି ଭିଡ଼ିଓ ବିଷୟରେ କହିବୁ ଯେଉଁଥିରେ ଆପଣ ପୋଲିସ ମାନଙ୍କ କାମକୁ ଦେଖି ଖୁବ ଖୁସି ହେବେ ଏବଂ ତାଙ୍କ ପ୍ରଶଂସା ମଧ୍ୟ କରିବେ । ଏହିସବୁ ଭିଡ଼ିଓ ଗୁଡ଼ିକ ବିଷୟରେ ଜାଣିବା ପରେ ପୋଲିସ କର୍ମୀଙ୍କ ଉପରେ ଥିବା ଆପଣଙ୍କ ଚିନ୍ତାଧାରାର ମଧ୍ୟ ପରିବର୍ତ୍ତନ ହେବ ।

୧ . ୨୦୨୧ ମାର୍ଚ୍ଚ ୨୦ ରେ ଉତ୍ତରପ୍ରଦେଶର ଏକ ଗଭୀର କ୍ୟାନେଲରେ ଜଣେ ଯୁବକ ପାଣିରେ ଉବୁଟୁବୁ ହେଉଥିଲେ । ଏହି ଘଟଣା ଦେଖିବା ମାତ୍ରେ ମୋହିତ କୁମାର ସଙ୍ଗେ ସଙ୍ଗେ ବିଳମ୍ବ ନକରି ପାଣିକୁ ଡେଇଁଥିଲେ ଏବଂ ଯୁବକଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ମୋହିତ କୁମାରଙ୍କର ଏପରି ନିର୍ଭୀକ ପ୍ରୟାସର ପୁରା ଦୃଶ୍ୟକୁ ଉପରେ ଥିବା ଜଣେ ବ୍ୟକ୍ତି ରେକର୍ଡ଼ କରିଥିଲେ । ଯାହାକି ସେହି ସମୟରେ ବେଶ ଭାଇରଲ ମଧ୍ୟ ହୋଇଥିଲା । ସବୁଠି ମୋହିତ କୁମାର ପ୍ରଶଂସାର ପାତ୍ର ହେଲେ ।

୨ . ଦ୍ୱିତୀୟ ଘଟଣା କର୍ଣ୍ଣାଟକ ବେଙ୍ଗାଲୁରୁର ଅଟେ । ବେଙ୍ଗାଲୁରୁରେ ଯେତେବେଳେ ଜଣେ ଯୁବକ ଏକ ମୋବାଇଲ ଚୋରୀ କରି ଦୌଡ଼ି ପଳାଇ ଯାଉଥିଲା ସେହି ସମୟରେ ବରୁଣ ନାମକ ଜଣେ ପୋଲିସ ଚୋରକୁ ଗୋଡ଼ାଇ ଗୋଡ଼ାଇ ଧରିବାରେ ସକ୍ଷମ ହୋଇଥିଲେ । ତେବେ ବରୁଣ ଯେଉଁ ଭଳି ଷ୍ଟାଇଲରେ ଗୋଡ଼ାଇ ସେହି ଚୋରଟିକୁ ଧରିଲା ତାହାକୁ ଦେଖି ଲୋକେ ଖୁବ ପ୍ରଶଂସା ମଧ୍ୟ କରିଥିଲେ । ଏହାର ଭିଡ଼ିଓ ମଧ୍ୟ ଭାଇରଲ ହୋଇଥିଲା ।

୩ . ତୃତୀୟ ଭିଡ଼ିଓ ଅନୁଯାୟୀ ଜଣେ ବ୍ୟକ୍ତି ରାତ୍ରିର ଅନ୍ଧକାରରେ ଏକ ବାଇକକୁ ଚୋରୀ କରି ନେଇ ଯିବାକୁ ବସିଥିଲା । ମାତ୍ର ସେହି ସମୟରେ ଦୁଇ ଜଣ ପୋଲିସ ହାବୁଡ଼ରେ ପଡ଼ି ଯାଇଥିଲା । ତଥାପି ଚୋର ସେଠାରୁ ପଳାଇ ଯିବାକୁ ପ୍ରୟାସ କଲେ ହେଁ ଯାଇ ପାରି ନଥିଲା । ଏହାର ଭିଡ଼ିଓ ସେଠରେ ଥିବା ସିସିଟିଭିରେ ରେକର୍ଡ଼ ହୋଇଥିଲା ଯାହାକି ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହୋଇଥିଲା ।

୪ . ଚତୁର୍ଥ ଭିଡ଼ିଓ ଇନ୍ଦୋରର ଅଟେ । ଇନ୍ଦୋରରେ ରଫିକ କ୍ୟୁରେସି ନାମକ ଜଣେ ବ୍ୟକ୍ତି ଥରେ ହୋଟେଲ ଥଣ୍ଡା ରୁଟି ଦେଇଥିବା ମାମଲାକୁ କେନ୍ଦ୍ର କରି ହୋଟେଲ ବାଲାକୁ ମାଡ଼ ମାରିବା ସହିତ ହୋଟେଲରେ ଜିନିଷପତ୍ର ଫୋପାଡ଼ି ଦେଇଥିଲେ । ଆଉ ଏହି ମାମଲା ଇନ୍ଦୋର ପୋଲିସକୁ ଜଣାପଡ଼ିବା ପରେ ରଫିକର ହାବଭାବ ବି ପରିବର୍ତ୍ତନ ହୋଇ ଯାଇଥିଲା । ଇନ୍ଦୋର ପୋଲିସ ରଫିକକୁ ଏତେ ପିଟିଥିଲା ଯେ ସେ ପରବର୍ତ୍ତୀ ସମୟରେ ସେହି ହୋଟେଲକୁ ଯାଇ ହୋଟେଲ ମାଲିକକୁ କ୍ଷମା ମାଗିବା ସହିତ ସେଠାରେ ସବୁ ଜିନିଷପତ୍ର ଠିକ କରିବା ଏବଂ ହୋଟେଲ ସଫାସୁତୁରା ମଧ୍ୟ କରିଥିଲେ । ଏହା ସହିତ ରଫିକ ପୋଲିସକୁ ବାପ ବୋଲି ମଧ୍ୟ ଡାକିଥିଲା । ଏହି ଭିଡ଼ିଓ ସେହି ସମୟରେ ବେଶ ଭାଇରଲ ମଧ୍ୟ ହୋଇଥିଲା ।

୫ . ପଞ୍ଚମ ଭିଡ଼ିଓ ଅନୁଯାୟୀ ଏକ ଘରେ ନିଆଁ ଲାଗିଥିଲା । ସେତେବେଳେ ସବୁ ମହଲାର ଲୋକେ ଏଣେତେଣେ ଦୌଡ଼ିବାରେ ଲାଗନ୍ତି । ମାତ୍ର ଘରର ଦୁଇ ମହଲାରେ ଏକ ପରିବାର ଫସି ଯାଇଥିବା ସୂଚନା ମିଳିବା ପରେ ପୋଲିସ ଏବଂ ଫାଇୟାର ଫାଇଟର ନିଜ ଜୀବନକୁ ବାଜି ଲଗାଇ ଛୋଟ ପିଲା ଏବଂ ଅନ୍ୟ ଲୋକଙ୍କୁ ବଞ୍ଚାଇବାକୁ ସକ୍ଷମ ହୁଅନ୍ତି ।

Leave a Reply

Your email address will not be published. Required fields are marked *