ଦୀପିକାର ଛୁଆକୁ କୋଳେଇ ନେଲା ବାପା ଦିନେଶ।

ଧନ, ମୋ ଧନ କାଇଁ। ବାବା ତୁ ମତେ କ୍ଷମା କରିଦେବୁ ରେ ତତେ ମୁଁ ବହୁତ କଷ୍ଟ ଦେଲିନି। ତୁ ମୋ ପୁଅ ହଁ ହଁ ତୁ କେବଳ ମୋ ପୁଅ। ହାତରେ ଚକଲେଟ ପୁଅ ପାଇଁ ପୁଅ ମନ ପସନ୍ଦର ଖେଳନା ଧରି ବାପା ଦିନେଶ ଆସିଥିଲା ପୁଅ ପାଖକୁ। ପୁଅକୁ ଧରି ଅନେକ ଗେଲ କଲା। ପୁଅକୁ କହିଲା ତତେ ବାପା ର ପରିଚୟ ମିଳିଗଲା। ମୁଁ ଆଉ ତୋ ମା ଦୁହେଁ ମିଶି ଆମେ ଅନେକ କଷ୍ଟ ତତେ ଦେଇଛୁ।

ଏବେ ଠୁ ମୁଁ ତତେ କୋଳେଇ ନେଉଛି। ଶୁଣେ ଧନ ତୁ ନା ଏଥର ମୋ ପାଖେ ରହିବୁ ମୁଁ ତତେ ବହୁତ ଭଲ ପାଇବା ଦେବି ଆ ଜହ୍ନ ମାମୁଁ ସରଗ ଶଶୀ ଗୀତ ମୁଁ ତତେ ଗାଇକି ଶୁଣାଇ ଦେବି। ଆମେ ସାଥି ହୋଇ ବୁଲିବାକୁ ଯିବା। ତୁ ମୋ ପିଠିରେ ବସିବୁ ମୁଁ ଘୋଡା ହେବି ତତେ ସାରା ଦୁନିଆ ବୁଲାଇ ଆଣିବି। ଏଥର ବାବା ତୋ ଠାରୁ ମତେ ଆଉ କେହି ହେଲେ ବି ଅଲଗା କରି ପାରିବେନି। ତୁ, ମୁଁ ଆଉ ତୋ ମାମା ଆମେ ତିନି ଜଣ ମିଶି ଖୁବ ଖୁସିରେ ରହିବା।

ଜୀବନରେ କେବେ କେବେ ମଣିଷ ଭୁଲ କରେ ଆଉ ସେହି ଭୁଲ ମୁଁ ମଧ୍ୟ କରିଥିଲି। ଜୀବନରେ କେବେ କେବେ ମଣିଷ କିଛି ଜାଣି ପାରେନି ସେ ଯାହା କରୁଛି ଠିକ କରୁଛି କି ଭୁଲ କରୁଛି। ସମୟ ବେଳେ ବେଳେ ଆମକୁ ଅନେକ ଶିକ୍ଷା ଦେଇଥାଏ। ତୋ ମାମା କୁ ଟିକେ ବୁଝାଇ ଦେବୁ ସେ ମୋ ପାଇଁ ବହୁତ କଷ୍ଟ ପାଇଲାଣି।

ତାକୁ କହିଦେବୁ କି ବାବା ଏଥର ତୁମ ମାନଙ୍କୁ ଛାଡି ଆଉ କୁଆଡେ ଜୀବନି। ମୁଁ ଏଥର ତୁମ ମାନଙ୍କ ପାଖରେ ରହିବି। ତୁମ ସାଥିରେ ରହି ତୁମ ମାନଙ୍କ ଦୁଃଖ କଷ୍ଟ ଦୂର କରିବି। ତୋ ମାମା କୁ ମୁଁ ନେଇଯିବି ତୋ ମାମା ମଥାରେ ମୁଁ ମୋ ନିଜ ହାତରେ ସିନ୍ଦୁର ଆଉ ନିଜ ହାତରେ ସଙ୍ଖା ପିନ୍ଧାଇବି। ସାରା ଦୁନିଆ ଦେଖିବ ମୁଁ ଦୀପିକାକୁ ସ୍ତ୍ରୀ ଭାବେ କିପରି ଗ୍ରହଣ କଲି ବୋଲି। ଏଥର ଯିଏ ଯାହା କହୁଛି କହୁ ମୁଁ କିନ୍ତୁ ମୋ ସ୍ତ୍ରୀ ଆଉ ମୋ ପିଲା ସାଥିରେ ରହିବି।

ଦୀପିକା ଖିଲି ଖିଲି ହୋଇ ହସୁଛନ୍ତି ମନରେ ଲକ୍ଷେ ଟଙ୍କିଆ ହସ ଅଛି। କାରଣ ହେଉଛି ଯେଉଁଥି ପାଇଁ ଦୀପିକା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର ଦିନେଶଙ୍କ ଘର ଆଗରେ ମାସ ପରେ ମାସ ଧାରଣାରେ ବସୁଥିଲେ ସେହି ଦିନେଶ ଆଜି କୁଆଡେ ଆସି ଦୀପିକାଙ୍କ ପୁଅକୁ କୋଳେଇ ନେଇଛନ୍ତି। ପୁଅ ପାଇଁ ପୁଅ ମନ ପସନ୍ଦର ଖେଳନା,ଚକଲେଟ ବି ସାଥିରେ ଆଣିକି ଆସିଥିଲେ। ଦୀପିକା କିନ୍ତୁ ଦିନେଶଙ୍କୁ ଦେଖି ଧାଇଁ ଯାଇ ନଥିଲେ। କାରଣ ଦୀପିକା ରାଗି ଯାଇଥିଲେ କି ଦିନେଶ ତାଙ୍କ ସହ ଯାହା କରିଛନ୍ତି ତାଙ୍କୁ ଯେତିକି କଷ୍ଟ ଦେଇଛନ୍ତି। ତାକୁ ଦୀପିକା ଭୁଲି ପାରୁ ନାହାଁନ୍ତି।

ହେଲେ ଦିନେଶ ଯେତେବେଳେ ଆସିଲେ ଦୀପିକା ଦିନେଶ ପାଖକୁ ପୁଅକୁ ଛାଡି ଦେଇ ରହିଗଲେ। ଆଉ ଦିନେଶ ମଧ୍ୟ ଦୀପିକାଙ୍କ ପାଖକୁ ଆସିବାକୁ ସାହାସ କରି ପାରୁ ନଥିଲେ ହେଲେ ଦିନେଶ ଯେତେବେଳେ ପୁଅକୁ କୋଳେଇ ନେଇ ପୁଅକୁ ଗେଲ କରୁଥିଲେ ଦୀପିକା ଟିକେ ଦୂରରୁ ଦେଖି ଚାହିଁକି ଖୁସି ହେଉଥିଲେ।

ଏହି ସମୟରେ ହଟାତ ଜଣେ ଆସି କହିଲେ ଦୀପିକା ଆଜି ଦିନେଶ ଆସିବେ ନାହିଁ। ଆଉ ଅନ୍ୟ ଏକ ଦିନକୁ ତାରିଖ ରଖା ଗଲା। ଦୀପିକାଙ୍କ ଭାବନା ହଟାତ ଭାଙ୍ଗିଗଲା। ଭୋ ଭୋ ହୋଇ କାନ୍ଦି ପକାଇଲେ ଦୀପିକା। ଆଉ ଭାବିଲେ କେବେ ମୋ ଭାବନା ସତ ହେବ। କେବେ ଦିନେଶ ଆସି ମତେ ମୋ ଛୁଆକୁ କୋଳେଇ ନେବେ।

ଏମିତି ଭାବି ଦୀପିକା ବହୁତ କାନ୍ଦିଲେ ଆଉ ଶେଷରେ ନିରାଶ ହୋଇ ଫେରିଗଲେ। ଦିନେଶ ଦୀପିକାଙ୍କ ଘଟଣାକୁ ଏହାରି ଭିତରେ ଅନେକ ଦିନ ବିତି ଗଲାଣି ଦିନେଶଙ୍କ ଘର ବାହାରେ ବସି ବସି ଶେଷରେ ଦୀପିକା ମହିଳା କମିଶନରଙ୍କୁ ଭେଟିଛନ୍ତି ହେଲେ ଦିନେଶ କିନ୍ତୁ ଦୀପିକା ଯେଉଁ ଦିନ ଆସିଥିଲେ ସେ ଦିନ ଆସି ନଥିଲେ। ଦୀପିକାଙ୍କ ଭାବନା ଭାବନାରେ ରହିଯାଇଥିଲା।

Leave a Reply

Your email address will not be published. Required fields are marked *