ସତ ହେଲା କି ମାଳିକା ବଚନ ? ନାରୀ ଆଗରେ ପୁରୁଷ ସତରେ ମେଣ୍ଡା ପାଲଟିଗଲେ !

ବର୍ତ୍ତମାନର ପରିସ୍ଥିତିକୁ ଦେଖି ପୁରୁଷଙ୍କ ପାଇଁ ଲଢ଼ୁଥିବା ବ୍ୟୋମକେଶ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସେ କହିଛନ୍ତି କି ପରିସ୍ଥିତି ଏପରି ହେଲାଣି କି ପୁରୁଷ ମାନେ ବର୍ତ୍ତମାନ ନାରୀ ମାନଙ୍କ ପାଖରେ ମେଣ୍ଡା ପାଲଟି ଜାଇଛନ୍ତି । ଯାହାର ଉଦାହରଣ ଦେବାକୁ ଯାଇ ଓକିଲ ବ୍ୟୋମକେଶ ତ୍ରିପାଠୀ ବର୍ତ୍ତମାନ ଚର୍ଚ୍ଚାରେ ଥିବା ସୁନ୍ଦରୀ ଅର୍ଚ୍ଚନାଙ୍କ ଉଦାହରଣ ଦେଇଛନ୍ତି। କିପରି ଜଣେ ସାଧାରଣ ମହିଳା ବଡ଼ ବଡ଼ ବ୍ୟକ୍ତି ମାନଙ୍କୁ ନାଚଉ ଥିଲେ ତାହା ସେ କହିଛନ୍ତି।

ତେବେ ଆହୁରି ମଧ୍ୟ କହିଛନ୍ତି କି ମାଳିକାରେ ଦିନେ ମହାପୁରୁଷ ଲେଖି ଦେଇ ଯାଇଥିଲେ ଏମିତି ଏକ ସମୟ ଆସିବ ଯେତେବେଳେ କି ମହିଳା ମାନେ ବହୁତ ପାୱାର ଫୁଲ ହୋଇଯିବେ ତେବେ ସେତେବେଳେ ବଡ଼ ବଡ଼ ପାୱାରଫୁଲ ପୁରୁଷ ମେଣ୍ଡା ହୋଇଯିବେ। ବର୍ତ୍ତମାନ ସେହି ଅବସ୍ଥା ଆସିଛି କି ଜଣେ ସାଧାରଣ ମହିଳା ନିଜ ରୂପରେ ପ୍ରଥମେ ବିମୋହିତ କରି ବଡ଼ ବଡ଼ ନେତା,ମନ୍ତ୍ରୀ,ରାଜନେତା,ଫିଲ୍ମ ପ୍ରଯୋଜକ,ପୋଲିସ ଅଫିସର ଙ୍କ ଭଳି ବଡ଼ ବଡ଼ ଲୋକଙ୍କୁ ମେଣ୍ଡା କରାଇଦେଇଥିଲେ। ତେବେ ବ୍ୟୋମକେଶ ତ୍ରିପାଠୀଙ୍କ କହିବା ଅନୁସାରେ ଗୋଟେ ମହିଳା ଯେତେବେଳେ ଜଣେ ପ୍ରତିଷ୍ଠିତ ପୁରୁଷଙ୍କୁ ତାଙ୍କର କିଛି ଖରାପ ଭିଡିଓ ପଠାଇ ବ୍ଲାକମେଲ କରେ ସେତେ ବେଳେ ସେହି ବ୍ୟକ୍ତି ଜଣଙ୍କ କେବେ ହେଲେ ନିଜର ମାନ ସମ୍ମାନ ଇଜତ କୁ ପଦାକୁ ଆଣେ ନାହିଁ କି ପୋଲିସର ଆଶ୍ରୟ ମଧ୍ୟ ନେଇ ପାରେ ନାହିଁ।

ସୁନ୍ଦରୀ ଅର୍ଚ୍ଚନାଙ୍କ ଘଟଣା ଏକ ସମ୍ବେଦନଶୀଳ ଘଟଣା ଏହି ଘଟଣାକୁ ବର୍ଣ୍ଣନା କରିବା ଅସମ୍ଭବ ବୋଲି ମଧ୍ୟ ସେ କହିଥିଲେ। ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ଏହି ଭଳି ଘଟଣା ରାଜଧାନୀରେ ପ୍ରଥମ ଘଟଣା ନୁହେଁ ଏଇ ଭଳି ହଜାର ହଜାର ବ୍ଲାକମେଲ କରୁଥିବା ବେଳେ କିଏ ଧରା ପଡୁଛନ୍ତି ତ ଆଉ କିଏ ଖସି ଯାଉଛନ୍ତି। ତେବେ ଯେଉଁ ମାନେ ଚୋର ହେଉଛନ୍ତି ଯେଉଁ ମାନେ ଡକାୟତ ହେଉଛନ୍ତି ସେମାନଙ୍କ ଇତିହାସ ଯଦି ଦେଖାଯିବ ତେବେ ଅନେକ ଘଟଣା ସାମ୍ନାକୁ ଆସିବ।

ତେବେ ଏଇ କେବଳ ଗୋଟିଏ ଅର୍ଚ୍ଚନା କେଶ ସାମ୍ନାକୁ ଆସିଲା ତାହା ନୁହେଁ ଏଇ ଭଳି ଅନେକ ଘଟଣା ଘଟୁଥିବ ସମାଜରେ ଯାହା ଲୋକ ଲଜ୍ୟାରେ ଜଣେ ଲୁଟର ଶିକାର ହେଉଥିଲେ ସୁଦ୍ଧା କହିପାରୁନଥିବ। ଯେତେବେଳେ ସୁନ୍ଦରୀ ଅର୍ଚ୍ଚନା ତାଙ୍କର ସାମ୍ରାଜ୍ୟ ବିସ୍ତାର କଲେ ସେତେବେଳେ କେହି କଣ ଜାଣି ପାରିଲେ ନାହିଁ କାହିଁକି କେହି ଜଣେ ହେଲେ ଅର୍ଚ୍ଚନାଙ୍କ ବିରୋଧରେ ମୁହଁ ଖୋଲିଲେ ନାହିଁ।

ଅର୍ଚ୍ଚନା ଯେତେବେଳେ ବଡ଼ ବଡ଼ ହାଇ ପ୍ରୋଫାଇଲ ଲୋକଙ୍କୁ ଫସାଇ ତାଙ୍କ ଠାରୁ ଟଙ୍କା ଲୁଟୁଥିଲେ ସେତେବେଳେ କାହିଁକି ସେମାନେ ପୋଲିସର ଆଶ୍ରୟ ନେଇନଥିଲେ। ଯେହେତୁ ସେମାନଙ୍କର ସମ୍ମାନକୁ ଡର ଥିଲା ସମାଜ କଣ କହିବ ସେ ପାଇଁ ସମାଜକୁ ଭୟ ଥିଲା ତେଣୁ ସେମାନେ ପୋଲିସର ଆଶ୍ରୟ ନେଇନଥିବା କୁହାଯାଉଛି । ହେଲେ ସବୁଦିନ ଅର୍ଚ୍ଚନା ଙ୍କ ଏକ ପାଖିଆ ଖେଳ ଚାଲିଥାନ୍ତା ତାହା ଅସମ୍ଭବ ଯେପରି ରାତି ପରେ ସକାଳ ଆସେ ସେହିପରି ଅର୍ଚ୍ଚନାଙ୍କ ସେର ମାଣ ପୁରିଯିବା ପରେ ଅର୍ଚ୍ଚନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି।

ଏହି ଘଟଣା କେବଳ ରାଜଧାନୀରେ ନୁହେଁ ବଂର ରାଜ୍ୟର ପ୍ରତ୍ୟକ ଟି ଘରେ ଘରେ ଗଳି କନ୍ଦିରେ ଚର୍ଚ୍ଚା ପାଲଟିଛି। ଜଣେ ସାଧାରଣ ମହିଳାଙ୍କ ଏପରି ଅସାଧାରଣ କାର୍ଯ୍ୟ ଯିଏ ଶୁଣୁଛନ୍ତି ସେ ମୁଣ୍ଡରେ ହାତ ଦେଉଛନ୍ତି। ନାରୀ ନୁହେଁ ମାୟାବିନୀ ଆଉ ଏହି ମାୟାବିନୀର ମାୟା ଜାଲରେ ଫସି ଅନେକ ଜଣ ଅନେକ କିଛି ହରାଇଥିବା ଲୋକେ କହୁଛନ୍ତି।

ତେବେ ବର୍ତ୍ତମାନ ଭୁବନେଶ୍ୱର କମିଶନରେଟ ପୋଲିସ ଅର୍ଚନାଙ୍କୁ ଗିରଫ କରିଥିବା ବେଳେ ତାଙ୍କର ଘର ଗାଡି ଘୋଡା କୁ ନେଇ ମଧ୍ୟ ତାଲାସୀ ଜାରି ରହିଛି କିପରି ଜଣେ ମହିଳା ଏପରି ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। କିପରି ତାଙ୍କର ଏତେ ସାହସ ହେଲା ବଡ଼ ବଡ଼ ଧନୀ ବ୍ୟକ୍ତିଙ୍କ ଠାରୁ ଲୁଟ କରିବାକୁ। ସୁନ୍ଦରୀ ଅର୍ଚ୍ଚନାଙ୍କ ସାହାସ ଆଗରେ ସମସ୍ତେ ହାର ମାନି ଯାଉଛନ୍ତି। ତେବେ ଏହି ଭଳି କିଛି ମହିଳାଙ୍କ ପାଇଁ ସମାଜ ଖରାପ ଦିଗକୁ ଗତି କରିବା

ସହିତ ଲୋକଙ୍କର ଅନ୍ୟ ମହିଳାଙ୍କ ଉପରୁ ଭରସା ଉଠି ଯାଉଥିବା କହୁଛନ୍ତି। ବିନା ପରିଶ୍ରମରେ ଧନୀ ହେବଠୁ ଭଲ ନିଜ ପରିଶ୍ରମରେ ନିଜ ଝାଳ ବୁହା ଧନରେ ଝାଟି ମାଟିର ଘର କରି ରହିବା ଭଲ। ତେବେ ବର୍ତ୍ତମାନ ପୋଲିସ ଏହି ମହିଳାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଘଟଣାର ଶେଷ କଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *