ଆଉ କୌଣସି ପରିସ୍ଥିତିରେ ମଧ୍ୟ ତପସ୍ୱିନୀଙ୍କୁ ଗ୍ରହଣ କରିବି ନାହିଁ : ସୁମିତ

ଦୀର୍ଘ ଦିନ ଧରି ତପସ୍ୱିନୀ ଏବଂ ସୁମିତ ମାମଲାର ଲଢେଇ ଚାଲିଛି । ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିଦେବା ଭଳି ଖବର ସାମ୍ନାକୁ ଆସୁଛି । କେତେବେଳେ ଲାଗୁଛି ଉଭୟ ଏକାଠି ହୋଇଯିବେ ଆଉ କେତେବେଳେ ସେହି ଆଶା ଟିକିଏ ବି ଦେଖା ଯାଉନାହିଁ । ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ , ସେମାନଙ୍କର କାଉନସେଲିଂ ଚାଲିଥିଲା ଆଉ କାଉନସେଲିଂ ପାଇଁ ଉଭୟ ସ୍ୱାମୀ ସ୍ତ୍ରୀ କୋର୍ଟକୁ ଆସୁଥିଲେ ।

ତେବେ ଅନେକ ସମୟରେ ଏହା ଅନୁଭବ ହେଉଥିଲା କି, ଏତେ ସବୁ ପରେ ସ୍ୱାମୀ ସ୍ତ୍ରୀ ମିଶିଯିବେ ଆଉ ନିଜ ସୁଖର ସଂସାରକୁ ଆଗକୁ ବଢାଇବେ । ତେବେ କିଏ ବା ଜାଣିଛି କଣ ହେବ । କୋର୍ଟର ଅନେକ ଚେଷ୍ଟା ଥିଲା କି ଉଭୟ ସ୍ୱାମୀ ସ୍ତ୍ରୀ ଏକାଠି ହୋଇଯାଆନ୍ତୁ ଆଉ ସେଥିପାଇଁ ମଧ୍ୟସ୍ଥତା କେନ୍ଦ୍ରରେ ଦୁହିଁଙ୍କର କାଉନସେଲିଂ ମଧ୍ୟ କରା ଯାଉଥିଲା । ଆଉ ଏ ମଧ୍ୟରେ ସାମ୍ନାକୁ ଆସିଥିଲା ତପସ୍ୱିନୀଙ୍କର ଓକିଲ ମିଠା ନେଇ ଆସୁଥିଲେ । ତେବେ ଏହି କଥାକୁ ନେଇ ସେତେବେଳେ ବହୁତ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଆଉ ସମସ୍ତଙ୍କ ମନରେ ଟିକିଏ ଆଶା ସୃଷ୍ଟି ହୋଇଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ବୟାନ ସାମ୍ନାକୁ ଆସିଛି , ଯାହା ସେହି ଟିକିଏ ଆଶାକୁ ବି ନିରାଶ କରିଦେଇଛି । ବର୍ତ୍ତମାନ ଗଣମାଧ୍ୟମ ସାମ୍ନାକୁ ଆସି ତପସ୍ୱିନୀଙ୍କ ସ୍ୱାମୀ ସୁମିତ ବୟାନ ଦେଇଛନ୍ତି ଆଉ କହିଛନ୍ତି କି ସେମାନଙ୍କର କାଉନସେଲିଂ ଚାଲିଥିଲା କିନ୍ତୁ ଶେଷରେ ଏହି କାଉନସେଲିଂ ବିଫଳ ହୋଇଗଲା । ଆଉ ସେ ତପସ୍ୱିନୀଙ୍କୁ ଗ୍ରହଣ କରିବେ ନାହିଁ । ଯେକୌଣସି ପରିସ୍ଥିତି ହେଉ ନା କାହିଁକି ସେ ଆଉ ତପସ୍ୱିନୀଙ୍କୁ ନିଜ ପତ୍ନୀ ଭାବରେ ଗ୍ରହଣ କରିବେ ନାହିଁ । ଏବେ ସେ ଯାହା କରିବେ କରନ୍ତୁ । ତେବେ ସୁମିତଙ୍କ ମୁହଁରୁ ଏଭଳି କଥା ଶୁଣିବା ପରେ ସତେ ଯେପରି ତପସ୍ୱିନୀଙ୍କ ମୁଣ୍ଡରେ ଚଡକ ପଡି ଯାଇଥିବ ।

ଆଉ ସେହି ଟିକିଏ ଆଶା ବି ନିରାଶାରେ ପରିଣତ ହୋଇ ଯାଇଥିବ । ଯେଉଁ ସ୍ୱାମୀଙ୍କୁ ନେଇ ସେ ଏତେ ସ୍ୱପ୍ନ ଦେଖିଥିଲେ । ଯେଉଁ ସ୍ୱାମୀଙ୍କ ସହ ସେ ସାରା ଜୀବନ ବାଟ ଚାଲିବା ପାଇଁ ସ୍ୱପ୍ନ ଦେଖିଥିଲେ ଆଜି ସେହି ସ୍ୱାମୀ ହିଁ ତାଙ୍କୁ ଗ୍ରହଣ କରିବାପାଇଁ ମନା କରିଦେଲେ । ତେବେ ବର୍ତ୍ତମାନ ସମୟରେ ତପସ୍ୱିନୀ ସମ୍ପୂର୍ଣ୍ଣ ଏକୁଟିଆ ହୋଇ ଯାଇଥିବେ । ଜୀବନ ସାରାର ସାହାରା କରିଥିବା ମଣିଷ ଆଜି ତାଙ୍କୁ ଏଭଳି ଛାଡି ଚାଲିଯିବେ ଆଉ ପର କରିଦେବେ ବୋଲି ସେ ସ୍ୱପ୍ନରେ ବି ଭାବି ନଥିବେ । ତେବେ ଏସବୁ ମଧ୍ୟରେ ଆଗକୁ କଣ ହେବ , ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *