ଛଅ ବର୍ଷର ସମ୍ପର୍କକୁ ଭାଙ୍ଗି ଦେଲା ପ୍ରେମିକ , ଆଉ କାହାର ହାତ ଧରି ଚାଲିଗଲା …… ମୋ ଇଜ୍ଜତ ତ ଖାଇଦେଲ…

ପ୍ରତିଦିନ ସାମ୍ନାକୁ ଆସୁଛି ଏଭଳି ଅନେକ ଘଟଣା ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଆଜିକାର ଯୁବକ ଯୁବତୀ ମାନେ ପ୍ରେମରେ ପଡି ଯାଉଛନ୍ତି ସତ କିନ୍ତୁ ପ୍ରେମକୁ କିପରି ଆଗକୁ ବଢାଇବେ ଜାଣି ପାରୁନାହାଁନ୍ତି ଆଉ ପରସ୍ପରକୁ ଧୋକା ଦେଇ ଯାଉଛନ୍ତି । ପ୍ରଥମେ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ ରଖୁଛନ୍ତି ଏବଂ ତାପରେ ଅଲଗା ହୋଇ ଯେ ଯାହାର ବାଟ ଦେଖୁଛନ୍ତି । କିଏ ଆଉ କାହାକୁ ବାହା ହେଉଛି ତ ଆଉ କିଏ ଆତ୍ମହତ୍ୟା କରିଦେଉଛି ।

ତେବେ ବର୍ତ୍ତମାନ ମଧ୍ୟ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା ଯେଉଁଥିରେ ପ୍ରେମିକାକୁ ଏଭଳି ସମସ୍ୟାର ସମ୍ମୁଖୀନ କରିବାକୁ ପଡିଛି । ଛଅ ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇ ପ୍ରେମିକ ଆଉ କାହାର ହାତ ଧରି ତାଙ୍କୁ ନିଜର କରି ନେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଘଟିଛି ଏହି ଘଟଣା । କଲେଜରୁ ପ୍ରେମ ଆଉ ତାପରେ ଶାରୀରିକ ସମ୍ପର୍କ । ଚାରିବର୍ଷ ସମ୍ପର୍କରେ ରହିବା ପରେ ଆଉ ଦୁଇ ବର୍ଷ ଏକାଠି ଗୋଟିଏ ଘରେ ରହୁଥିଲେ ।

ଘର ମାଲିକଙ୍କୁ କହିଥିଲେ କି ସେମାନେ ସ୍ୱାମୀ ସ୍ତ୍ରୀ । ସେଥିପାଇଁ ମନ୍ଦିରରେ ମଧ୍ୟ ବିବାହ କରିଥିଲେ । ଏକଥା ଉଭୟଙ୍କ ପରିବାର ମଧ୍ୟ ଜାଣିଥିଲେ । ଦୁହିଁଙ୍କର ବିବାହ ଖୁବଶୀଘ୍ର କରିଦେବେ ବୋଲି ନେଇଥିଲେ ନିଷ୍ପତ୍ତି । କିନ୍ତୁ ସବୁ ସରିଗଲା । ତିନି ମାସ ଧରି ଯୁବତୀଙ୍କ ସହ ଭଲ ଭାବରେ କଥା ହେଉନଥିଲେ ଯୁବକ । ଆଉ ତାଙ୍କୁ ଗାଳି ଗୁଳଜ କରିବା ମଧ୍ୟ ଆରମ୍ଭ କରିଥିଲେ । ତେବେ ଏ କଥା ଝିଅ ତାଙ୍କ ପରିବାର ଲୋକଙ୍କୁ କହିବାରୁ ସେମାନେ କୋର୍ଟରେ ବିବାହ କରିବାକୁ କହିଥିଲେ ।

ଏକଥା ପରେ ପୁଅ ନାଧ୍ୟ ବିବାହ କରିବାକୁ ରାଜି ହୋଇଥିଲେ କିନ୍ତୁ କାଗଜପତ୍ର ଠିକ୍ ହୋଇଯିବା ପରେ ଧୋକା ଦେବା ଆରମ୍ଭ କରିଥିଲେ । ଏପରିକି ଯୁବତୀ ଯାଇ ଘରେ ପହଞ୍ଚିଲା ବେଳକୁ ସେ ଆଉ ଜଣେ ଝିଅ ସହିତ ମିଶି ଘର ଫାଙ୍କା କରିବା ଆରମ୍ଭ କରି ଦେଇଥିଲେ । ଏକଥା ଯୁବତୀ ପଚାରିବାରୁ ସେ ତାଙ୍କୁ ମା-ଡ଼ ମାରି-ଥିଲେ । ତେବେ ନିକଟରେ ମାସେ ତଳେ ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରି ନେଇଛନ୍ତି ବୋଲି ଯୁବତୀ ଶୁଣିବାକୁ ପାଇଛନ୍ତି । ଆଉ ବର୍ତ୍ତମାନ ସମୟରେ ଥାନାରେ ଯାଇ ଏତଲା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *