ଚିରା କାଗଜରେ ପ୍ରେମ କାହାଣୀ, ହ-ତ୍ୟା ନା ଆ-ତ୍ମହ-ତ୍ୟା ଜଣା ପଡ଼ିନାହିଁ…

ସାମ୍ନାକୁ ଆସିଛି ଆଉ ଏକ ସୁଇ-ସାଇଡ଼ ନୋଟ । ଆଉ ଜଣେ ପ୍ରେମିକ ହତାଶ ହୋଇ ହାରି ଦେଇଛନ୍ତି ଜୀବନ । ଆଉ ଚାଲି ଯାଇଛନ୍ତି ସମସ୍ତଙ୍କୁ ପର କରି । ତେବେ ପ୍ରେମ ପାଇଁ ନା ଆଉ କିଛି ପାଇଁ ଆ-ତ୍ମହ-ତ୍ୟା କରିଛନ୍ତି ନା ତାଙ୍କୁ ହ-ତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଭୁବନେଶ୍ବରର ଇନଫୋସିଟି ଅଞ୍ଚଳରେ ବର୍ତ୍ତମାନ ଏହି ଖବର ଚହଳ ସୃଷ୍ଟି କରିଛି । ମୃ-ତ ବ୍ୟକ୍ତିଙ୍କ ନାମ ଅବିନାଶ ଅଟେ । ଆଉ ବର୍ତ୍ତମାନ ସମୟରେ ତାଙ୍କୁ ହ-ତ୍ୟା କରା ଯାଇ ପୋଡି ଦିଆଯାଇଛି ବୋଲି ଅନୁମାନ କରାଯାଇଛି ।

ସମ୍ପର୍କୀୟଙ୍କ ଅନୁଯାୟୀ , ମୃ-ତ୍ୟୁ ପୂର୍ବରୁ ତାଙ୍କ ବ୍ୟାଗରୁ ଏକ ଚିଠି ମିଳିଅଛି । ଆଉ ସେ ଚିଠି ତାଙ୍କ ବ୍ୟାଗରେ ଥିଲା ଏବଂ ସେଥିରେ ଲେଖାଯାଇଥିଲା କି , ମୁଁ ତୁମ ବାଟରେ ଆଉ ନାହିଁ , ତୁମେ ବି ତୁମ ବାଟରେ ରୁହ । ତୁମେ ମୋତେ ଆଉ କେବେ ମନେ ପକାଇବ ନାହିଁ କି ମୁଁ ତୁମ ଆଖପାଖରେ ଆଉ କେବେ ଆସିବି ନାହିଁ । ତେବେ ପୋଲିସର କହିବା ଅନୁଯାୟୀ, ଏହା ସୁଇଡସାଇଡ ନୋଟ , କିନ୍ତୁ ଏହାର ବିରୋଧ କରି ତାଙ୍କ ସମ୍ପର୍କୀୟ କହିଛନ୍ତି କି , ଅବିନାଶ ପିଲାଟି ବେଳରୁ ଫିଟ୍ସ ରୋଗରେ ପୀଡିତ ଥିଲେ ଏବଂ ସେ ନିଆଁକୁ ମଧ୍ୟ ଡରୁଥିଲେ।

ଅନ୍ୟପକ୍ଷରେ ସୂଚନା ଅନୁଯାୟୀ, ଅବିନାଶଙ୍କ ଗାଡ଼ିର ବହୁତ ଦୂରରେ ତାଙ୍କୁ ଜଳା ଯାଇଥିଲା। ଏପର୍ଯ୍ୟନ୍ତ ଏହା ହତ୍ୟା ନା ଆ-ତ୍ମହ-ତ୍ୟା ତାହା ସ୍ପଷ୍ଟ ହୋଇ ପାରିନାହିଁ । ଆହୁରିମଧ୍ୟ ଯଦି ଏହି ଚିଠି ଲେଖା ଅବିନାଶଙ୍କର , ତେବେ ସେ ଏହି ଚିଠିକୁ କାହିଁକି ଚିରିଥିଲେ ଏବଂ ଯଦି ସେ ଚିଠି ଚିରିବାର ଥିଲା ତାହାଲେ ସେ କାହିଁକି ଚିଠିକୁ ନ ଫୋପାଡିନିଜ ବ୍ୟାଗରେ ରଖିଥିଲେ । ଏହାବ୍ୟତୀତ ଆହୁରି କଥା ଉଠିଛି କି ଅବିନାଶଙ୍କୁ କିଏ ହ-ତ୍ୟା କରି ପ୍ରମାଣ ନଷ୍ଟ କରିବାପାଇଁ ଏହା କରିଛି କି। ଯଦି ପ୍ରେମିକାଙ୍କ ପାଇଁ ଚିଠି ଲେଖିଥାନ୍ତେ, ତେବେ ସେ ଏହାକୁ ମୋବାଇଲ ମାଧ୍ୟମରେ ପଠେଇ ପାରିଥାନ୍ତେ ।

ଅନ୍ୟପଟେ ଅବିନାଶଙ୍କୁ ହ-ତ୍ୟା କରାଯାଇଥିବାର ପ୍ରମାଣ ମିଳୁଛି କମିସନର ପୋଲିସକୁ। ସେଦିନ ଶିଖରଚଣ୍ଡୀ ରାସ୍ତାରେ ଜଣେ ଯୁବକଙ୍କ ସହ ଯାଇଥିଲେ ଅବିନାଶ ଆଉ ଏହାର କିଛି ସମୟ ପରେ ସେହି ରାସ୍ତାର ଅନ୍ୟ ଆଡୁ ଦୁଇଟି ବାଇକରେ ଚାରିଜଣ ବ୍ୟକ୍ତି ମଧ୍ୟ ଫେରିଥିଲେ । ଆଉ ଏହାର ସିସିଟିଭି ଫୁଟେ ପୋଲିସ ହାତରେ ଲାଗିଛି । ବାଇକରେ ସେଦିନ ଅବିନାଶଙ୍କ ସହ କିଏ ଥିଲେ , ତାହା ମଧ୍ୟ ପୋଲିସ ଜାଣିସାରିଛି । ଆଉ ବର୍ତ୍ତମାନ ଏହାକୁ ନେଇ ପୋଲିସ ତଦନ୍ତ କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *