ପିଣ୍ଟୁ ନନ୍ଦ ମାମଲାରେ ମୁଁହ ଖୋଲିଲେ ଆଉ ଜଣେ ଅଭିନେତା , ଯଦି ପଇସା ବଳି ଯାଇଛି ତାହାଲେ ପିଣ୍ଟୁଙ୍କ ପୁଅ ପାଇଁ ଖର୍ଚ ହେଉ ….

କିଛି ଦିନ ପୂର୍ବରୁ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ଆମର ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ । ଅନେକ ଚେଷ୍ଟା ପ୍ରଚେଷ୍ଟା ପରେ ମଧ୍ୟ କିଛି ବି ସମ୍ଭବ ହୋଇପାରିଲା ନାହିଁ ଆଉ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇ ପଡିଲେ ପିଣ୍ଟୁ ନନ୍ଦ । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରା ଯାଇଥିଲା ।

ଲୋକେ ନିଜ ସକ୍ଷମତା ଅନୁଯାୟୀ , ଟଙ୍କା ତାଙ୍କୁ ଦାନ କରିଥିଲେ ଆଉ ଅନେକ ଲୋକ ତ ଭଗବାନଙ୍କ ପାଖେ ମଧ୍ୟ ମାନସିକ ରଖିଥିଲେ କିନ୍ତୁ କିଛି ହୋଇପାରିଲା ନାହିଁ । ତାଙ୍କୁ ସବୁଦିନ ପାଇଁ ଆମ ଠାରୁ ଛଡ଼ାଇ ନେଲେ ଭଗବାନ । ଏବଂ ଓଲିଉଡ ଜଗତରୁ ଆଉ ଜଣେ ବରିଷ୍ଠ ଅଭିନେତାଙ୍କୁ ଛଡାଇ ନେଇ ଚାଲିଗଲେ । ତେବେ ଏହାରି ମଧ୍ୟରେ ପିଣ୍ଟୁ ନନ୍ଦଙ୍କୁ ନେଇ ଅନେକ କଥା ଆଲୋଚନା ହେବାରେ ଲାଗିଛି ।

ତାଙ୍କ ଯିବା ପରେ ତାଙ୍କୁ ନେଇ ଚର୍ଚ୍ଚା କମ୍ ହେବାକୁ ଲାଗି ନାହିଁ । ଦିନକୁ ଦିନ ତାଙ୍କୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ସମସ୍ତେ ତାଙ୍କୁ ଝୁରିବାରେ ଲାଗିଛନ୍ତି । ତେବେ ଏହାରି ମଧ୍ୟରେ ମୁଁହ ଖୋଲିଛନ୍ତି ତାଙ୍କ ସହିତ ଶେଷ ପର୍ଯ୍ୟନ୍ତ ରହିଥିବା କଳାକାର ଶ୍ରୀକୁମାର । ତାଙ୍କ କହିବା ଅନୁଯାୟୀ , ଭଗବାନଙ୍କ ଇଚ୍ଛା ଥିଲା ପିଣ୍ଟୁ ଭାଇ ତାଙ୍କ ପାଖକୁ ଚାଲି ଯାଆନ୍ତୁ ଆଉ ଶେଷରେ ତାହା ହିଁ ହୋଇଥିଲା । ଭଗବାନଙ୍କ ପ୍ରିୟ ହୋଇଗଲେ ପିଣ୍ଟୁ ଭାଇ । ଯେତେ ଚେଷ୍ଟା ପରେ ତାଙ୍କୁ ବଞ୍ଚାଇ ହେଲା ନାହିଁ । ଆଉ ଠିକ୍ ସମୟରେ ମିଳିଲା ନାହିଁ ଲିଭର । ଯାହା ଫଳରେ ଲିଭର୍ ଲଗାଇ ହେଲା ନାହିଁ ଆଉ ସୁସ୍ଥ ହୋଇ କେବେ ଘରକୁ ଫେରିଲେ ନାହିଁ ପିଣ୍ଟୁ ନନ୍ଦ ।

କିଏ ବା ଜାଣିଥିଲା ଏମିତି ହେବ କିନ୍ତୁ ତାହା ହେଲା ଯାହା କେହି ଚାହୁଁ ନଥିଲେ । ଅନ୍ୟ ପକ୍ଷରେ ତାଙ୍କ କହିବା ଅନୁଯାୟୀ , ପିଣ୍ଟୁ ନନ୍ଦଙ୍କ ବଡ ଭାଇ ତାଙ୍କୁ ମିଳିଥିବା ସମସ୍ତ ଟଙ୍କା କଥା ଜାଣିଥିବେ । ଆଉ ସେ ଜାଣିଛନ୍ତି କି , ପିଣ୍ଟୁ ନନ୍ଦଙ୍କର ଦୁଇ ଦୁଇ ଜଣ ଛୋଟ ଛୋଟ ପୁଅ ଅଛନ୍ତି ।

ସେମାନେ ଦୁନିଆଁକୁ ଭଲ ଭାବରେ ଦେଖି ନଥିବା ବେଳେ ତାଙ୍କ ବାପା ତାଙ୍କ ହାତ ଛାଡି ଚାଲି ଗଲେ । ତେଣୁ ଏପରି ପରିସ୍ଥିତିରେ ଯାହା ବି ଟଙ୍କା ସବୁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଯୋଗାଡ ହୋଇଥିଲା , ସେ ସବୁ ଟଙ୍କା ମଧ୍ୟରୁ ଯାହା କିଛି ବି ବଳକା ରହିଛି । ସେହି ଟଙ୍କା ତାଙ୍କ ବଡ ଭାଇଙ୍କୁ ପୁଅ ମାନଙ୍କର ଜୀବନରେ ଆଗକୁ ବଢିବା ପାଇଁ ଖର୍ଚ୍ଚ କରିବା ଉଚିତ୍ । ଯାହା ଫଳରେ ସେମାନେ ଆଗକୁ ବଢ଼ିପାରିବେ ।

ଅନ୍ୟ ପକ୍ଷରେ ସେ ଆହୁରି ଅନେକ କଥା କହିଛନ୍ତି । ତାଙ୍କ କହିବା କଥା ଏହା ଯେ , ଦିନ ଥିଲା ଯେତେବେଳେ ପିଣ୍ଟୁ ନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ , ସେତେବେଳେ ଅନେକ କଳାକାର ତାଙ୍କ ସହିତ ଅଛନ୍ତି ବୋଲି କହି ଚାଲିଥିଲେ । କିନ୍ତୁ ଯେତେବେଳେ ପିଣ୍ଟୁ ନନ୍ଦ ସମସ୍ତଙ୍କୁ ଛାଡି ଦେଇ ଚାଲିଥିଲେ ସେତେବେଳେ ତାଙ୍କ ଶେଷ ସମୟରେ ମଧ୍ୟ କେହି ତାଙ୍କ ପାଖରେ ନଥିଲେ ।

ସମସ୍ତେ ତାଙ୍କୁ ଛାଡି ଦେଇ ଚାଲିଗଲେ । ଆଉ ଯେଉଁ ମାନେ ତାଙ୍କ ପାଖରେ ରହିଥିଲେ । ସେମାନଙ୍କୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ୍ କରା ଯାଉଛି । ତେବେ ଏପରି ପରିସ୍ଥିତିରେ ଏ ଦୁନିଆଁରେ କାହା ଉପରେ ବିଶ୍ୱାସ ଆଉ ଭରସା କରିବା କଥା ନୁହେଁ ବୋଲି ସେ କହିଛନ୍ତି । ଶେଷ ସମୟରେ ମଧ୍ୟ ଲୋକେ ଏଠାରେ ସାଥ ଦେବାକୁ ଆସନ୍ତି ନାହିଁ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *