ରାସ୍ତାରେ ଗାଡ଼ି ଚଳାଉଥିଲେ ସାବଧାନ , ନଚେତ କ୍ଷଣକେ ଚାଲିଯିବ ଜୀବନ , ଭାଇରଲ ହେଲା ଲାଇଭ ଦୁର୍ଘଟଣା ଭିଡ଼ିଓ :-

ଆଜିକାଲି ସାଧରଣତଃ ଯୁବ ସମାଜ କଥା କହିବାକୁ ଗଲେ ସେମାନେ କେବେବି ସତର୍କ ହୋଇ ଗାଡ଼ି ଚଳାଉ ନାହାଁନ୍ତି । ପ୍ରତିଦିନ ହଜାର ହଜାର ସଡ଼କ ଦୁର୍ଘଟଣା ହେଉଛି । ସାମାନ୍ୟ ଅସତର୍କତା କାରଣରୁ ମୂଲ୍ୟବାନ ଜୀବନ ନିମିଷକେ ଚାଲି ଯାଉଛି । ଆଜିକାର ଏହି ଲେଖାରେ ଆମେ ଭାଇରଲ ହେଉଥିବା ଏକ ଲାଇଭ ଦୁର୍ଘଟଣା ବିଷୟରେ କହିବୁ । ଯାହା ଦେଖିଲେ ଆପଣ ଆଉ ଅସତର୍କ ହୋଇ ଗାଡ଼ି ଚଳାଇବେ ନାହିଁ ।

ଭାଇରଲ ହେଉଥିବା ଏହି ଭିଡ଼ିଓ ଏକ ସିସିଟିଭି ରେକର୍ଡ଼ିଂ ଅଟେ । ଯେଉଁଥିରେ ସମ୍ପୂର୍ଣ୍ଣ ଘଟଣା ରେକର୍ଡ଼ ହୋଇ ଯାଇଛି । ଘଟଣାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଯିବ । ଆପଣ ଯେ ଭାବୁଛନ୍ତି କେବେଳ ଦୁଇ ଯାନ ମଧ୍ୟରେ ଧୋକା ହେଲେ କିମ୍ବା ମଣିଷ ଏବଂ ଯାନ ସହିତ ଧୋକା ହେଲେ ଦୁର୍ଘଟଣା ହୁଏ । ତାହା ଆଦୌ ନୁହେଁ କାରଣ ସମୟ ସମୟରେ ଜୀବଜନ୍ତୁ ଙ୍କ କାରଣରୁ ଅନେକ ଦୁର୍ଘଟଣା ହୋଇଥାଏ ଏବଂ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଏ ।

ସେହିପରି ଏହି ସିସିଟିଭି ରେକର୍ଡ଼ିଂ ରେ ଏକ ଅଟୋ ଆସୁଥିବା ସମୟରେ ହଠାତ ପାଖରେ ଥିବା ବୁଦା ମଧ୍ୟରୁ କୁକୁର ଗୁଡ଼ିକ ଦୌଡ଼ି ଆସୁଥିବାର ଦେଖା ଯାଇଛି । ଯାହାଦ୍ୱାରା ମାତ୍ର ଅଳ୍ପ କେତେ ମୁହୂର୍ତ୍ତ ମଧ୍ୟରେ ଅଟୋ ରେ ବସିଥିବା ମଣିଷ ମାନଙ୍କର ଜୀବନ ମଧ୍ୟ ଚାଲି ଯାଇଛି । ହଠାତ କୁକୁର ଗୁଡ଼ିକ ଦୌଡ଼ି ଆସି ଅଟୋ ର ଆଗ ଚକା ରେ ବାଡେଇ ହେବା କାରଣରୁ ଅଟୋ ଓଲଟି ଯାଇଛି । ଏହି ଭିଡ଼ିଓ ରେ ଆପଣ ଭଲ ଭାବରେ ଦେଖି ପାରିବେ ଯେ ପ୍ରଥମେ ଦୁଇଟି କୁକୁର ଏତେ ଦ୍ରୁତ ଗତିରେ ଦୌଡ଼ି ଆସିଛନ୍ତି ଯେ ପ୍ରଥମ କୁକୁର ଟି ଅଟୋ ଚକ ସହିତ ବାଢ଼େଇ ଯାଇଛି ଏବଂ ଅନ୍ୟଟି ଅଟୋ ଭିତରେ ପଶି ଯାଇଛି ।

ତେବେ ଏପରି ପରିସ୍ଥିତି ରେ ଅଟୋ ଚାଳକ ଗାଡ଼ିକୁ ନିୟନ୍ତ୍ରଣ କରିବା ବି ଅସମ୍ଭବ ଥିଲା । ଏତେ କମ ସମୟ ମଧ୍ୟରେ କ୍ଷଣକରେ ଏପରି ଘଟଣା ଘଟି ଯାଇଛି ଯେ ତାହା ଅଟୋ ଚାଳକ ବି ହୁଏତ ବୁଝିବା ଆଗରୁ ସବୁକିଛି ଧୂଳିସାତ ହୋଇ ଯାଇଛି । ଏଥିରୁ ଏହି କଥା ବୁଝା ପଡ଼ୁଛି ଯେ ସମୟ ସମୟରେ ଆପଣ ସତର୍କ ଥିଲେ ବି ଏପରି ପରିସ୍ଥିତି ରୁ ଓହରିବା ଖୁବ କଷ୍ଟକର । ତେଣୁ ମନୁଷ୍ୟ ମାନେ ଯାନ ବାହନ ବେଶୀ ଦ୍ରୁତ ବେଗରେ ନଚଳାଇବା ଉଚିତ ଯେପରି ଆଗକୁ କେହି ବି ଆସିଲେ ବ୍ରେକ ମାରି ହେବ । ହୁଏତ ଏହି ଘଟଣା ରେ ଡ୍ରାଇଭର ବ୍ରେକ ମାରି ଥାନ୍ତେ କିନ୍ତୁ ଅଟୋ ର ଆଗ ଚକ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ହରାଇ ଦେଇଛି ଯାହାଦ୍ୱାରା ଆଖି ପିଛୁଳାକେ କେତେ ଜୀବନ ଚାଲି ଯାଇଛି ।

Leave a Reply

Your email address will not be published. Required fields are marked *