ନିଜ ବ୍ରେକଅପ ପଛର କାହାଣୀ କହିଲେ ରାଣୀ ପଣ୍ଡା , କହିଲେ ତା ପାଇଁ ଭଗବାନଙ୍କ ପାଖରେ ମୁଣ୍ଡ ବାଡେଇଛି

ସାରା ଓଡ଼ିଶାର ଘରେ ଘରେ ପରିଚିତ ଅଭିନେତ୍ରୀ ରାଣୀ ପଣ୍ଡା । ଯାତ୍ରା ଜଗତ ବ୍ୟତୀତ ଫିଲ୍ମ ଦୁନିଆଁରେ ମଧ୍ୟ ତାଙ୍କର ରହିଛି ଜଲୱା। ସବୁବେଳେ ଅନ୍ୟର ଦୁଃଖ ସମୟରେ ଆଗରେ ଯାଇ ଛିଡା ହୋଇଥାନ୍ତି ରାଣୀ ଆଉ ତାଙ୍କ ଦୁଃଖ ସୁଖର ସାଥି ହୋଇଥାନ୍ତି । ତେବେ ସମସ୍ତଙ୍କୁ ଖୁସି କରୁଥିବା ରାଣୀ ପଣ୍ଡାଙ୍କ ଜୀବନରେ ରହିଛି ଅନେକ ଦୁଃଖ । ଯାହା ବିଷୟରେ ସେ କେବେ କାହାକୁ କହି ନାହାଁନ୍ତି । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଏପରି ହୋଇଛି ଯେ , ସେ ବାଧ୍ୟ ହୋଇ ଗଣମାଧ୍ୟମ ଆଗରେ ସବୁକିଛି କହି ଦେଇଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଯେ , ଏଇ କିଛି ଦିନ ଆଗରୁ ସୋସିଆଲ ମିଡିଆରେ ରାଣୀଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ରାଣୀ କାନ୍ଦି କାନ୍ଦି ଅନେକ କଥା କହିଥିଲେ ଆଉ ନିଜ ପ୍ରେମ ବିଷୟରେ ମଧ୍ୟ କହିଥିଲେ । ତେବେ ବର୍ତ୍ତମାନ ତା ଉପରେ ସ୍ପଷ୍ଟ ଭାବରେ କହିଛନ୍ତି ରାଣୀ । ତାଙ୍କ କହିବା ଅନୁଯାୟୀ , ଜୀବନରେ ସେ କଣ କେବେ କାହାର ସ୍ତ୍ରୀ , କି କାହା ଘରର ବୋହୂ କି କାହାର ମାଆ ହୋଇ ପାରିବେ ନାହିଁ କାହିଁକି । ସେ କଣ ଏତେ ଖରାପ , ଦୁନିଆଁ କଣ ତାଙ୍କୁ ଏତେ ଖରାପ ଆଖିରେ ଦେଖୁଛି ।

ତେବେ ଏତେ କଥା ମଧ୍ୟରେ ବି ଜଣେ ତାଙ୍କୁ ଭଲ ପାଇ ବସିଥିଲେ ଆଉ ସେ ମଧ୍ୟ ତାଙ୍କୁ ବହୁତ ବିଶ୍ୱାସ କରିଥିଲେ । ସେହି ବ୍ୟକ୍ତି ଜଣକ ରାଣୀଙ୍କ ପାଇଁ ଅନେକ କିଛି କରିଛନ୍ତି ଆଉ ରାଣୀ ମଧ୍ୟ ତାଙ୍କୁ ବାହା ହେବା ପାଇଁ ସ୍ବପ୍ନ ଦେଖିଥିଲେ । ସେହି ବ୍ୟକ୍ତି ଜଣକ ରାଣୀଙ୍କୁ କହିଥିଲେ କି , ଯେତେ ଅସୁବିଧା ହେଲେ ବି ଘରେ ବୁଝେଇ ଦେବି ଆଉ ରାଣୀ ପଣ୍ଡା ପ୍ରକୃତରେ କେତେ ଭଲ ତାହା ଘରେ ଜଣାଇବି । ସେହି ପିଲାକୁ ପାଇବେ ବୋଲି ରାଣୀ ପଣ୍ଡା ନିଜକୁ ପରିବର୍ତ୍ତନ କରିଦେବେ ବୋଲି ମଧ୍ୟ କହିଥିଲେ । ଏପରିକି ୩୩ କୋଟି ଦେବତା ଆଗରେ ତାଙ୍କୁ ପାଇବା ପାଇଁ ମୁଣ୍ଡ ବାଡେଇ ଥିଲେ ।

କିନ୍ତୁ ସବୁ ଅଧା ବାଟରେ ରହିଗଲା , ସେହି ବ୍ୟକ୍ତି ଜଣକ ରଣୀଙ୍କୁ ବିବାହ କରିବେ ନାହିଁ ବୋଲି କହିଦେଲି । କାହିଁକି ନା ତାଙ୍କ ଘରେ ରାଜି ହେଲେ ନାହିଁ । ତା ପର ଠାରୁ ବହୁତ ଭାଙ୍ଗି ପଡିଛନ୍ତି ରାଣୀ ଆଉ ସବୁବେଳେ ନିଜକୁ କେବଳ ଗୋଟିଏ ପ୍ରଶ୍ନ କରିବାରେ ଲାଗିଛନ୍ତି ସତରେ ମୁଁ କଣ ଏତେ ଖରାପ । ତେବେ ଏହାରି ମଧ୍ୟରେ ରାଣୀ ଆହୁରି କହିଛନ୍ତି କି , ମୁଁ ଦେଖିବି ସେ ପିଲା କେତେ ଭଲ ଝିଅକୁ ବାହା ହେଉଛି । ତେବେ ସେ ଯାହା ବି ହେଉ ରାଣୀ ସମସ୍ତଙ୍କୁ ହାତ ଯୋଡ଼ି ନିବେଦନ କରି କହିଛନ୍ତି କି , ତାଙ୍କ ଅଭିନୀତ ଯାତ୍ରା ଦେଖିବା ପାଇଁ ନିଶ୍ଚିତ ଆସନ୍ତୁ , ଯେଉଁଥିରେ ସେ ନିଜ ଜୀବନର ପ୍ରକୃତ କାହାଣୀ ବିଷୟରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *