କିଛି ସେକେଣ୍ଡରେ ବିନା ଚାବିରେ ବୁଲେଟ ଗାଡି ଷ୍ଟାର୍ଟ କରିଦେଲା ଚୋର, ଏହା ଦେଖି ଆଶ୍ଚର୍ଯ୍ୟ ହେଲା ପୋଲିସ।: ଦେଖନ୍ତୁ ଭିଡିଓ

ତେବେ ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହେବାର ଦେଖିବାକୁ ମିଳିଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ତେବେ ବର୍ତ୍ତମାନ ସମୟରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ବିନା ଚାବିରେ ଚୋରଟି ଦାମୀ ଗାଡି ରୋୟାଲ ଏନଫିଲଡ଼ ଷ୍ଟାର୍ଟ କରିଦେଲା। ଯାହାକି ପାଖରେ ଥିବା ପୋଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଥିଲା।

ତେବେ ବର୍ତ୍ତମାନ ସମୟରେ ରୋୟାଲ ଏନଫିଲଡ଼ ଗାଡି ଚଲେଇବା ସମସ୍ତଙ୍କ ସ୍ୱପ୍ନ ରହିଥାଏ। ଯାହାକୁ ପୂରଣ କରିବା ପାଇଁ ଅନେକ ଲୋକ ଏହି ଗାଡି କିଣି ଥାନ୍ତି। ତେବେ ଥରେ ଭାବନ୍ତୁ ଆପଣ ଦିନ ରାତି ପରିଶ୍ରମ କରି ଦାମୀ ଗାଡି ରୋୟାଲ ଏନଫିଲଡ଼ ଆଣିଲେ କିନ୍ତୁ ଚୋର ଏହାକୁ ଚୋରି କରି ନେଇଗଲା ତେବେ ଆପଣଙ୍କ ଅବସ୍ଥା ସେଠି କଣ ହେବ। ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓ ଆପଣ ଦେଖିବା ପରେ ନିଜ ଆଖି ଉପରେ ମଧ୍ୟ ବିଶ୍ୱାସ କରି ପାରିବେ ନାହିଁ। ପୋଲିସ ଜଣେ ବୁଲେଟ ଚୋରି କରୁଥିବା ଚୋରକୁ ଧରି ପକେଇଛି।

ତେବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ପୋଲିସ ଏକ ଚୋରକୁ ଧରିବା ପରେ କିପରି ଗାଡି ଚୋରି କରେ ତାହା ଦେଖିବା ପାଇଁ ନେଇକି ଆସିଲା। ତେବେ ଚୋର ଏକ ବୁଲେଟ ଉପରେ ବସି ଜୋରରେ ହ୍ୟାଣ୍ଡେଲକୁ ଠେଲିବା ପରେ ବୁଲେଟରେ ପଡିଥିବା ହ୍ୟାଣ୍ଡେଲ ଲକ୍ ଫିଟିଗଲା। ଏହାପରେ ଗାଡିକୁ ଷ୍ଟାର୍ଟ କରିବା ପାଇଁ ହ୍ୟାଣ୍ଡେଲ ପାଖରେ ଥିବା ଏକ ତାର କୁ ଦାନ୍ତରେ କାଟି ଡ଼ାଇରେକ୍ଟ କରିଦେଲା। ଗାଡି ଉପରେ ବସି ଷ୍ଟାର୍ଟ କରିବା ପରେ ଗାଡି ଷ୍ଟାର୍ଟ ହୋଇଗଲା।

 

View this post on Instagram

 

A post shared by Meme wala (@memewalanews)

ତେବେ ଏହି ସମସ୍ତ ଘଟଣାକୁ ପୋଲିସ ବାବୁ ଜଣକ ନିଜ ମୋବାଇଲ ଫୋନରେ ରେକର୍ଡ଼ କରିଥିଲେ। ତେବେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭାଇରାଲ ଭିଡ଼ିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛି। ତେବେ ୟୁଜର ମାନେ କହିଛନ୍ତି କି ଏତେ ଟଙ୍କାର ଦାମୀ ଗାଡିକୁ କିଛି ମୁହୂର୍ତ୍ତରେ ଷ୍ଟାର୍ଟ କରିଦେଲା।

Leave a Reply

Your email address will not be published. Required fields are marked *