ଶିକ୍ଷକ ସ୍ୱାମୀ କରୁଥିଲା ଦଲାଲିଗିରି । ଆଉ ଧରା ପଡ଼ିବାରୁ ସ୍ତ୍ରୀ ମିଡ଼ିଆକୁ କହିଲା ଅ-ଶ୍ଲୀଳ ଭାଷା ।

ବର୍ତ୍ତମାନ ସମୟରେ ଦେଶରେ ଗରିବୀ କିମ୍ବା ବିକାରୀ ସବୁଠାରୁ ବଡ଼ ସମସ୍ୟା ନୁହେଁ ବରଂ ସମସ୍ୟା ହେଉଛି ଶିକ୍ଷା କ୍ଷେତ୍ରରେ । ପିଲାଙ୍କୁ ଛୋଟ ବେଳୁ ଶିକ୍ଷିତ କରିବା ପାଇଁ ଅନେକ ଶିକ୍ଷା ଅନୁଷ୍ଠାନ ଖୋଲାଯାଇଥାଏ । କିନ୍ତୁ କଣ ଆଜିକା ସମୟରେ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ସେହିଭଳି ଚାଲୁଛି , ଯେଉଁଭଳି ଚାଲିବା କଥା ।

ଦେଶରେ ବଡ଼ ବଡ଼ ଡିଗ୍ରୀ ଥାଇବି ଲୋକେ ଅପାଠୁଆ । ଏସବୁର ବଡ଼ କାରଣ ହେଉଛି ଅନିୟମିତତା । ଶିକ୍ଷା ଅନୁଷ୍ଠାନରେ ଆଜିକାଲି କୋଟାର ନାମ ନେଇ ଯେଉଁ ଲୋକଙ୍କୁ ଚାକିରୀ ଦିଆଯାଉଛି କିମ୍ବା ଟଙ୍କା ନେଇ ଯେଉଁ ମୂର୍ଖ ବ୍ୟକ୍ତିକୁ ଶିକ୍ଷକ କରାଯାଉଛି , ସେଥିପାଇଁ ହିଁ ବର୍ତ୍ତମାନ ଦେଶର ଏଇ ଅବସ୍ଥା ।

ତେବେ ଅନେକ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏଭଳି ପାଠପଢ଼ା କିମ୍ବା କିମ୍ବା ଅନିୟମିତତାର ଭିଡ଼ିଓ ସାମ୍ନାକୁ ଆସୁଛି । ଅନେକ ସମୟରେ ଅନେକ ଭିଡ଼ିଓ ମଧ୍ୟ ଭାଇରଲ ହୋଇଥାଏ । କିନ୍ତୁ ଆଜିକାର ଏହି ଲେଖାରେ ମଧ୍ୟ ଆମେ ଏଭଳି ଏକ ଘ-ଟଣା ବିଷୟରେ କହିବୁ ଯେଉଁଠି ଜଣେ ଶିକ୍ଷକ ସ୍କୁଲ ଚାଲିଥିବା ସମୟରେ ସ୍କୁଲରେ ନରହି ଦଲାଲିଗିରି କରିବାକୁ ଯାଇଛନ୍ତି ।

ଆଉ ଧରା ପଡ଼ିବା ପରେ ତାଙ୍କ ସ୍ତ୍ରୀ ମିଡ଼ିଆ ଏବଂ ଅନ୍ୟାନ୍ୟ ଲୋକଙ୍କୁ ଅ-ଶ୍ଳୀଳ ଭାଷାରେ ଗା-ଳି ଗୁ-ଲଜ କରିଛନ୍ତି । ଯାହାକୁ ନେଇ ସେଠାକାର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଘ-ଟଣା ବାଲିଆପାଳ ବ୍ଲକ ଅନ୍ତର୍ଗତ କାହ୍ନୁପାଣ୍ଠ ଗ୍ରାମର ଅଟେ ।

ଶିକ୍ଷକ ଜଣକ ସ୍କୁଲ ସମୟରେ ସ୍କୁଲରେ ପାଠ ନପଢ଼ାଇ ଏହି ଗ୍ରାମକୁ ଆସିଥିଲେ ଦଲାଲି କରିବା ପାଇଁ ଆଉ ସେଠାକୁ ଆସି କ୍ୟାମେରା ସାମ୍ନାରେ ଧରା ପଡ଼ିଗଲେ । ସେ କୁଆଡ଼େ ସବୁବେଳେ ଲୋକଙ୍କୁ ୧୦୦୦ ଟଙ୍କା ଦେଲେ ଲୋନ କରେଇ ଦେବେ କହି ଦଲାଲିଗିରି କରନ୍ତି । ଏମିତି କରୁକରୁ ଏହି ଧରା ବି ପଡ଼ିଗଲେ ।

ତେବେ ଲୋକଙ୍କ କହିବା କଥା ଯେ ଯଦି ସେ ଶିକ୍ଷକ ତେବେ ସ୍କୁଲ ସମୟରେ ସ୍କୁଲରେ ନରହି ଏଠାରେ କରୁଛନ୍ତି କଣ ? କିନ୍ତୁ ପ୍ରଶ୍ନର ଉତ୍ତର ତ ଦେଲେ ନାହିଁ । ବରଂ ସ୍ୱାମୀ ସ୍ତ୍ରୀ ମିଶି ମିଡ଼ିଆକୁ ଖରାପ ବ୍ୟବହାର ମଧ୍ୟ କରିଥିବାର ଦେଖିବାକୁ ମିଳିଛି ।

ବର୍ତ୍ତମାନ ଶିକ୍ଷକଙ୍କୁ କାହ୍ନୁପାଣ୍ଠ ଗ୍ରାମରେ ଲୋକେ ଅଟକ ରଖିଛନ୍ତି । ତେବେ ଧରା ପଡ଼ିବା ପରେ ଅଭ-ଦ୍ରାମିର ସୀମା ଟପିଗଲେ ଶିକ୍ଷକଙ୍କ ସ୍ତ୍ରୀ । ତେବେ ଉକ୍ତ ଶିକ୍ଷକଙ୍କ ନାମ ହେଉଛି ସୁଧାଂଶୁ ଏବଂ ସେହି ଶିକ୍ଷକ ଜଣକ ବାଲିଆପାଳ ଚାଠିଆ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷକତା କରନ୍ତି ଏବଂ ରାଧାଶ୍ୟାମ ହାଇସ୍କୁଲରେ ଡେପ୍ୟୁଟି ଶିକ୍ଷକ ଅଟନ୍ତି ।

କିନ୍ତୁ ଚାକିରୀ ପଇସାରେ ସନ୍ତୁଷ୍ଟ ନହୋଇ ଦୁଇ ନମ୍ବରି କାମ ଆରମ୍ଭ କରି ଦେଇଥିଲେ । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ଯେ ଏହି ଘ-ଟଣା ସାମ୍ନାକୁ ଆସିବା ପରେ ସିଆରସି ଏବଂ ବିଓ ଉକ୍ତ ଶିକ୍ଷକଙ୍କ ଉପରେ କିଭଳି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *