ଦିନେଶ ବହୁତ ପଜେସିଭି ଥିଲେ,ମତେ ପ୍ରେଗନେସି କିଟ ଦେଇଥିଲେ।

ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ଘଟଣାକୁ ୧୨ ଦିନ ପୁରିଥିବା ବେଳେ ପ୍ରେମିକା କେ ଦୀପିକା ବଖାଣିଛନ୍ତି ତାଙ୍କ ପ୍ରେମ କାହାଣୀର ଟିକନିଖ କଥା।
କିପରି ପ୍ରେମ ହୋଇଥିଲା,କିପରି ଦିନେଶଙ୍କୁ ସେ ଭଲ ପାଇଥିଲେ,କିପରି ଦିନେଶ ତାଙ୍କ ପାଇଁ ପାଗଳ ଭଳି ହେଉଥିଲେ, କିପରି ଦିନେଶ ତାଙ୍କୁ ଇମ୍ପ୍ରେସ କରୁଥିଲେ ତାର ଟିକନିଖି କଥା କେ ଦୀପିକା ଆଜି ଗଣ ମାଧ୍ୟମ ସମ୍ମୁଖରେ ପ୍ରକାଶ କରି ଏଭଳି ଘଟଣା ପାଇଁ କାହାକୁ ଦାୟୀ କରିଛନ୍ତି ନଜର ପକାନ୍ତୁ।

ଦିନେଶ ମତେ ଭଲ ପାଉଥିଲେ ଆମେ ଦୁହେଁ ଅନେକ ଜାଗା ଏକାଠି ଯାଇଛୁ। ଦିନେଶ ମତେ ନେଇ ବହୁତ ପଜେସିଭି ଥିଲେ ସେ ମତେ ପାଗଳ ଭଳି ଭଲ ପାଉଥିଲେ। ଦୀପିକା ଆହୁରି ମଧ୍ୟ କହିଛନ୍ତି କି ଦିନେଶଙ୍କୁ ସେ କହିଥିଲେ ମୋର ବାପା ନାହାଁନ୍ତି କି ଭାଇ ମଧ୍ୟ ନାହିଁ।

ମୁଁ ଚାହେଁ ଲଙ୍ଗ ଟ୍ରମ ରିଲେସନ। ମୋର ଟାଇମ ପାସ କରିବାକୁ ମୁଡ ନାହିଁ ଯଦି ମତେ ବିବାହ କରିବ କଥା ଦିଅ ତେବେ ମୁଁ ତୁମକୁ ଭଲ ପାଇବି। ଦୀପିକାଙ୍କ କହିବା ମୁତାବକ ଦିନେଶ କଥା ଦେଇଥିଲେ ଦୀପିକାଙ୍କୁ ସେ ଦୀପିକାଙ୍କ ମଥାରେ ସିନ୍ଦୁର ହାତରେ ସଙ୍ଖା ଦେଇ ତାଙ୍କୁ ବୋହୁ କରି ତାଙ୍କ ଘରକୁ ନେଇଯିବେ ମାତ୍ର ସବୁକିଛି କରି ସାରିବା ପରେ ଦିନେଶ ଦୀପିକାଙ୍କ ସହ ଛଳନା କରୁଥିବା ଦୀପିକା ଅଭିଯୋଗ କରିଛନ୍ତି,ଦିନେଶ ତାଙ୍କୁ ଧୋକ୍କା ଦେଇଥିବା ଦୀପିକା କହିଛନ୍ତି।

ଦୀପିକା ଆହୁରି କହିଛନ୍ତି କି ଯେତେବେଳେ ଦିନେଶ ମତେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ସେ ମତେ ହିଁ କେବଳ ବିବାହ କରିବେ ମୁଁ ତାଙ୍କୁ ସ୍ୱାମୀ ରୂପେ ଭାବି ମୋର ସର୍ବସ୍ୱ ତାଙ୍କ ନିକଟରେ ସମର୍ପଣ କରିଥିଲି।ଆମେ ଦୁହେଁ ଏକାଠି ରହୁଥିଲୁ,ଦିନେଶ ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ।

ଯେତେବେଳେ ମତେ ଲାଗିଲା ମୋର ଶରୀର ଅସୁସ୍ଥ ହେଉଛି ମୋର ମୁଣ୍ଡ ବୁଲାଇବା ସହିତ ଅନେକ କିଛି ଲକ୍ଷଣ ଦେଖା ଗଲା ଦିନେଶ ମତେ ପ୍ରେଗନେସି କିଟ ଆଣି ଦେଇଥିଲେ ଟେଷ୍ଟ କରିବାକୁ। ହେଲେ ମୁଁ ଜାଣିନଥିଲି ଏହାର ବ୍ୟବହାର କିପରି କରାଯାଏ। ମୁଁ ଡାକ୍ତରଙ୍କ ପାଖକୁ ଗଲି ଡାକ୍ତରଙ୍କୁ ଦେଖାଇଲି ମୋ ଲକ୍ଷଣ ବିଷୟରେ ଡାକ୍ତରଙ୍କୁ କହିବାକୁ ମତେ ଲାଜ ଲାଗୁଥିଲା କାରଣ ମୁଁ ଅବିଭାହିତ ଥିଲି। ତେଣୁ ମୁଁ ଦିନେଶଙ୍କୁ ଜୋର ଦେଇ କହିଥିଲି ମତେ ବିବାହ କରିବାକୁ ହେଲେ ସେତେବେଳେ ଦିନେଶ ବଦଳି ଗଲେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲେ ମୁଁ ଜୋର ଦେବାରୁ ସେ ମୋ ଦୋକାନ ଭାଙ୍ଗିଦେଲେ ଗୋଇଠା ମାରିକି।

ମୁଁ ତାଙ୍କ ପରିବାର ଲୋକଙ୍କୁ ଜଣାଇଲି କହିଲି ମୁଁ ଗର୍ଭବତୀ ଅଛି ହେଲେ ଦିନେଶଙ୍କ ମା ଚାହିଁଲେ ନାହିଁ ମତେ ବୋହୁ କରିବାକୁ। ଗଣ୍ଡଗୋଳ ଆରମ୍ଭ କରି ମତେ

ଦିନେଶଙ୍କ ଠୁ ଅଲଗା କରିଦେଲେ।

 

ଆମକୁ କଥା ହେବାକୁ ମଧ୍ୟ ଦେଲେ ନାହିଁ। ମତେ ତାଙ୍କ ବାପା ଟଙ୍କା ନେଇ ଦୁରେଇ ଯିବାକୁ କହୁଥିଲେ ହେଲେ ମୁଁ ଏଥିରେ ରାଜି ନହେବାରୁ ସେ ଦିନେଶ ଆଉ ମତେ ଅଲଗା କରି ଦିନେଶଙ୍କୁ ଅନ୍ୟତ୍ର ବିବାହ କରିବାକୁ ଚାହିଁଲେ। ମୋ ସହ ସବୁକିଛି କଲା ପରେ ଦିନେଶ ଆଉ କେଉଁ ଝିଅକୁ କିପରି ବିବାହ କରିପାରିବ ? ମୁଁ ସେତେ ଦିନ ପର୍ଯ୍ୟନ୍ତ ଏଇଠି ଧାରଣାରେ ବସିବି ଯେତେ ଦିନ ପର୍ଯ୍ୟନ୍ତ ମତେ ନ୍ୟାୟ ନ ମିଳିଛି।

Leave a Reply

Your email address will not be published. Required fields are marked *