କୁକୁରମାନଙ୍କୁ ଲାଗୁଥିଲା ଥଣ୍ଡା, ସେମାନଙ୍କୁ ଚାଦରରେ ଘୋଡାଇ ଦେଲା ଛୋଟ ପିଲା, ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡ଼ିଓ:-

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କେତେକ ବିପଜ୍ଜନକ ହୋଇଥିବା ବେଳେ କେତେକ ମଜାଦାର ହୋଇଥାଏ ତ ଅନ୍ୟ କେତେକ ପ୍ରେରଣାଦାୟକ ମଧ୍ଯ ହୋଇଥାଏ । ଆଜିକାଲି ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି । ଏହି ଭିଡିଓଟି ଏକ ଛୋଟ ପିଲାଟିର ଅଟେ । ଭିଡିଓରେ ଛୋଟ ପିଲାଟି ଘର ବାହାରେ ବସିଥିବା ଦୁଇଟି କୁକୁରକୁ ଚାଦର ଘୋଡ଼ାଉଥିବାର ଦେଖିବାକୁ ମିଳେ । ପିଲାଟିର ଏହି ଭିଡିଓ ଲୋକଙ୍କ ହୃଦୟ ଜିତୁଛି । ସମସ୍ତେ ପିଲାଟିର ପ୍ରଶଂସା କରୁଛନ୍ତି ।

ଭାଇରାଲ୍ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଦୁଇଟି କୁକୁର ରାସ୍ତା ପାର୍ଶ୍ୱରେ ବସିଛନ୍ତି । ସେମାନେ ଥଣ୍ଡା ଅନୁଭବ କରୁଛନ୍ତି । ଏହି ସମୟରେ ଏକ ଶିଶୁ ଏକ ଚାଦର ସହିତ ଆସି ଉଭୟ କୁକୁରକୁ ଭଲଭାବରେ ଘୋଡ଼ାଇ ଦିଏ ।ପିଲାଟି ଏପରି କରୁଥିବା ଦେଖି ସମସ୍ତେ ବହୁତ ଖୁସି ହେଉଛନ୍ତି । ଏହି ଭିଡିଓଟି ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଲୋକମାନେ କହିଛନ୍ତି ଯେ ଆମେ ସମସ୍ତେ ଏହି ପିଲାଠାରୁ ଶିକ୍ଷା ଗ୍ରହଣ କରିବା ଉଚିତ ଏବଂ ସମସ୍ତେ ଏହିପରି ପଶୁମାନଙ୍କୁ ସାହାଯ୍ୟ କରିବା ଉଚିତ ଏବଂ ସେମାନଙ୍କୁ ଭଲ ପାଇବା ଉଚିତ ।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦା ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି – ପିଲାମାନଙ୍କୁ ଦୟା ଶିଖାନ୍ତୁ, ବିଶ୍ୱଯୁଦ୍ଧ ହେବନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ 24 ହଜାରରୁ ଅଧିକ ଲୋକ ଦେଖିଛନ୍ତି । ଲୋକମାନେ ଭିଡିଓ ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି -“ଏହାକୁ କୁହାଯାଏ ହୃଦୟରୁ ପ୍ରେମ ।” ଅନ୍ୟ ଜଣେ ଲେଖିଛନ୍ତି – “ପଶୁମାନଙ୍କ ସହିତ କିପରି ବ୍ଯବହାର କରିବା ଉଚିତ୍ ଏକ ଛୋଟ ପିଲା ଭଲ ଭାବରେ ଜାଣେ ।”

Leave a Reply

Your email address will not be published. Required fields are marked *