ସ୍ୱାମୀ ନାହିଁ ବୋଲି ମେଡ଼ିକାଲରେ ଜନ୍ମିତ ଶିଶୁକୁ ବିକିଦେଲେ ଡାକ୍ତର ଏବଂ ନର୍ସ ଦିଦି ।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଜଣେ ମା’ ର ବ-ୟାନ ଏବଂ ଚି-ତ୍କାର ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ମହିଳା ଜଣକ ଚି-ତ୍କାର କରି କହୁଛନ୍ତି ଯେ ତାଙ୍କର ଜନ୍ମକଲା ପିଲାକୁ ଥରୁଟିଏ ଦେଖି ନାହାଁନ୍ତି ଏବଂ ତାଙ୍କୁ ନେଇ କୁଆଡ଼େ ବିକି ଦେଇଛନ୍ତି ଡାକ୍ତର ଏବଂ ନର୍ସ । ମହିଳା ଜଣକ ଏଥିପାଇଁ କଟକ ଥା-ନାରେ ଅଭି-ଯୋଗ କଲେବି ସୁଦ୍ଧା ତାଙ୍କର ଗୁହାରି କେହିବି ଶୁଣି ନାହାଁନ୍ତି । ଯାହାକୁ ନେଇ ଚି-ତ୍କାର କରି ମହିଳା ଜଣକ ନିଜର ମନର ବେଦନାକୁ ସମାଜ ସାମ୍ନାରେ କହିଛନ୍ତି । ଯାହା ଶୁଣିଲେ ଆପଣବି ଦୁଃ-ଖ ପ୍ରକାଶ କରିବେ । ତେବେ ମହିଳାଙ୍କ କହିବା ଅନୁଯାୟୀ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ ।

ଯୁବକ ଜଣକ ଅନ୍ୟ ରାଜ୍ୟର । ତେଣୁ ଦୁହେଁ ସାଥିରେ ୫ – ୬ ଦିନ ରହିବା ପରେ ଏକ ମନ୍ଦିରରେ ବିବାହ କରିଥିଲେ । ବିବାହର ମାତ୍ର ଏକ ମାସ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ । ମହିଳା ଜଣକ ଯେତେ ବୁଝାଇଲେବି ସ୍ୱାମୀ ମାନି ନଥିଲେ । ଆଉ ସେତେବେଳକୁ ମହିଳା ଜଣକ ଗର୍ଭ-ବତୀ ଥିବା ଜାଣିଥିଲେ । ତେଣୁ ସେ ସବୁକିଛିକୁ ଛାଡ଼ି ଭୁବନେଶ୍ୱର ପଳାଇ ଆସିଥିଲେ ।

ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚେକ-ଅପ ପରେ କଟକରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେ ନିଜ ପୁଅକୁ ଆଜି ପର୍ଯ୍ୟନ୍ତ ଦେଖି ନାହାଁନ୍ତି । କାରଣ ସେହି ହସ୍ପିଟାଲର ଗାଇନିକ ଡାକ୍ତର ଏବଂ ଜଣେ ନର୍ସ ତାଙ୍କ ପୁଅକୁ ଅନ୍ୟ ଜଣେ ବଡ଼ ଲୋକଙ୍କୁ ଲକ୍ଷେ ଟଙ୍କାରେ ବିକି ଦେଇଥିବା ସେ କହିଛନ୍ତି ।

ସେ କହିଛନ୍ତି ଯେ ତାଙ୍କୁ ତାଙ୍କ ପୁଅକୁ ଦେଖିବାକୁ ସୁଦ୍ଧା ଦିଆଯାଇ ନଥିଲା ଏବଂ ନର୍ସ ତାଙ୍କୁ ବାଡ଼େଇ ଦେଇଥିଲା ମଧ୍ୟ । ଏହାପରେ ମହିଳା ଜଣକ ଯେତେ ନେହୁରା ହେଲେ ମଧ୍ୟ ସେମାନେ ତାଙ୍କୁ ତଡ଼ି ଦେଇଥିଲେ ଏବଂ ତାଙ୍କ ପୁଅକୁ ତାଙ୍କୁ ଦେଇ ନଥିଲେ । ଏହାକୁ ନେଇ ମହିଳା ଜଣକ ପ୍ରଥମେ କଟକ ଥା-ନାରେ ଏକ ଅଭି-ଯୋଗ କରିଥିଲେ । କିନ୍ତୁ ପୋ-ଲିସ କୌଣସି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରି ନଥିଲା । ଯେଉଁ କାରଣରୁ ମହିଳା ଜଣକ କଟକ ପୋଲିସ , ଡାକ୍ତର ଏବଂ ବ୍ରହ୍ମପୁର ଡାକ୍ତରଙ୍କୁ ବେଇ-ମାନ କହିଛନ୍ତି ।

ସେ ଏହି କାମରେ ଚାରି ଜଣ ଲୋକ ସାମିଲ ଥିବା କହିଛନ୍ତି । ମହିଳା ଜଣକ ଚି-ତ୍କାର କରି କହିଛନ୍ତି ଯେ ତାଙ୍କର ସ୍ୱାମୀ ନଥିଲେବି ସେ ଏକୁଟିଆ ନିଜ ପିଲାକୁ ସମ୍ଭାଳିବେ ଏବଂ ତାଙ୍କର ସ୍ୱାମୀର କୌଣସି ଆବଶ୍ୟକତା ନାହିଁ । ଏହାବ୍ୟତୀତ ସେ ନିଜ ପିଲାକୁ ପାଇବା ପାଇଁ ଏବେ ସୁଦ୍ଧା ୧୦,୦୦୦ ଟଙ୍କା ଖର୍ଚ୍ଚ କରି ସାରିଛନ୍ତି ଏବଂ ଆଗକୁ ମଧ୍ୟ ଯେଉଁ ସ୍ଥାନକୁ ଯିବାକୁ ପଡ଼ିବ ସେ ନିଶ୍ଚୟ ଯିବେ ଏବଂ ଲ-ଢ଼ିବେ ।

Leave a Reply

Your email address will not be published. Required fields are marked *