ଚୋରା ପିରତି କଲା ପାଗଳ , ଚାଲ ମିଶିକି ମୋ ସ୍ୱାମୀକୁ ମାରିଦେବା…

ପ୍ରେମ କରିଦେଲା ପାଗଳ । ବୟସର ଅପରାହ୍ନରେ ପହଞ୍ଚି ମଧ୍ୟ ମନରୁ ପ୍ରେମ ନିଶା ଗଲା ନାହିଁ । ପାଖା ଗାଁର ଜଣେ ବ୍ୟକ୍ତିଙ୍କୁ ଭଲ ପାଇ ବସିଲେ ମହିଳା । ଆଉ ଘରେ ସ୍ଵାମୀଙ୍କ ଅନୁପସ୍ଥିତିରେ ପ୍ରେମିକ ସହିତ ଭେଟ ହେବା ପାଇଁ ଯୋଜନା କରୁଥିଲେ । ଆଉ ଶେଷରେ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା ମଧ୍ୟ କରିଲେ ଆଉ ସେଥିରେ ସଫଳ ହେଲେ । ତେବେ ଏପରି କିଛି ଘଟଣା ବର୍ତ୍ତମାନ କଟକ ଜିଲ୍ଲାରୁ ସାମ୍ନାକୁ ଆସିଛି , ଯାହା ଆପଣଙ୍କ ହୋସ ଉଡାଇ ଦେବ ।

ଓଡ଼ଗାଁ ଥାନା ଅନ୍ତର୍ଗତ ବାହାରଝୋଲ ଫାଣ୍ଡି ଅଧୀନସ୍ଥ କୁନି ଅଞ୍ଚଳର ଗୋପାଳ ନାୟକ । ନିଜ ସ୍ତ୍ରୀ ଆଉ ଦୁଇ ପିଲାଙ୍କ ପାଇଁ ଭୁବନେଶ୍ୱରରେ କାମ କରନ୍ତି । ଆଉ ସେଥିରେ ପରିବାର ଭରଣ ପୋଷଣ କରିଥାନ୍ତି । ତେବେ ସେ ପ୍ରାୟତଃ ବାହାରେ ରହୁଥିବାରୁ ଏପଟେ ତାଙ୍କ ସ୍ତ୍ରୀଙ୍କ ଚୋରା ପିରତି ଆରମ୍ଭ ହୋଇ ଯାଇଥିଲା । ଆଉ ସେ ଭୁଲି ଯାଇଥିଲେ ସ୍ଵାମୀ ଏବଂ ଦୁଇ ବଡ ବଡ ପୁଅଙ୍କ କଥା । ବାଙ୍କୀ ଅଞ୍ଚଳର ବିକ୍ରମ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ସେ ଭଲ ପାଇ ବସିଥିଲେ ।

ଆଉ ସ୍ଵାମୀଙ୍କ ଅନୁପସ୍ଥିତିରେ ସେ ପ୍ରେମୀକଙ୍କୁ ଘରକୁ ଡ଼ାକି ପ୍ରେମ କରୁଥିଲେ । ଭୁଲି ଯାଉଥିଲେ ସବୁ ଲଜ୍ଜା , ନିନ୍ଦା ଆଉ ଅପମାନ । ନିଜର ମାତୃତ୍ଵ ଭାବକୁ ସେ ଭୁଲି ଯାଉଥିଲେ । ତେବେ ଏହାରି ମଧ୍ୟରେ ନିଜ ସ୍ବାମୀଙ୍କୁ ସେ ବାଟରୁ ହଟାଇବାକୁ ଚେଷ୍ଟା କରିଥିଲେ । ଆଉ ନିଜ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ସୂଚନା ଅନୁଯାୟୀ , ଏଥିପାଇଁ ସେ ପାଞ୍ଚ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିଥିଲେ । ତେବେ ଏହି ଟଙ୍କା ସେ ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ଆଉ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ କହିଥିଲେ।

ତେବେ ଗତକାଲି ତାଙ୍କ ସ୍ଵାମୀ ଗୋପାଳ ନାୟକ ଘରେ ଶୋଇଥିବା ସମୟରେ ଉକ୍ତ ବ୍ୟକ୍ତି ଜଣକ ଆସି ଗୋପାଳଙ୍କୁ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହାଣୀ ହତ୍ୟା କରି ଦେଇଥିଲା । ତେବେ ଗୋପାଳଙ୍କ ଚିତ୍କାର ଶୁଣି ଗାଆଁ ଲୋକ ଆସି ଯାଇଥିଲେ ଆଉ ସେତେବେଳେକୁ ଗୋପାଳ ଶେଷ ନିଃଶ୍ୱାସ ତ୍ୟାଗ କରି ଦେଇଥିଲେ । ତେବେ ଏହାପରେ ମହିଳା ଏବଂ ତାଙ୍କ ପ୍ରେମୀକଙ୍କୁ ଗାଁରେ ବାନ୍ଧି ରଖି ଅଟକି ରଖିଥିଲେ । ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଆସି ଘଟଣାର ତଦନ୍ତ କରି ଛବି ଆଉ ତାଙ୍କ ପ୍ରେମିକ ବିକ୍ରମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Leave a Reply

Your email address will not be published. Required fields are marked *