ଚଉଠି ରାତି ପୂର୍ବରୁ ବରକୁ ଉଠେଇ ନେଲା ପୋଲିସ, ହାଜତରେ ରାତି କଟିଲେ ବ୍ୟକ୍ତି…

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋକା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବିଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ସାତ ଜନମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ତ୍ରୀକୁ ଏକୁଟିଆ ଛାଡି ଯାଇ ଦ୍ଵିତୀୟ ବିବାହ କରିଥିଲେ ସ୍ୱାମୀ।

ତେବେ ବାହାଘର ସରି ଥିଲା କିନ୍ତୁ ଚଉଠି ରାତି କାଟିବା ପୂର୍ବରୁ ଉଠେଇ ନେଇଥିଲା ପୋଲିସ। ବ୍ୟକ୍ତି ଜଣକ ହାଜତରେ ରାତି କାଟିଲେ। ତେବେ ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଅଞ୍ଚଳରେ ଘଟିଛି। ତେବେ ପୋଲିସ ଜଣକ ବ୍ୟକ୍ତିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୋମନାଥ ମହାପାତ୍ର ନାମକ ବ୍ୟକ୍ତି ଜଣକ ୫ ବର୍ଷ ତଳେ କେନ୍ଦ୍ରାପଡ଼ା ରେ ଜଣେ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର କୌଣସି ସନ୍ତାନ ଜାତ ଅବା ବାପା ସୁଖ ନ ପାଇବାରୁ ସେ ତାଙ୍କ ସ୍ତ୍ରୀଙ୍କ ସହ ଘୋର କଳି ଝଗଡା କରିଥିଲେ ଏବଂ ସ୍ତ୍ରୀକୁ ଛାଡି ରାଜଧାନୀକୁ ଚାଲି ଆସିଲେ। ସେ ଭରତପୁର ଠାରେ ଭଡା ସୂତ୍ରରେ ରହିବାକୁ ଲାଗିଲେ ଏବଂ ନିଜର ଏକ ସ୍ୱତନ୍ତ୍ର ବେପାର ଆରମ୍ଭ କଲେ। ସେ ଫାଷ୍ଟଫୁଡ଼ ର ଏକ ଷ୍ଟଲ ପକେଇ ବେପାର କଲେ।

ତେବେ ତାଙ୍କ ଫାଷ୍ଟଫୁଡ଼ ଖାଇ ଜଣେ ମହିଳା ପ୍ରେମ ଜାଲରେ ପଡି ଯାଇଥିଲେ ଏବଂ ତାଙ୍କୁ ମନ୍ଦିରରେ ବିବାହ କରିଥିଲେ। ତେବେ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ଖବର ପ୍ରଥମ ସ୍ତ୍ରୀ ପାଇଥିଲେ ଏବଂ ଭରତପୁର ଥାନାରେ ସ୍ୱାମୀଙ୍କ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପାଇବା ପରେ ପୋଲିସ ଚତୁର୍ଥୀ ଭୋଜି ଦିନ ହିଁ ଉଠେଇ ନେଇଥିଲା। ଗିରଫ କରିବା ପରେ ପୋଲିସ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *