ଓଡ଼ିଶାରେ ବି ଅଛି କୈଳାସ, ଏଠାରେ ଶିବ କରୁଥିଲେ ତପସ୍ୟା !

ଦେବ ଦେବ ମହାଦେବ ସବୁବେଳେ ମଶାଣି ପାହାଡ ଏହି ଭଳି ସ୍ଥାନରେ ଧ୍ୟାନମଗ୍ନ ହୋଇ ବସିଥିବା ଆପଣ ମାନେ ସମସ୍ତେ ଜାଣିଛନ୍ତି। ତେବେ ଓଡିଶାରେ ମଧ୍ୟ ଏପରି ଏକ ସ୍ଥାନ ଅଛି ଯେଉଁଠି ଶିବ କରୁଥିଲେ ତପସ୍ୟା। ବନ୍ଧୁଗଣ ଏହା ଶୁଣିବା ପରେ ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଓଡ଼ିଶାର କେଉଁ ସ୍ଥାନରେ ଶିବ ତପସ୍ୟା କରୁଥିଲେ ଓ ସେହି ସ୍ଥାନଟି କେଉଁଠି ଏବଂ ସେହି ସ୍ଥାନର ମାହାତ୍ମ୍ୟ କଣ ରହିଛି।

ତେବେ ଆସନ୍ତୁ ଆଜି ଜାଣିବା। ଓଡ଼ିଶାରେ ଅନେକ ଦେବା ଦେବୀଙ୍କ ମନ୍ଦିର ରହିଛି। ଆଉ ସମସ୍ତ ମନ୍ଦିର ଅନେକ ପୌରାଣିକ କାହାଣୀ ବହନ କରେ। ପ୍ରତେକ ମନ୍ଦିରର କିଛି ନା କିଛି କିମ୍ବଦ୍ତନ୍ତି ମଧ୍ୟ ରହିଥାଏ। ସେହି ଭଳି ଓଡ଼ିଶାର ଢେଙ୍କାନାଳ ଜିଲାର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ହେଉଛି ଦେବ ଦେବ ମହାଦେବ ଙ୍କ ମନ୍ଦିର ଯାହା କପିଳାସ ନାମରେ ସମଗ୍ର ଓଡ଼ିଶାରେ ବେଶ୍ ପରିଚିତ। ଯାହାକୁ ଓଡ଼ିଶାର କୈଳାସ କୁହାଯାଏ। ଏହି ମୁଖ୍ୟ ମନ୍ଦିରରରେ ଉଚତା 60ଫୁଟ |

ତେବେ ତେବେ କେହି ଭକ୍ତ ଏହି ମନ୍ଦିରକୁ ଚାଲିକି ପାଦ ସାହାଯ୍ୟରେ ଯିବାକୁ ଚାହାଁନ୍ତି। କାରଣ ଭଗବାନଙ୍କୁ ପାଇବାକୁ କଷ୍ଟ କଲେ ଭଗବାନ ଖୁସି ହୁଅନ୍ତି। ହେଲେ କପିଳାଶକୁ ଯିବା ପାଇଁ 2ଟି ବାଟ ମମଧ୍ଯ ରହିଛି | ବିଶ୍ୱାସ କରାଯାଏ ଯେ 1352 ପାହାଚ ଚଢି ଯାଇ ପାରିବେ ଭଗବାନଙ୍କ ନିକଟକୁ ଆଉ ଏହି ପାହାଚ ଚଢ଼ି ଭଗବାନ ଙ୍କ ନିକଟକୁ ଗଲେ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ |

ଏହା ସେହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା କହୁଥିବା ବେଳେ ପ୍ରତ୍ୟେକ ଭକ୍ତ ମଧ୍ୟ ଏହା ବିଶ୍ୱାସ କରନ୍ତି। ଘଞ୍ଚ ଜଙ୍ଗଲ ଆଉ ଉଚ୍ଚ ପାହାଡ଼ର ଉପରେ ଅବସ୍ଥିତ ଏହି ମନ୍ଦିର। ହେଲେ ଏହି ପାହାଡ ପର୍ବତକୁ ପାରି କରି ଦୂର ପାହାଡ ଉପରକୁ ଯାଇ ଭଗବାନଙ୍କୁ ଦର୍ଶନ କରିଥାନ୍ତି।

ତେବେ କିମ୍ବଦନ୍ତୀ ଅନୁଯାୟୀ ଏହାକୁ ଗଙ୍ଗ ବଂଶର ରାଜା 1246 ଖ୍ରୀଷ୍ଟାବ୍ଦ ରେ ତିଆରି କରିଥିଲେ | ଆଉ ପୌରାଣିକ କଥା ଅନୁଯାଇ ଯେତେ ବେଳେ ଦ୍ୱାପର ଯୁଗରେ ଭଗବାନ ରାମ ମାତା ସୀତାଙ୍କୁ ତ୍ୟାଗ କରିଥିଲେ ସେତେବେଳେ ମାତା ସୀତା ଋଷି ବାଲ୍ମୀକିଙ୍କର ଆଶ୍ରମରେ ବାସ କରିଥିଲେ|

ସେଠାରେ ସେ ଲବ କୁଶଙ୍କୁ ଜନ୍ମ ଦେଇଥିଲେ | ଆଜି ବି କପିଲାଶ୍ୱରେ ଆପଣ ଏନ୍ତୁଡ଼ିଶାଲା ଦେଖି ପାରିବେ| ଯାହା ସବୁବେଳେ ଜଳୁଛି। ଆପଣ ଯେଉଁ ସମୟରେବି ଯାଆନ୍ତୁ ଏହି ଏନ୍ତୁଡ଼ି ସାଳକୁ ଆପଣ ଜଳୁଥିବା ଅବସ୍ଥାରେ ଦେଖିବାକୁ ପାଇବେ। କୁହାଯାଇଥାଏ କି ଏହି ଏନ୍ତୁଡି ସାଳା କେବେ ହେଲେ ମଧ୍ୟ ଲିଭେ ନାହିଁ। ଆହୁରି ମଧ୍ୟ କୁହାଯାଏ ଯେ ମହି ରାବଣ ଭଗବାନଙ୍କର ପରମ ଭକ୍ତ ଥିଲେ|

ରାବଣ ଭଗବାନଙ୍କୁ ପ୍ରଶନ୍ନ କରିବା ପାଇଁ ଘୋର ତପସ୍ୟା କରିଥିଲେ |ରାବଣର ତପସ୍ୟା ରେ ପ୍ରଶନ୍ନ ହୋଇ ମହାଦେବ ମଧ୍ୟ ରାବଣ ଙ୍କୁ ଦର୍ଶନ ଦେଇଥିଲେ |ହେଲେ ରାବଣ ଚାହୁଁଥିଲେ ମହାଦେବଙ୍କୁ ମର୍ତ୍ୟମଣ୍ଡଳକୁ ଆଣିବା ପାଇଁ |ଯାହାକୁ ସମ୍ପୂର୍ଣ ଅସମ୍ଭବ ଥିଲା | ହେଲେ ଭକ୍ତ ର ଭକ୍ତି ରେ ପ୍ରଶନ୍ନ ହୋଇଥିବା ମହାଦେବ ମଧ୍ୟ ନିଜ ଭକ୍ତକୁ ଖାଲି ହାତରେ ଫେରେଇ ପାରନ୍ତିନି |

ତେଣୁ ଭଗବାନ ରାବଣ ନିଜର ଅଂଶ ଶିବଲିଙ୍ଗ ନେବା ପାଇଁ ପରା ମର୍ଶ ଦେଇଥିଲେ |ରାବଣ ମଧ୍ୟ ମହାଦେବ ଙ୍କ ଆଶୀର୍ବାଦ ନିଜର ଅଂଶ ଶିବଲିଙ୍ଗ କୁ ନେଇ ଫେରୁଥିଲେ|ଫେରିବାର ବେଳେ ରାବଣ ବହୁତ ଥକି ପଡ଼ିଥିଲେ |ବାଟରେ ଜଣେ ବାଟଇଙ୍କୁ ରାବଣ ଭେଟିଲେ|ସେ ତାଙ୍କୁ ଶିବଲିଙ୍ଗ ଙ୍କୁ ଟିକେ ସମୟ ପାଇଁ ଧରିବାକୁ କହିଲେ ହେଲେ ସେ ବାଟଇ ମନା କରିଦେଇଥିଲେ|ଶେଷ ରେ ଅଧିକ ଥକି ଯାଇଥିବା ହେତୁ ରାବଣ ଶିବଲିଙ୍ଗ କୁ ଗୋଟେ ସ୍ଥାନ ରେ ରଖି କିଛି ସମୟ ବିଶ୍ରାମ ନେବା ପାଇଁ ନିଷ୍ପତି ନେଲେ |ହେଲେ ଯେତେ ବେଳେ ବିଶ୍ରାମ କରି ସାରିବା ପରେ ଶିବ ଲିଙ୍ଗ କୁ ଉଠେଇବାକୁ ଚେଷ୍ଟା କଲେ ସେତେବେଳେ ସତ ଚେଷ୍ଟା ପରେ ମଧ୍ୟ ରାବଣ ଅସଫଳ ହେଲେ|

ଭଗବାନଙ୍କ ଶକ୍ତି ଠୁ କେମିତି ବା ରାବଣ ର ଶକ୍ତି ଅଧିକ ହୋଇଥାନ୍ତା ଶିବ ଲିଙ୍ଗ ସେଇ ସ୍ଥାନରେ ସ୍ଥାପିତ ହୋଇ ପୂଜା କରାଗଲା|ପରେ ସେଇ ସ୍ଥାନ କପିଳାଶ ନାମରେ ପ୍ରସିଦ୍ଧ ହେଲା| ତେବେ କପିଳାଶ ରେ ଭଗବାନ ଚନ୍ଦ୍ରଶେଖରଙ୍କ ଛଡା ଆଉ ଗୋଟେ ବିଶ୍ୱନାଥଙ୍କ ମନ୍ଦିର ମଧ୍ୟ ଅଛି | ସ୍ଥାନୀୟ ବାସିନ୍ଧାଙ୍କ ସୂଚନା ଅନୁଯାଇ ଭାଗବାନ ବିଶ୍ୱନାଥଙ୍କ ମନ୍ଦିର ଚନ୍ଦ୍ରଶେଖର ମନ୍ଦିର ଠୁ ଅଧିକ ପୁରାତନ |

ତେବେ ପ୍ରତି ବର୍ଷ ଜାଗର ଆଉ ଶିବ ମହରାତ୍ରି ସମୟରେ ଏହି ମନ୍ଦିରରେ ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥାଏ। ଆଉ ଭକ୍ତ ମାନେ ଅନେକ ମାନସିକ ମନାସିବାକୁ ଏହି ମନ୍ଦିରକୁ ଆସିଥାନ୍ତି । ଢେଙ୍କନାଳ ଜିଲ୍ଲାରେ କେବଳ ନୁହେଁ ଏହି ମନ୍ଦିର ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରିଛି।

Leave a Reply

Your email address will not be published. Required fields are marked *