କଙ୍କଡା ଧରିବା ପାଇଁ ଘରୁ ବାହାରିଲେ, ଜଙ୍ଗଲରେ ଖାଇଦେଲା ମହାବଳ ବାଘ

ପଶ୍ଚିମବଙ୍ଗ ଚବିଶପରଗଣା ଜିଲ୍ଲା କୁଲତାଳି ବ୍ଲକର କଣ୍ଟାମାରି ଗାଆଁର ଲୋକମାନେ ମାଛ, କଙ୍କଡା ପାଇଁ ସୁନ୍ଦରବନ ନଦୀକୁ ସବୁବେଳେ ଯାଆନ୍ତି। ଶନିବାର ଦିନ କଣ୍ଟାମାରି ଗାଆଁର ସାତଜଣ ପିଲା କଙ୍କଡା ଧରିବାକୁ ସୁନ୍ଦରବନ ନଦୀକୁ ଗଲେ। କଙ୍କଡା ଧରିବା ପାଇଁ ସେମାନେ ନଦୀର ଆରପଟକୁ ଗଲେ କଙ୍କଡା ଧରି ସାରି ଫେରିବା ବେଳେ ନଦୀରେ ଜୋରେ ଜୁଆର ଉଠିବାରୁ ଘରକୁ ନଫେରି ଗୋଟେ ଜାଗାରେ ରହିଗଲେ।

ରାତି ସାରା ସେମାନେ ସାଙ୍ଗ ହେଇ ରହିଲେ ତା ପରଦିନ ସକାଳେ ଘରକୁ ଫେରିବା ପାଇଁ ବାହାରିଲେ। ଘରକୁ ଫେରିବା ବାଟରେ ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ନାମକ ଜଣେ ପିଲା ମୁଁହ ଧୋଇବା ନଦୀ ପାଖକୁ ଯାଉଥିଲା ଠିକ୍ ସେଇ ସମୟରେ ମହାବଳ ବାଘ ଆସି ଦିଲ୍ଲୀପଙ୍କୁ ଜଙ୍ଗଲ ଭିତରକୁ ଟାଣି ଟାଣି ନେଇଗଲା। ବାକି ୬ ଜଣ ଯାକ ମହାବଳ ବାଘକୁ ପ୍ରଥମେ ଡରିଗଲେ କିନ୍ତୁ ତାପରେ ନିଜ ସାଙ୍ଗଙ୍କୁ ବଞ୍ଚାଇବା ପାଇଁ ଠେଙ୍ଗା ବାଡି ଧରି ବାଘ ପଛରେ ଗୋଡାଇଲେ।

ଜଙ୍ଗଲ ଭିତରେ ସେମାନେ ବାଘକୁ ବହୁତ୍ ଖୋଜିଲେ କିନ୍ତୁ ବାଘକୁ କୋଉଠି ପାଇଲେନି। କିଛି ବାଟ ଆଗକୁ ଗଲାପରେ ସେମାନେ ଦିଲ୍ଲୀପଙ୍କ ମୃତ ଦେହ ଦେଖି ଡରିଗଲେ। ମହାବଳ ବାଘ ଦିଲ୍ଲୀପଙ୍କୁ ଅଧା ଖାଇ କୁଆଡେ ପଳେଇ ଯାଇଛି। ତା’ପରେ ସେମାନେ ଦିଲ୍ଲୀପଙ୍କ ମୃତ ଦେହ ଧରି ଗାଆଁକୁ ଫେରିଲେ। ରବିବାର ଦିନ କଣ୍ଟାମାରି ଗାଆଁରେ ଶୋକର କଳା ଖେଳିଗଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଙ୍ଗଲ ଅଧିକାରୀ ଦୁଇ ଦିନ ପୂର୍ବରୁ ଜଙ୍ଗଲ ଭିତରକୁ ଯିବାକୁ ମନା କରିଥିଲେ। କିନ୍ତୁ ପିଲାମାନେ ଘରଲୋଙ୍କ କଥା ନମାନି କଙ୍କଡା ଧରିବା ନିଶାରେ ଜଙ୍ଗଲକୁ ପଳେଇ ଥିଲେ।

Leave a Reply

Your email address will not be published. Required fields are marked *