ଗଣମାଧ୍ୟମ ସାମ୍ନାରେ ପ୍ରେମଦିବସକୁ ନେଇ କହିଲେ ଏଭଳି । ” ଆଜିକାଲିକା ଯୁଗରେ ଆଉ ପ୍ରେମ ନାହିଁ “

ତେବେ ଆପଣ ମାନେ ସମସ୍ତେ ନିଶ୍ଚିତ ଭାବରେ ପୂର୍ଣ୍ଣଚନ୍ଦ୍ର ହିଷ୍ଟ୍ରିୟା ବିଷୟରେ ତ ନିଶ୍ଚିତ ଜାଣିଥିବେ । ଯିଏକି ନିଜ ଭିଡ଼ିଓ ପାଇଁ ଏବଂ ଅନେକ ସମୟରେ ସୋସିଆଲ ମିଡିଆରେ ନିଜର ସ୍ପଷ୍ଟ ବ-ୟାନ ପାଇଁ ନଜରକୁ ଆସନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କର ଆଉ ଏକ ଉକ୍ତି ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି । ସେ କହିଛନ୍ତି ଯେ ଆଜିକାଲିକା ସମୟରେ ପାଳିତ ହେଉଥିବା ପ୍ରେମ ଦିବସ କିମ୍ବା ପ୍ରେମ କିଭଳି ପୂର୍ବ ସମୟ ଠାରୁ ଭିନ୍ନ । ଆଜିକାଲି ସାଧରଣତଃ ଲୋକେ ପ୍ରେମ ଦିବସକୁ ପାଳନ କରିବାକୁ ଭୁଲି ଯାଉ ନାହାଁନ୍ତି କିନ୍ତୁ ସେହିଦିନ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଭୁଲି ଯାଉଛନ୍ତି ।

ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ଅନୁଯାୟୀ ପ୍ରେମ ଦିବସ ଫେବୃଆରୀ ୧୪ ରେ ପାଳନ କରାଯାଏ ଯାହାକି ରୋମ ଏବଂ ୟୁରୋପ ଦେଶରୁ ଆରମ୍ଭ ହୋଇଥିଲା । କାରଣ ଯେହେତୁ ସେମାନେ ନିଜର କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ସମ୍ପ-ର୍କକୁ ସମୟ ଦେଇ ପାରନ୍ତି ନାହିଁ ତେଣୁ ସେମାନେ ବର୍ଷର ଗୋଟିଏ ଦିନ ଏହିଭଳି ପାଳନ କରନ୍ତି । ଯାହାକୁ ସାରା ଦେଶର ଲୋକେ ମଧ୍ୟ ଗ୍ରହଣ କରି ସାରିଲେଣି । ଏହାବ୍ୟତୀତ ସମ୍ପୂର୍ଣ୍ଣ ଭାରତ ପ୍ରେମରେ ବନ୍ଧା ତେଣୁ ଏଠାରେ ପ୍ରେମ ଦିବସ ପାଳନ କରିବା ଭଳି କୌଣସି ଦିନ ନାହିଁ । ଲୋକେ କେବଳ ପାଶ୍ଚାତ୍ୟ ଦେଶର ପରମ୍ପରାକୁ ଆପଣେଇ ଏହାକୁ ପାଳନ କରିବାରେ ଲାଗିଛନ୍ତି ।

ତାଙ୍କ ଅନୁଯାୟୀ ସମସ୍ତଙ୍କୁ ପ୍ରେମ କରାଯାଇ ପାରେ । ସମସ୍ତଙ୍କ ସମ୍ପ-ର୍କର ସ୍ଥାନ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ଏହାକୁ ଗୋଟିଏ ଦିନ ପାଳନ କରିବା ଉଚିତ ନୁହେଁ ବରଂ ସବୁଦିନ ପାଳନ କରିବା ଉଚିତ । ଆଜିକା ସମୟରେ ପ୍ରେମ ଭଳି କିଛି ନାହିଁ । ଆଜିକାଲିକା ସମୟରେ ପ୍ରେମର ଅର୍ଥ ହେଉଛି କେବଳ ଶାରୀ-ରିକ ସ-ମ୍ପର୍କ ଏବଂ ଟଙ୍କା । ଯାହାଦ୍ୱାରା ଅନେକ ଅପ-ରାଧ ହେଉଛି । ଯାହାକି ବୁଝାମଣା ଅଭାବ କାରଣରୁ ହୋଇଥାଏ । ତେଣୁ ଏହା କୌଣସି ପ୍ରକାରେ ପ୍ରେମ ହୋଇ ନଥାଏ । ଆଜିକାଲି ପ୍ରେମ ସମସ୍ତେ କରୁଛନ୍ତି କିନ୍ତୁ ପ୍ରେମ ପାଇଁ ଯାହା ମୁଖ୍ୟ ଦରକାର ତାହା କେହି ଜାଣି ନାହାଁନ୍ତି । ତାହା ହେଉଛି ଦୃଢ଼ ବୁଝାମଣା ।

ଏହାବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଆଜିକାଲିକା ଦୁନିଆରେ ଆଉ ପ୍ରେମ ନାହିଁ କହିଲେ ଚଳେ । ପ୍ରେମ କରି ହୋଟେଲ ନେବା ଏବଂ ସ-ମ୍ପର୍କ ରଖିବା ଭଳି ପ୍ରାୟତଃ ଅନେକ ଘଟ-ଣା ଦେଖିବାକୁ ମିଳୁଛି । ଯେଉଁଠି ସ୍ୱାର୍ଥ ରହୁଛି । ତେବେ ଯେଉଁଠି ସ୍ୱାର୍ଥ ଅଛି ସେଠାରେ ଭଲ ପାଇବା ଆସିବ କେଉଁଠୁ । ତେବେ ଏଭଳି ଏକ ବୟାନ ଗଣମାଧ୍ୟମରେ ଦେବା ପରେ ବର୍ତ୍ତମାନ ସେ ଚର୍ଚ୍ଚାରେ ରହିଛନ୍ତି । ଏମିତିରେ ବି ତାଙ୍କ ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରନ୍ତି । ଯେହେତୁ ସେ ଯାହା କହନ୍ତି ତାହା ସ୍ପଷ୍ଟ ।

Leave a Reply

Your email address will not be published. Required fields are marked *