କର୍ତ୍ତବ୍ୟ ଆଗରେ ହାର୍ ମାନି ନାହିଁ ମାତୃତ୍ୱ , ପିଲାକୁ ହାତରେ ଧରି କାମ କରୁଛନ୍ତି ମାଆ

ମାଆ ଶଦ୍ଦର ଅର୍ଥ ଅବର୍ଣ୍ଣନୀୟ , ମାଆ ଶବ୍ଦକୁ ଆମେ କୌଣସି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ସୀମିତ କରିପାରିବା ନାହିଁ । ସେ ପରା ମାଆ , ସେ ଜନନୀ , ସେ ସର୍ବେସର୍ବା । ସେ ନିଜ ପିଲା ପାଇଁ ସାଜି ପାରେ ସବୁକିଛି । ନିଜ ପିଲା ପାଇଁ ସେ ମ-ରଣ ସହ ବି ଲ-ଢ଼ି ଯାଇପାରେ । ଆଉ ଶେଷରେ ସେ ନିଜ ପିଲାକୁ ବଞ୍ଚେଇ ଆଣିପାରେ ଜମ ପାଖରୁ । ତେବେ ତା ମମତା ଆଗରେ ହାର୍ ମାନିଯାଏ ସବୁକିଛି । ତା ଆଗରେ ମୁଣ୍ଡ ନୂଆଁଏ ଏ ଦୁନିଆଁ । ସେ ନଥିଲେ ଆମେ ନାହୁଁ ।

ତେଣୁ କୁହାଯାଏ , ମା ପରି ଆଉ କେହି ନୁହେଁ । ତା ଭଳି ଆଉ କେହି ହୋଇ ମଧ୍ୟ ପାରିବେ ନାହିଁ । କାରଣ ତାର ମମତା , ତାର ପ୍ରେମ ଆଉ ତାର ଭଲପାଇବା ଆଗରେ ସବୁକିଛି ହାର୍ ମାନିଯାଏ ଆଉ ମୁଣ୍ଡ ତଳକୁ କରିଦିଏ । ତେବେ ସେ ମାଆଟିଏ ନିଜ ପିଲାକୁ ମୁଠାଏ ଖାଇବା ଦେବାପାଇଁ କେତେ କଣ ନ କରେ । ପର ଆଗରେ ମୁଣ୍ଡ ନୁଆଇଁ , ହାତ ଦେଖାଇ ମାଗି ଆଣି ନିଜ ପିଲାକୁ ଖାଇବାକୁ ଦିଏ ଆଉ ନିଜେ ଭୋକ ଉପାସରେ ଦିନ କାଟିଦିଏ । ତେବେ ଏଭଳି ଏକ ମାର ଭିଡ଼ିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓକୁ ଦେଖିବା ପରେ ଆପଣ ବି କହିବେ , ବାଃ ରେ ମାଆ , ତୋ ଭଳି ଆଉ କିଏ ବା ହେବ । ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଏହି ଭିଡ଼ିଓରେ ଆପଣ ଜଣେ ମାଆକୁ ଦେଖିପାରିବେ । ଯିଏ ନିଜେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟରତ । ଯିଏ ପରିବେଶ ସଫା ରଖିବାପାଇଁ ଶ-ପଥ ନେଇଛନ୍ତି । ଆଉ ରାତି ପାହୁଣୁ ଘରୁ ବାହାରି ଆସୁଛନ୍ତି ସଫେଇ କାମ କରିବାପାଇଁ । ଖାଲି ଏତିକି ନୁହେଁ , ସାଥିରେ ନିଜର କଅଁଳ ଶିଶୁକୁ ମଧ୍ୟ ନେଇ ଆସୁଛନ୍ତି । କାହିଁକିନା ଏପଟେ ଭ-ୟ ରହିଛି , କିଏ ତାଙ୍କ ପିଲାର ଭଲରେ ଯତ୍ନ ନେଇପାରିବେ କି ନାହିଁ ।

ଘରୁ ବାହାରି ଆସିବା ପରେ ପିଲା ତାଙ୍କର କାନ୍ଦିବ ଆଉ ମାଆକୁ ଖୋ-ଜିବ । କିନ୍ତୁ ମାଆ ପାଖରେ ନଥିବେ । ଘରେ ପିଲାକୁ ଛାଡି ଦେଇଗଲେ କାଳେ ପିଲାର କଣ ସମସ୍ୟା ହେବ କି । ଏଭଳି ଅନେକ କଥା ଭାବି ପିଲାକୁ ମଧ୍ୟ ସାଥିରେ ନେଇ ଆସୁଛନ୍ତି ଏହି ମାଆ ଜଣକ । ନିଜ ପିଲାକୁ ସେ ନିଜ ପାଖେ ପାଖେ ରଖୁଛନ୍ତି । ଆଉ ଆଶ୍ଚର୍ଯ୍ୟର କଥା ଏହା ଯେ , ସେ ପଛ ପଟରେ ଗୋଟିଏ ବ୍ୟାଗ ମଧ୍ୟରେ ପିଲାକୁ ଭର୍ତ୍ତି କରି ଦେଇଛନ୍ତି ଆଉ ସଫେଇ କାମରେ ଲାଗି ପଡିଛନ୍ତି ।

Leave a Reply

Your email address will not be published. Required fields are marked *