ପିଣ୍ଟୁ ନନ୍ଦଙ୍କୁ ନେଇ ବିକାଶ କହିଲେ ଏପରି କଥା , ଯଦି ଭାଉଜ ରହିଥାନ୍ତେ ତାଙ୍କ ପାଖରେ , ତାଙ୍କର ଏପରି ହୋଇ ନଥାନ୍ତା

ଆଖି ବୁଜି ଦେଲେ ପିଣ୍ଟୁ ନନ୍ଦ । କାହା ପାଖରେ କିଛି କହିବା ପାଇଁ ଶବ୍ଦ ନାହିଁ । ସମସ୍ତେ ହୋଇ ଯାଇଛନ୍ତି ସ୍ତବ୍ଧ । କାହା ମୁହଁରେ ଆଉ କଥା ନାହିଁ କି କାହାର ଆଖି ଆଉ ଶୁଖିଲା ନାହିଁ । ସମସ୍ତଙ୍କ ଆଶା ଭରସା ରହିଥିଲା ଯେ , ପିଣ୍ଟୁ ନନ୍ଦ ପୁଣିଥରେ ଭଲ ହୋଇ ଫେରି ଆସିବେ କିନ୍ତୁ କିଛି ହୋଇ ପାରିଲା ନାହିଁ । ସମସ୍ତଙ୍କ ଆଶା ସେହି ଆଶାରେ ରହିଗଲା । ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଗଲେ । ଏପଟେ ତାଙ୍କ ପରିବାର ଆଉ ତାଙ୍କ ଫ୍ୟାନ ମାନେ ପୁରାପୁରି ଭା-ଙ୍ଗି ପଡିଛନ୍ତି । ଯେଉଁ ଓଡ଼ିଶାର ଲୋକ ମାନଙ୍କର ଭରସା ଆଉ ଭଗବାନଙ୍କ ପାଖରେ ପ୍ରାର୍ଥନା ରହିଥିଲା କି , ପିଣ୍ଟୁ ନନ୍ଦ ଭଲ ହୋଇ ଆସନ୍ତୁ , ତାଙ୍କ କଥା ଭଗବାନ ରଖିଲେ ନାହିଁ । ସବୁକିଛି ବର୍ତ୍ତମାନ ସମୟରେ ଶେଷ ହୋଇ ଯାଇଛି । ବାସ୍ ଚାରିଆଡ଼େ କାନ୍ଦ ଚିତ୍କା-ରରେ ଫା-ଟି ଯିବାର ଦେଖା ଯାଇଥିଲା ।

ତେବେ ଗତକାଲି ପିଣ୍ଟୁ ନନ୍ଦଙ୍କ ଶେଷଯାତ୍ରା ଶେଷ ହୋଇ ଯାଇଛି । ନିଜ ଜୀବନର ଶେଷ ଆଶା ରହିଥିଲା କି , ମରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ମୋତେ ପୋ-ଡ଼ି ଦେବ । ଆଉ ସେହା ହିଁ ହୋଇଥିଲା । ଗତକାଲି ସମସ୍ତ ରୀତିନୀତି ଅନୁଯାୟୀ , ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା । ଏହି ସମୟରେ ତାଙ୍କର ସମସ୍ତ ପରିବାର ଲୋକ ଉପସ୍ଥିତ ହୋଇ ରହିଥିଲେ। ଏହା ବ୍ୟତୀତ ସମସ୍ତ ବଡ ବଡ କଳାକାର ମଧ୍ୟ ଉପସ୍ଥିତ ରହିଥିଲେ ।

ସମସ୍ତଙ୍କ ଆଖିରେ ଲୁ-ହ ଛଡ଼ା ଆଉ ନଥିଲା କିଛି । ସମସ୍ତେ ପିଣ୍ଟୁ ନନ୍ଦଙ୍କୁ କେତେ ଭଲ ପାଉଥିଲେ , ତାହାର ଛାପ ସମସ୍ତଙ୍କ ଆଖିରେ କାଲି ଜଳ ଜଳ ହୋଇ ଦେଖା ଯାଉଥିଲା। ଏପରି ଅବେଳା ସମୟାରେ ସେ ସମସ୍ତଙ୍କୁ ଛାଡି ପଳାଇବେ ବୋଲି କାହାର କିଛି ଧାରଣା ନଥିଲା । ଆଉ ବୋଧ ହୁଏ ଏପରି ଶକ୍ତ ଝଟକା ସମସ୍ତଙ୍କୁ ଅଧିକ ଆଘାତ ଦେଇଛି । ସମସ୍ତେ ଭା-ଙ୍ଗି ପଡ଼ିଛନ୍ତି ।

ତେବେ ଏହାରି ମଧ୍ୟରେ ତାଙ୍କ ବନ୍ଧୁ ତଥା କଳାକାର ବିକାଶ ଦାସଙ୍କ ଏକ କଥା ସାମନାକୁ ଆସିଛି । କାନ୍ଦି କାନ୍ଦି ସେ ପିଣ୍ଟୁ ନନ୍ଦଙ୍କ କଥା ମନେ ପକାଇଛନ୍ତି । ସବୁବେଳେ ସେମାନେ କିପରି କାମ କରନ୍ତି ଆଉ ପିଣ୍ଟୁ ନନ୍ଦଙ୍କୁ ବିକାଶ ନିଜ ଗୁରୁ ଭାବରେ ଗ୍ରହଣ କରୁଥିବା କଥା ମଧ୍ୟ କହିଛନ୍ତି । ଜୀବନ ଯାତ୍ରାରେ ଅଧା ବାଟରେ ତାଙ୍କୁ ଛାଡି ଦେଇ ଚାଲିଗଲେ ପିଣ୍ଟୁ ବୋଲି ସେ କହିଛନ୍ତି ।

ପିଣ୍ଟୁ ତାଙ୍କ ବଡ ଭାଇ ଥିଲେ ଆଉ ତାଙ୍କର ସବୁ ସୁବିଧା ଅସୁବିଧା ସମୟରେ ତାଙ୍କ ପାଖରେ ଛିଡା ହେଉଥିବା କଥା କହିଥିଲେ ବିକାଶ । ତାଙ୍କ ପରିବାର ଲୋକଙ୍କୁ ନିଜ ପରିବାର ଭଳି ପିଣ୍ଟୁ ନନ୍ଦ ଭାବିଥିଲେ ଆଉ ସେଥିପାଇଁ ତାଙ୍କ ସାଥ ସବୁ କାମରେ ଦେଉଥିଲେ ବୋଲି ବିକାଶ କହିଛନ୍ତି । କିନ୍ତୁ ବର୍ତ୍ତମାନ ଆଉ କେହି ନାହିଁ ଆଉ କେହି ତାଙ୍କ ସାଥ ଦେବେ ନାହିଁ । କାହିଁକି ନା ପିଣ୍ଟୁ ନନ୍ଦ ତାଙ୍କୁ ଏକା କରି ଦେଇ ସବୁଦିନ ପାଇଁ ଚାଲି ଗଲେ ।

ଅନ୍ୟ ପକ୍ଷରେ ବିକାଶ ପିଣ୍ଟୁ ନନ୍ଦଙ୍କ ପରିବାର ବିଷୟରେ କହିଛନ୍ତି କି , ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କ ବାପା ମାଆ ଆଉ ଅବସ୍ଥାରେ ନାହାଁନ୍ତି । ବାପା ମା ଆଗରେ ପୁଅ ଚାଲିଯିବା କେତେ କ-ଷ୍ଟ ସେ କଥା କେବଳ ସେମାନେ ହିଁ ଜାଣିଛନ୍ତି । ଏହା ବ୍ୟତୀତ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ବିଷୟରେ ସେ କହିଛନ୍ତି କି , ଦୁହେଁ ଦୁହିଁଙ୍କ ଜୀବନ ଥିଲେ । ପିଣ୍ଟୁ ଘରକୁ ନ ଫେରିଲେ ସେ ଖାଉ ନଥିଲେ । ବାରମ୍ବାର ଫୋନ୍ କରି ଚାଲିଥିଲେ ଆଉ ଘରକୁ ଡ଼ାକିବାରେ ଲାଗିଥିଲେ ।

କିନ୍ତୁ ତାଙ୍କ ଶେଷ ସମୟରେ ତାଙ୍କ ପାଖରେ ନଥିଲେ ତାଙ୍କ ସ୍ତ୍ରୀ । କାହିଁକି ନା ବର୍ଷେ ହେଲାଣି ପିଣ୍ଟୁ ଆଉ ତାଙ୍କ ସ୍ତ୍ରୀ ଅଲଗା ହୋଇ ରହୁଥିଲେ । ଆଉ ସେଥିପାଇଁ ବୋଧ ହୁଏ ପିଣ୍ଟୁ ଏପରି ଭା-ଙ୍ଗି ପଡ଼ିଥିଲେ । ତେଣୁ ଏହି ପ୍ରକାରର କାମ କରି ଚାଲିଥିଲେ । ବିକାଶ କହିଛନ୍ତି କି , ଭାଉଜ ଆଜି ତୁମେ ଥିଲେ ଭାଇଙ୍କ ଏପରି ଅବସ୍ଥା ହୋଇ ନଥାନ୍ତା ।

Leave a Reply

Your email address will not be published. Required fields are marked *