ସେପଟେ ଦିନେଶର ପଡୁଛି ହାତଗଣ୍ଠି ଦୀପିକା ଆଖିରୁ ଝ-ରୁଛି ଲୁହ

ବ୍ରାହ୍ମଣଙ୍କ ମନ୍ତ୍ର ପାଠ। ଡିଜେ ସାଉଣ୍ଡ ସାଙ୍ଗଙ୍କୁ ଭୋଜି ଭାତର ଆସର। ଦିନେଶ ତାଙ୍କ ପତ୍ନୀଙ୍କୁ କଣେଇ କଣେଇ ଚାହୁଁଥିବେ। ପତ୍ନୀ ବି ଦିନେଶଙ୍କୁ କଣେଇ କଣେଇ ଚାହିଁ ମୁରୁକି ହସ ହସୁଥିବେ। ଦୁହେଁ ଦୁହିଁଙ୍କୁ ନେଇ ଅନେକ ସ୍ୱପ୍ନ ଦେଖୁଥିବେ। ବ୍ରାହ୍ମଣ ପଢୁଥିବେ ଯଥା ରାବଣ୍ୟସ୍ୟ ମନ୍ଦଦୋରି। ଦିନେଶର ହାତ ଆଉ କାହାର ହାତରେ ପଡି,ପଡୁଥିବ ହାତ ଗଣ୍ଠି। ଦୁଇ ପରିବାର ଭିତରେ ଖେଳି ଯାଇଥିବ ଖୁସିର ଲହଡି। ଦିନେଶ ନୂଆ ସଂସାର ଗଢିବାର କଥା ଦେଉଥିବେ ଆଉ କାହାକୁ। ଆଉ କାହାର ସାଥିରେ ସାଥି ହୋଇ ସାତ ଜନ୍ମ ପାଇଁ ଏକାଠି ରହିବାକୁ ପ୍ରତି-ଶ୍ରୁତି ବି ଦେଉଥିବେ କହୁଥିବେ ଦଶ ଦିଗ ପାଳଙ୍କୁ ସାକ୍ଷୀ ରଖି କଥା ଦେଉଛି ସାତ ଜନ୍ମ ଆମେ ଦୁହେଁ ଏକାଠି ରହିବା।

ଗୋଟେ ପଟେ ଦିନେଶର ବାହାଘର ହେଇଥିବା ବେଳେ ଅନ୍ୟପଟେ ଦୀପିକା ଆଖିରୁ ଝରା-ଉଛନ୍ତି ଲୁହ। କଣ ହୋଇଗଲା ହୋଇଗଲା ତାଙ୍କ ସହିତ। କଣ ହେବ ଆଗକୁ ତାଙ୍କ ଭବିଷ୍ୟତ। କେବେ ଦୀପିକା ସ୍ୱପ୍ନରେ ଭାବିନଥିଲେ ଦିନେଶ ତାଙ୍କୁ ଏପରି ଭାବେ ଠକି ଦେବେ। ଯେଉଁ ଦିନେଶଙ୍କୁ ଦୀପିକା ଏତେ ଭଲ ପାଉଥିଲେ ଆଉ ଯେଉଁ ଦିନେଶ ଦୀପିକାଙ୍କୁ ବି ଦିନେ ଅନେକ ସ୍ୱପ୍ନ ଦେଖାଉଥିଲେ ଆଜି ସେହି ଦିନେଶ ତାଙ୍କୁ ଅଧା ରାସ୍ତାରେ ଧୋ-କା ଦେଇଥିବା ଦୀପିକା କହୁଛନ୍ତି। ଦୀପିକା କହୁଛନ୍ତି ଯଦି ମୁଁ ଆଗରୁ ଜାଣିଥାନ୍ତି ଦିନେଶଙ୍କ ମନରେ ଭଲ ପାଇବା ନୁହେଁ ଛଳନା ଅଛି ବୋଲି ତାହାଲେ କେବେ ହେଲେ ମୁଁ ଦିନେଶଙ୍କ ପ୍ରେମର ରଙ୍ଗୀନ ଦୁନିଆରେ ଉଡିନଥାନ୍ତି।

ଦିନେଶ ତୁମେ ଏମିତି କାହିଁକି କଲ। କେଉଁ ଭୁଲ ପାଇଁ ତୁମେ ମୋ ସହ ଖେଳିଲ। କେଉଁ ଭୁଲର ତୁମେ ପ୍ରତି-ଶୋଧ ନେଲ। ମୁଁ କଣ କରିଥିଲି ତୁମର। କାହିଁକି ତୁମେ ମୋ ଜୀବନକୁ ଛାରଖାର କରିଦେଲ। କାହିଁକି ମୋ ଜୀବନକୁ ଧସେଇ ଆସି ମୋ ଜୀବନ ନ-ଷ୍ଟ କରିଦେଲ। ଆଉ ଏବେ ଆଉ କାହାର ହାତ ଧରି ବିବାହ କରିବାର ସ୍ୱପ୍ନ ଦେଖିଲ କି ଭୁଲ କରିଥିଲି ମୁଁ ତୁମର କେଉଁ ଭୁଲ ପାଇଁ ମତେ ଏମିତି ଦ-ଣ୍ଡ ଦେଉଛ। ଠିକ ଅଛି ଆମ ଛୁଆ ସେ ତ ନିରିହ ନିଷ୍ପାପ। ସେ ତୁମର କି ଦୋ-ଷ କରିଥିଲା। କାହିଁକି ଦୁନିଆର ମାନେ ବୁଝିନଥିବା କଅଁଳ ଶିଶୁ ଆମ ଭୁଲ ପାଇଁ କ-ଷ୍ଟ ପାଇବ। ସେ କାହିଁକି ବାପା ମା ଙ୍କ ଠୁ ଦୁରେଇ ରହି ଲୁ-ଚି ଲୁ-ଚି କା-ନ୍ଦିବ। ଭୁଲ ଆମେ ଦୁହେଁ କରିଥିଲେ ହେଲେ ସେ କାହିଁକି ଶାସ୍ତି ପାଇବ।

ଏମିତି ଭାବି ଦିନେଶଙ୍କ ଦାଣ୍ଡ ଦୁଆରେ ଆଖିରୁ ଲୁ-ହ ଝରାଉଛନ୍ତି ଦୀପିକା ଆଉ କହୁଛନ୍ତି ଦିନେଶ ବୋଧେ ହୁଏ ବାହା ହେଇଗଲାଣି। ଦିନେଶ ବୋଧେ ହୁଏ ଆଉ କେଉଁ ସହ ସଂସାର ଗଢିବା ଆରମ୍ଭ କରି ସାରିଲାଣି। ଦିନେଶ ବୋଧେ ହୁଏ ଏବେ କାହାକୁ ବାହା ହୋଇ ଖୁସିରେ ରହିଲାଣି। ଏମିତି ଭାବି ଭାବି ଦୀପିକା ଭା-ଙ୍ଗିପଡିଲେଣି। ଦୀପିକାଙ୍କ କହିବା କଥା ଏକ ଗଣମାଧ୍ୟମରେ କୁଆଡେ ଦିନେଶଙ୍କ ବାପା ପ୍ରତି-କ୍ରିୟା ଦେଇ କହିଛନ୍ତି କି ଦିନେଶଙ୍କ ବାହାଘର ହେବ। ତେଣୁ ଦୀପିକା ଆଉ ଧର୍ଯ୍ୟ ଧରି ପାରୁନାହାଁନ୍ତି। ସେପଟେ ଦିନେଶଙ୍କର ବାହାଘର ହୋଇଛି କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ନାହିଁ।

Leave a Reply

Your email address will not be published. Required fields are marked *