ଛଅ ଦିନ ହେଲା ପ୍ରେମିକକୁ ଛାଡି ଯାଇଛି ପ୍ରେମିକା , ଏପଟେ ପ୍ରେମିକ କାନ୍ଦି କାନ୍ଦି କହୁଛି ସେ ନଆସିଲେ ମୁଁ ମରିଯିବି….

ଜୀବନରେ ଏପରି ବହୁତ ଲୋକ ଆସିଥାନ୍ତି ଆଉ ସେମାନଙ୍କ ମଧ୍ୟରୁ ବାସ୍ କିଛି ଲୋକ ଖାସ୍ ହୋଇ ଯାଇଥାନ୍ତି । ତେବେ ସେହି ଖାସ୍ ରହିଥିବା ଲୋକଙ୍କ ସହିତ ବେଳେବେଳେ ପ୍ରେମ ହୋଇଯାଏ । ଏପରି ପ୍ରେମ ହୋଇଯାଏ କି , କେବେ ବି ଛାଡି ଚାଲିଯିବା ନାମ ନିଏ ନାହିଁ। ତେବେ ବର୍ତ୍ତମାନର ସମୟରେ କମ୍ ପ୍ରେମ ରହିଛି , ଯାହା ପ୍ରକୃତ ପ୍ରେମ ହୋଇଥାଏ ।

କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ , ଟାଇମ୍ ପାସ୍ ପ୍ରେମ ଅଧିକ ହେଉଛି ଆଉ ପ୍ରକୃତ ପ୍ରେମ କମ୍ । ତେବେ ଏପରି ପ୍ରେମ ଠାରୁ ସଦାବେଳେ ଦୂରେଇ ରହିବା ଭଲ । ଆଜି ଆମେ ଆପଣଙ୍କୁ ଏପରି କିଛି ପ୍ରେମ କାହାଣୀ ବିଷୟରେ କହିବୁ , ଯାହା ବିଷୟରେ ଶୁଣିବା ପରେ ଆପଣ ମୁଣ୍ଡରେ ହାତ ଦେଇ ବସିବେ । ଆଉ କହିବେ ବାଃ ବାଃ ରେ ପ୍ରେମ।

ଗୋଟିଏ ପଟେ ପ୍ରେମିକା ଆଉ କାହା ସହିତ ପଳାଇ ଯାଇଛି ଆଉ ଏପଟେ ପ୍ରେମିକ ପ୍ରେମିକାର ଆସିବା ବାଟକୁ ଅନାଇ ବସି ଆଖିରୁ ଲୁହ ଝରାଉଛି । ତେବେ ଏପରି କିଛି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । ଏହି ଅଞ୍ଚଳର ଜଣେ ଯୁବକ ଆଉ ଯୁବତୀ ପରସ୍ପରର ପ୍ରେମରେ ପଡିଯାଇଥିଲେ । ଦୁହେଁ ଦୁହିଁଙ୍କ ସହିତ ସାରା ଜୀବନ ରହିବାର କଥା ମଧ୍ୟ ଦେଇଥିଲେ ।

ବିବାହ କରି ନଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଏପରି ଭଲ ପାଇବା ରହିଥିଲା ଯେ , ସମସ୍ତେ ତାଙ୍କ ବିଷୟରେ କଥା ମଧ୍ୟ ହେଉଥିଲେ । ଏପରି ପ୍ରେମ ସମସ୍ତଙ୍କୁ ମିଳି ଯାଉ ବୋଲି ସମସ୍ତେ କାମନା ମଧ୍ୟ କରିବାରେ ଲାଗିଥିଲେ । କିନ୍ତୁ ସବୁ କିଛି ଅଧାରେ ରହିଥିଲେ । ବର୍ତ୍ତମାନ ସମୟରେ ଯୁବତୀଙ୍କର ପତ୍ତା ମିଳୁ ନାହିଁ । ସମସ୍ତେ ତାଙ୍କୁ ଖୋଜାଖୋଜି କରିବାରେ ଲାଗିଛନ୍ତି ଆଉ କାନ୍ଦିବାରେ ଲାଗିଛନ୍ତି ।

ଏପଟେ ପ୍ରେମିକ ମଧ୍ୟ ନିଜ ମୁଣ୍ଡ ବାଡେଇ ଦେଉଛନ୍ତି ଆଉ କହିଛନ୍ତି କି , ତାଙ୍କ ଭଳି ପ୍ରେମିକା ମୋର ଆଉ କେହି ନାହିଁ । ତାଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ । କାହିଁକି ନା ସେ ହିଁ ମୋ ଜୀବନରେ ଏକୁଟିଆ ଏପରି ମଣିଷ ଥିଲେ , ଯିଏ ମୋତେ ବହୁତ୍ ଭଲ ପାଉଥିଲେ । ଆଉ ସବୁ ସୁଖ ଦୁଃଖରେ ସାଥ ଦେଉଥିଲେ । ତେବେ ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି କି , ସେମାନେ ବିବାହ କରି ନଥିଲେ ସତ କିନ୍ତୁ ସେମାନଙ୍କ ମଧ୍ୟରେ ଅଲଗା ଏକ ସମ୍ପର୍କ ଗଢି ଉଠିଥିଲା ।

ଦୁହେଁ ଦୁହିଁଙ୍କ ଜୀବନ ଥିଲେ ଆଉ ଏପରିକି କି ସେମାନଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ମଧ୍ୟ ଜାଗ୍ରତ ହୋଇ ଉଠିଥିଲା । ଦୁହେଁ ଅନେକ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ଆଉ ଅନେକ ଥର ଗର୍ଭପାତ ମଧ୍ୟ କରାଇ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସବୁ ଶେଷ ହୋଇଯାଇଛି । କାହିଁକି ନା ତାଙ୍କ ଜୀବନ ତାଙ୍କ ଠାରୁ ଛାଡି ପକାଇଛି ।

ତେବେ କପ୍ତିପଦା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ , ବର୍ତ୍ତମାନ ଯାଏଁ ପୋଲିସ କିଛି ବି ପଦକ୍ଷେପ ନେଇ ନାହିଁ । ବ୍ୟକ୍ତି ଜଣକ ଅଭିଯୋଗ କରିଥିଲେ କି , ତାଙ୍କ ପ୍ରେମିକା ସହିତ ସେ କୋର୍ଟରେ ବିବାହ କରିବା ପାଇଁ ଯାଇଥାନ୍ତେ ଆଉ ଏଥିପାଇଁ ପ୍ରେମିକା ତାଙ୍କୁ କହିଥିଲେ କି , ଗାଧୋଇ ଆସିଲେ ସେମାନେ ଯିବେ କିନ୍ତୁ ସବୁକିଛି ଶେଷ ହୋଇ ଯାଇଥିଲା । ପ୍ରେମିକା ଆଉ ଫେରି ନାହାଁନ୍ତି ।

ଏପର୍ଯ୍ୟନ୍ତ ତାଙ୍କୁ ଚାରିଆଡ଼େ ଖୋଜାଖୋଜି କରାଯାଇଛି । କିନ୍ତୁ କିଛି ଖୋଜ ଖବର ମିଳି ନାହିଁ । ଏପରିକି ସମସ୍ତେ କହୁଛନ୍ତି କି , ତାଙ୍କ ଉପରେ ଗୁଣି ଗାରେଡ଼ି କରାଯାଇଛି ଆଉ ସେଥିପାଇଁ ତାଙ୍କୁ କିଏ ଭୁଲାଇ ନେଇ ଯାଇଛି । ଏପରି ଚିନ୍ତା ମନରେ ନେଇ ପ୍ରେମିକ ଜଣକ ନିଜ ଆଖିରୁ ଲୁହ ଝରାଇ ଚାଲିଛନ୍ତି । ତେବେ ଦେଖାଯାଉ କେବେ ପ୍ରେମିକା ଜଣକର ଖବର ମିଳୁଛି ।

Leave a Reply

Your email address will not be published. Required fields are marked *