ଦିଅରରୁ ପ୍ରଥମେ ହେଲା ସ୍ୱାମୀ, ତାପରେ ନିଜ ସ୍ତ୍ରୀକୁ ହ-ତ୍ୟା କରି ପହଞ୍ଚିଲା ଥାନାରେ ।

ଅନେକ କାରଣ ପାଇଁ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟକୁ ହତ୍ୟା କରିଥାଏ । ସାମାନ୍ୟ କିଛି କାରଣକୁ ନେଇ ମନୁଷ୍ୟ ଅଳ୍ପ ମୁହୂର୍ତ୍ତ ପାଇଁ ରକ୍ତମୁଖା ହୋଇଯାଏ ଓ ସେତେବେଳେ ସେ କଣ କରିବସେ ତାହା ତା ନିଜକୁ ବି ଜଣା ନଥାଏ । ସ୍ୱାମୀ ନିଜ ସ୍ତ୍ରୀକୁ ମାରିଦିଏ ଆଉ ସ୍ତ୍ରୀ ମଧ୍ୟ ସ୍ୱାମୀକୁ ମାରିଦିଏ । ପଛରେ ପଶ୍ଚାତାପ ହୋଇଥାଏ । କିନ୍ତୁ ହତ୍ୟା ପରେ ହତ୍ୟାକାରୀ ନିଜେ ଥାନାରେ ସରେଣ୍ଡର କରିବା ଘଟଣା ଆପଣ ବୋଧହୁଏ କେବେ ଶୁଣିଥିବେ ? କିନ୍ତୁ ଏଭଳି ଏକ ଛାତି ଥରା ଦୃଶ୍ୟ ବର୍ତ୍ତମାନ ସବୁଠି ଚଞ୍ଚଲ୍ୟ ସୃଷ୍ଟି କରିଛି । ଯାହା ଜାଣିଲେ ଆପଣ ବି ଭୟଭୀତ ହୋଇଯିବେ ।

ଜଣେ ବ୍ୟକ୍ତି ନିଜ ଭାଉଜଙ୍କୁ ବିବାହ କରିବା ପରେ ତାଙ୍କୁ ହତ୍ୟା କରିଛନ୍ତି ଆଉ ଏହି ଘଟଣା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କହିରଖିବୁ ଯେ ଏହି ଘଟଣା ଉତ୍ତରପ୍ରଦେଶର ବାଘପତରେ ଘଟି ଯାଇଛି । ତେବେ ଘଟଣା ଏହା ଯେ ସୁନୀଲ ନାମକ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଦୀପାର ହତ୍ୟା କରି ପୋଲିସ ଷ୍ଟେସନକୁ ଆସି ଆତ୍ମସମର୍ପଣ କରିଛନ୍ତି । ଦୀପାଙ୍କ ବିବାହ ୧୨ ବର୍ଷ ପୂର୍ବେ ସୁନୀଲଙ୍କ ବଡ଼ ଭାଇଙ୍କ ସହିତ ହୋଇଥିଲା । ମାତ୍ର କୌଣସି କାରଣରୁ ସୁନୀଲଙ୍କର ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିଲା । ପରେ ଦୀପା ନିଜ ଦିଅର ଅର୍ଥାତ ସୁନୀଲଙ୍କୁ ବିବାହ କରିଥିଲେ । ବିବାହ ପରେ ଦୁହେଁ ସାଥିରେ ୫ ବର୍ଷ ମଧ୍ୟ ଭଲରେ ରହିଲେ । ଦୁହିଁଙ୍କର ଦୁଇ ପିଲା ମଧ୍ୟ ଅଛନ୍ତି ।

କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ପରେ ସୁନୀଲ ଦୀପାଙ୍କୁ ତାଙ୍କ ନାମରେ ଥିବା ଜାଗାକୁ ବିକ୍ରି କରିବାକୁ କହିଥିଲେ । ଯେଉଁଥିରେ ଦୀପା ଆଦୋୖ ରାଜି ହୋଇ ନଥିଲେ ଏବଂ ସୁନୀଲଙ୍କର ବାରମ୍ବାର କହିବା ସତ୍ତ୍ୱେବି ବାରଣ କରି ଆସୁଥିଲେ । ମାତ୍ର ସୁନୀଲଙ୍କ ରାଗ ଦିନେ ଏତେ ବଢ଼ିଯିବ ତାହା କେହିବି କଳ୍ପନା କରି ନଥିଲେ ।

ରାତିରେ ଦୁହିଁଙ୍କ ମଧ୍ୟରେ ଜାଗା ବିକ୍ରିକୁ ନେଇ କଥା କଟାକଟିକୁ ହେବାରୁ ରାଗିଯାଇ ସୁନୀଲ ଦୀପାଙ୍କୁ ହତ୍ୟା କରିଥିଲେ । ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେ ହତ୍ୟା ପରେ ଫେରାର ନହୋଇ ପୋଲିସ ଷ୍ଟେସନ ଆସି ନିଜକୁ ଆତ୍ମସମର୍ପଣ କରିଥିଲେ । ଯାହାକୁ ଦେଖି ଥାନା ଅଧିକାରୀ ମଧ୍ୟ ଭୟଭୀତ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ଏହା ଦେଖିବା ବାକି ରହିଲା ଯେ ହତ୍ୟାକାରୀ ବିରୋଧରେ ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଘଟଣାର ତଦନ୍ତ କିଭଳି କରୁଛି ।

Leave a Reply

Your email address will not be published. Required fields are marked *