ବହୁଚର୍ଚ୍ଚିତ ହର ହର ଶମ୍ଭୁ ଗୀତର ହେଲା କପି , ଜାଣନ୍ତୁ କିଏ ଗାଇଲା ଗୀତ

ସୋସିଆଲ ମିଡିଆରେ ଅନେକ ଗୀତ ଆସିଥାଏ । ଆଉ ସେଗୁଡିକ ମଧ୍ୟରୁ କେତେକ ଗୀତ ଆମ ମନକୁ ଛୁଇଁଯାଏ ଆଉ ସେଗୁଡିକ ସମସ୍ତଙ୍କୁ ମଧ୍ୟ ଭଲ ଲାଗିଥାଏ । ଲକ୍ଷ ଲକ୍ଷ ଲୋକ ସେହି ଗୀତକୁ ଭଲପାଇବା ମଧ୍ୟ ଦେଇଥାନ୍ତି । ବଜାର ଘର ସବୁଆଡେ ଆମକୁ ସେହି ଗୀତ ଶୁଣିବାକୁ ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଖବର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆପଣ ମାନେ ସମସ୍ତେ ଜାଣିଥିବେ ଓଡିଶାରେ ବର୍ତ୍ତମାନ ସମୟରେ ଗୋଟିଏ ଗୀତ ଟ୍ରେଣ୍ଡ କରୁଛି । ଆଉ ତାହା ହେଉଛି ‘ହର ହର ଶମ୍ଭୁ’ । ଏହି ଗୀତଟି ସମସ୍ତଙ୍କ ପାଟିରେ ଶୁଣିବାକୁ ମିଳୁଛି । ସମସ୍ତେ ଏହି ଗୀତକୁ ଗୁଣୁଗୁଣୁ କରୁଛନ୍ତି । ଆଉ ପୁଣି କିଏ ଏହାକୁ ନିଜ ମୋବାଇଲରେ ରଖିଛି । ସମସ୍ତେ ଏହି ଗୀତକୁ ବହୁତ ଭଲ ପାଇବା ଦେଇଛନ୍ତି । ଆଉ ଏହାବ୍ୟତୀତ ଆପଣ ଜାଣି ଖୁସି ହେବେ କି , ଏହି ଗୀତକୁ ଆମ ଓଡ଼ିଶା ମାଟିର ଝିଅ ଗାଇଛନ୍ତି ।

ନାଁଟି ତାଙ୍କର ଅଭିଲିପ୍ସା ପଣ୍ଡା । ନିଜ ଗୀତର ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖିଛନ୍ତି । ଗୀତଟି ୟୁଟ୍ୟୁବରେ ଆସିବା ପରେ ଖୁବଶୀଘ୍ର ଭାଇରାଲ ହୋଇ ଯାଇଥିଲା । ସମସ୍ତେ ଏହାକୁ ବହୁତ ଭଲ ପାଇବା ଦେଇଥିଲେ । କୋଟି କୋଟି ସଂଖ୍ୟାରେ ଲୋକ ଏହି ଗୀତକୁ ଦେଖିଥିଲେ ଆଉ ଏହାର ଆନନ୍ଦ ଉଠାଇଥିଲେ । ଏହାବ୍ୟତୀତ ଅଭିଲିପ୍ସାଙ୍କୁ ମଧ୍ୟ ଲୋକମାନେ ଜାଣିବା ଆରମ୍ଭ କରିଦେଇଥିଲେ । ଏହି ଗୀତ ଅଭିଲିପ୍ସାଙ୍କର ପରିଚୟ ମଧ୍ୟ ପାଲଟି ଯାଇଥିଲା ।

କିନ୍ତୁ ବର୍ତ୍ତମାନ ସମୟରେ ଏହି ଗୀତକୁ ନେଇ ଆସିଛି ଏକ ଦୁଃଖ ଖବର । ଏହି ଗୀତକୁ ୟୁଟ୍ୟୁବରୁ ହଟାଇ ଦିଆଯାଇଛି । ଏକ ବିଶେଷ ସୂତ୍ରରୁ ଜଣାପଡିଛି କି , ଏହି ଗୀତଟି ଉପରେ କପି ରାଇଟ ଲାଗି ଯାଇଥିଲା ଆଉ ଯେଉଁଥିପାଇଁ ଏହାକୁ ହଟାଇବାକୁ ବାଧ୍ୟ ହେଲେ । ଏହାବ୍ୟତୀତ ଏଭଳି ଶୁଣିବାକୁ ମିଳୁଛି କି , ଏହାକୁ ଅନ୍ୟ ଏକ ଗୀତରୁ କପି କରାଯାଇଥିଲା ଆଉ ଯେଉଁଥିପାଇଁ ପରିସ୍ଥିତି ଏଭଳି ସୃଷ୍ଟି ହେଲା । ଆଉ ୟୁଟ୍ୟୁବରୁ ଏହାକୁ ଡିଲିଟ କରାଗଲା ।

Leave a Reply

Your email address will not be published. Required fields are marked *