ଛାତ୍ରୀଙ୍କୁ ପର୍ଣ୍ଣ ଭିଡ଼ିଓ ଦେଖାଉଥିଲେ ଟ୍ୟୁସନ ମାଷ୍ଟର , ଆଉ ତାପରେ…

ଜଣେ ଶିକ୍ଷକ ଏବଂ ଛାତ୍ର କିମ୍ବା ଛାତ୍ରୀ ମଧ୍ୟରେ ସମ୍ପର୍କ ଖୁବ ଅମୂଲ୍ୟ ହୋଇଥାଏ କିନ୍ତୁ ତାହା ମଧ୍ୟରେ ଯଦି ଅନ୍ୟୁନ ଚିନ୍ତାଧାରା ଦେଖା ଦିଏ ତେବେ ପରିସ୍ଥିତି ଖରାପ ହୋଇଯାଏ । ଏବେକା ଯୁଗରେ ଅନେକ ଏପରି ଘଟଣା ଘଟୁଛି ଯେଉଁଠି ଶିକ୍ଷକ ଛାତ୍ର କିମ୍ବା ଛାତ୍ରୀ ମଧ୍ୟରେ ଖରାପ ସମ୍ପର୍କ ରହୁଛି ଯାହାକି ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ଅଟେ । କିନ୍ତୁ ଆଜିକାର ଘଟଣା ଏପରି ନୁହେଁ । ଆଜି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବୁ ଯାହା ଅନୁଯାୟୀ ଜଣେ ଟ୍ୟୁସନ ମାଷ୍ଟର ନିଜ ଛାତ୍ରୀକୁ ଜୋର ଜବରଦସ୍ତ ପର୍ଣ୍ଣ ଭିଡ଼ିଓ ଦେଖାଇଛନ୍ତି ।

ଘଟଣା ବିଷୟରେ ଜାଣି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ କିନ୍ତୁ ଘଟଣାଟି ସତ । ସୂଚନା ଅନୁଯାୟୀ ଏହି ଘଟଣା ହରିୟାଣାର ଅଟେ । ତେବେ ପ୍ରକୃତ ଘଟଣା ଏହା ଯେ ହରିୟାଣା ର ଜିନ୍ଦ ରେ ଜଣେ ଛାତ୍ରୀ ନିଜ ଟ୍ୟୁସନ ମାଷ୍ଟର ନାମରେ ଜିନ୍ଦ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି । କେବଳ ସେତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଟ୍ୟୁସନ ମାଷ୍ଟର ତାଙ୍କୁ ଧମକ ମଧ୍ୟ ଦେଉଥିଲେ ଯେ ଯଦି ସେ ଏ ସମ୍ବନ୍ଧରେ କାହାକୁ କିଛି କହନ୍ତି ତେବେ ତାଙ୍କ ବାପା ମା ଙ୍କୁ ମାରିଦେବେ ।

ତାଙ୍କ କହିବା ଅନୁଯାୟୀ ସେ ଶିବ କଲୋନୀ ର ବାସିନ୍ଦା ଅଙ୍କୁଶ ଙ୍କ ଘରକୁ ଟ୍ୟୁସନ ହେବାକୁ ଯାଉଥିଲେ । ଟ୍ୟୁସନ ରେ ଅଙ୍କୁଶ ଛାତ୍ରୀଙ୍କୁ ଜୋର କରି ପର୍ଣ୍ଣ ଭିଡ଼ିଓ ଦେଖାଉଥିଲେ ଏବଂ ସେ ଯଦି କାହାକୁ କହନ୍ତି ତେବେ ତାଙ୍କ ଗାଡ଼ି ଲଗାଇ ତାଙ୍କ ପିତା ମାତାଙ୍କୁ ମାରିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ ।

ତେବେ ଛାତ୍ରୀ ଜଣକ ନିଜ ପରିବାରରେ ଏହି ଘଟଣା ବିଷୟରେ କହିବା ପରେ ସେ ଟ୍ୟୁସନ ଯିବା ବନ୍ଦ କରି ଦେଇଥିଲେ । ତଥାପି ଅଭିଯୁକ୍ତ ତାଙ୍କ ପିଛା କରିବା କାରଣରୁ ବାଧ୍ୟ ହୋଇ ପରିବାର ଲୋକେ ଏବଂ ଛାତ୍ରୀ ଜିନ୍ଦ ମହିଳା ଥାନାରେ ଅଭିଯୋଗ ଆଣିଛନ୍ତି ଏବଂ ହତ୍ୟା ଧମକ ଦେଉଥିବା କଥା ମଧ୍ୟ କହିଛନ୍ତି । ମହିଳା ଥାନା ପୀଡ଼ିତା ଙ୍କ ଅଭିଯୋଗ ଅନୁସାରେ ଅଙ୍କୁରଙ୍କ ଉପରେ ଧାରା ୩୫୪ ଡି , ୩୫୪(ଏ) (୧)(୩) , ୫୦୬ , ୩୪ ଅଧୀନରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *