ଦିନେଶଙ୍କ ଜୀବନ ପ୍ରତି ଅଛି ବିପଦ, ମା ଓ ମାମୁ ମାରିଦେବେ ଦିନେଶଙ୍କୁ : ଦୀପିକା

ଦୀପିକା ଓ ଦିନେଶଙ୍କ ଘଟଣାରେ ଦୀପିକା କଲେ ନୂଆ ଖୁଲାସା। କହିଲେ ଦିନେଶଙ୍କ ଜୀବନ ପ୍ରତି ଅଛି ବିପଦ। ଟଙ୍କା ପାଇଁ ଦିନେଶଙ୍କୁ ପରିବାର ଲୋକେ ବିଦା କରିଦେବେ। ସମ୍ପତ୍ତି ପାଇଁ ଦିନେଶଙ୍କ ଜୀବନ ନେଇ ପାରନ୍ତି ଦିନେଶଙ୍କ ମାମୁଁ ଓ ମା। କେବଳ ଏତିକି ନୁହେଁ ଦିନେଶଙ୍କୁ ପରିବାରରୁ ମଧ୍ୟ ଅଲଗା କରିଦେବାକୁ ଯୋଜନା କରାଯାଉଛି। ସେଥିପାଇଁ ପରିବାର ଠାରୁ ଦିନେଶଙ୍କୁ ସେମାନେ ଅଲଗା କରି ରଖୁଛନ୍ତି। ଏ କଥା ଆମେ କହୁନୁ ଆଜ୍ଞା ଏ କଥା କହିଛନ୍ତି ନିଜେ ଦୀପିକା।

ଦିନେଶଙ୍କ ପ୍ରେମିକା ଦୀପିକା ଯିଏ କି ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ସମୟ ଧରି ସ୍ତ୍ରୀର ହକ୍ ପାଇଁ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ସେ ନିଜେ ଆଜି ଏପରି କିଛି ଗଣ ମାଧ୍ୟମରେ ଅଭିଯୋଗ ଆଣିଛନ୍ତି। କହିଛନ୍ତି କି ଦିନେଶ ସମୟ ଥାଉ ଥାଉ ମୋ କଥା ମାନ ଏଭଳି ଷଡଯନ୍ତ୍ରକୁ ବୁଝିବାକୁ ଚେଷ୍ଟା କର। ଏବେ ବି ସମୟ ଅଛି ଦିନେଶ ତୁମେ ମୋ ପାଖକୁ ଫେରି ଆସ ଆମେ ପୁଣି ଥରେ ଆରମ୍ଭ କରି ପ୍ରେମର ନୂତନ ଅଧ୍ୟାୟ। ଯେଉଁଠି କେହି ନଥିବେ ଥିବା କେବଳ ତୁମେ ମୁଁ ଆଉ ଆମ ଭଲ ପାଇବାରୁ ଜନ୍ମ ନେଇଥିବା ଆମ ଛୁଆ ମାନେ ଆମ କୁନି ପୁଅ।

ଦେଖିବ ଦିନେଶ କିପରି ହସି ଉଠିବ ଆମ ସୁନା ସଂସାର। ଭଲ ପାଇବା ଆଉ ଆଉ ନିବିଡ଼ ସମ୍ପର୍କ ଉଦାହରଣ ସୃଷ୍ଟି କରିବ। ଏମିତି କହି ଦୀପିକା ଆଜି ଗଣମାଧ୍ୟମରେ ଦିନେଶଙ୍କୁ ସତର୍କ କରାଇବା ସହିତ ଆଉ ଥରେ ତାଙ୍କ ପାଖକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି। କେବଳ ଏତିକି ନୁହେଁ ଦୀପିକା କହିଛନ୍ତି କି ସେ ଜାଣିଛନ୍ତି ଦିନେଶ ତାଙ୍କ ଭଞ୍ଜନଗର ମାମୁଁଙ୍କ ସହ ରହିଛନ୍ତି। ତାଙ୍କ ପରିବାର ଲୋକେ ହିଁ ଦିନେଶ ଓ ତାଙ୍କୁ ଜାଣି ଜାଣି ମିଶିବାକୁ ଦେଉ ନାହାଁନ୍ତି। ଦୀପିକାଙ୍କ କହିବା ଅନୁଯାୟୀ ଦିନେଶ ଓ ଦୀପିକା ଯଦି ଏକାଠି ହୋଇଯିବେ ତେବେ କାଳେ ଦିନେଶ କିଛି ସମ୍ପତ୍ତି ପାଇଯିବେ ତେଣୁ ଦିନେଶ ଓ ଦୀପିକାଙ୍କ ମଝିରେ ତାଙ୍କ ପରିବାର ଲୋକେ ପାଚେରୀ ସାଜିଛନ୍ତି ।

କେବଳ ଏତିକିରେ ଦୀପିକା ଚୁପ ରହିନାହାନ୍ତି। ଦୀପିକା କହିଛନ୍ତି କି କେ ଜାଣେ କେତେବେଳେ ଦିନେଶଙ୍କୁ ସାଇଡ଼ କରି ଦିନେଶଙ୍କ ପରିବାର ଲୋକେ ତାଙ୍କର ଜୀବନ ନେଇ ନଯିବେ ସେ କଥା କିଏ କହିପାରିବ। ସମ୍ପତ୍ତି ଲୋଭରେ ହୁଏତ ଦିନେଶଙ୍କ ମା ମାମୁଁ ଓ ତାଙ୍କ ଭାଇ ନେଇ ଯାଇ ପାରନ୍ତି ଦିନେଶଙ୍କ ଜୀବନ।

କାଳେ ଦିନେଶ ରହିଲେ ଦିନେଶ ଓ ଦୀପିକାଙ୍କ ପୁତ୍ର ସମ୍ପତ୍ତି ପାଇଯିବେ ତେଣୁ ଦୀପିକା ସନ୍ଧେହ କରୁଛନ୍ତି କି ଦିନେଶଙ୍କ ଜୀବନ ପ୍ରତି ଏବେ ବିପଦ ଅଛି ତେଣୁ ସେ ଦିନେଶଙ୍କୁ ତାଙ୍କ ପାଖକୁ ଆସିବାକୁ କହିଛନ୍ତି। ଆଉ ପୁଣି ଘରେ ଭାଙ୍ଗି ଯାଇଥିବା ସଂସାରକୁ ନୂଆ କରି ଆରମ୍ଭ କରିବାକୁ ଦିନେଶଙ୍କୁ ଅନୁରୋଧ କରିଛନ୍ତି।ଦିନେଶ ବୁଝି ପାରୁ ନାହାଁନ୍ତି ତାଙ୍କ ପରିବାର ଲୋକଙ୍କ ଚକ୍ରାନ୍ତ। କାହିଁକି ତାଙ୍କ ପରିବାର ଲୋକେ ତାଙ୍କ ସାଥିରେ ମତେ ମିଶିବାକୁ ଦେଉ ନାହାଁନ୍ତି ସେ କଥା ଦିନେଶ ଥରେ ହେଲେ ଭାବୁ ନାହାଁନ୍ତି।

ତେଣୁ ଦୀପିକା ଦିନେଶଙ୍କୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି କି ଦିନେଶ ତୁମେ ଥରେ ଥଣ୍ଡା ଦୀମାଗରେ ଚିନ୍ତା କର। ଆମ ଭଲ ପାଇବାକୁ ମନେ ପକାଅ ଦେଖିବ ତୁମର କେହି କିଛି କରି ପାରିବେ ନାହିଁ। ଆମେ ପୂର୍ବରୁ ଯେମିତି ହାତରେ ହାତକୁ ଧରି ପାଦରେ ପାଦ ମିଶାଇ ବାଟ ଚାଲୁଥିଲେ ଠିକ ସେମିତି ପୁଣି ଥରେ ଏ ଜୀବନର ଅଙ୍କା ବଙ୍କା ରାସ୍ତାକୁ ସାଥିହୋଇ ଅତିକ୍ରମ କରିବା। ଏମିତି କହି ଦିନେଶଙ୍କୁ ଦୀପିକା ତାଙ୍କ ପାଖକୁ ଫେରିଆସିବାକୁ ଅନୁରୋଧ କରିଥିବା ବେଳେ କିଛି ଅଘଟଣ ଘଟିବା ପୂର୍ବରୁ ଦିନେଶ ଦୀପିକାଙ୍କ ପାଖକୁ ଫେରି ଆସିଲେ ତାଙ୍କ ଭଲ ପାଇବା ପୂର୍ବ ପରି ହୋଇ ପାରିବ ବୋଲି ଦୀପିକା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *