ଯେଉଁ ବାପା ଦିନେ ହାତ ଧରି ଚଲେଇବା ଶିଖେଇ ଥିଲା, ସେହି ବାପାର ହତ୍ୟାକାରୀ ସାଜିଲା ପୁଅ…

ଦୁନିଆରେ ପିଲା ମାନଙ୍କୁ ବାପା ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗର୍ଭରେ ଧରି କେତେ କଷ୍ଟ ଯନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ।

ଆଜିର ମାନବ ସମାଜରେ ବାପା ମାଆ ହେଉଛନ୍ତି ଚଳନ୍ତି ଠାକୁର। ହେଲେ କିଛି କୁଳାଙ୍ଗର ସନ୍ତାନ ଚଳନ୍ତି ପ୍ରତିମୂର୍ତ୍ତି କୁ ଗୋଡ଼ରେ ଏଡେଇ ଦେଇ ନିଜ ସ୍ୱାର୍ଥ ସାଧନାରେ ଲିପ୍ତ ରହୁଛନ୍ତି। ଯାହାଙ୍କ ପାଇଁ ଆମେ ଆଜି ଆଜି ଦୁନିଆ ଦେଖୁଛେ ଯଦି ଆମେ ତାଙ୍କର ବୃଦ୍ଧ ବୟସରେ ଯତ୍ନ ନ ନେବା ତେବେ ଏହାର ପରିମାଣ ପରବର୍ତ୍ତୀ ସମୟରେ ଅତି ଭୟଙ୍କର ହୋଇଥାଏ। ଶାସ୍ତ୍ର ରେ ଲେଖା ହୋଇଛି ପିତା ସ୍ଵର୍ଗ, ପିତା ପରମେଶ୍ଵର, ପିତା ହିଁ ପରମ ଧର୍ମ, ପିତାରେ ହିଁ ପରମ ସୁଖ। ହେଲେ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ସେ ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡିବେ।

ମଦ୍ୟପାନ କରିବା ଏକ ଖରାପ ଅଭ୍ୟାସ ହୋଇଥାଏ। ମଦ ପିଇବା ଯୋଗୁଁ କାହାର ଏ ପର୍ଯ୍ୟନ୍ତ କିଛି ଭଲ ହୋଇ ନାହିଁ ବରଂ ମଦ୍ୟପାନ ଯୋଗୁଁ ଅନେକ ଲୋକଙ୍କ ଘର ସଂସାର ଭାଙ୍ଗିଛି। ବର୍ତ୍ତମାନ ସମୟରେ ଏକ ଖବର ମିଳିଛି ଯେ ରାଜସ୍ଥାନର ଚିତ୍ତୋରଗଡ ଜିଲ୍ଲାରେ ଜଣେ ପୁଅ ପିତା ମଦ୍ୟପାନର ଖରାପ ଅଭ୍ୟାସ ପାଇଁ ତାଙ୍କୁ ହତ୍ୟା କରିଛି।

ବାପାର ମଦ୍ୟପାନ ଭଳି ଖରାପ ଅଭ୍ୟାସ ପାଇଁ ଚିନ୍ତାରେ ଥିଲା ପୁଅ

ତେବେ ଏହି ଲୋମ ଟାଙ୍କୁରା ଘଟଣା ରାଜ୍ୟସ୍ଥାନର ଚିତ୍ତୋରଗଡ ଜିଲ୍ଲାର ସାଡ଼ସ ଠାରେ ଘଟିଛି। ତେବେ ମିଳିଥିବା ସୂଚନା ଅନୁସାରେ ରଣଭୀର ସିଂ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ମଦ୍ୟପାନ କରନ୍ତି। ସେ ପ୍ରତିଦିନ ମଦ୍ୟପାନ କରି ଘରେ ଗଣ୍ଡଗୋଳ ଆରମ୍ଭ କରନ୍ତି। ତାଙ୍କର ଏହି ଅଭ୍ୟାସ ଦ୍ୱାରା ପରିବାର ସଦସ୍ୟ ଅତ୍ୟନ୍ତ ବିରକ୍ତ ରହୁଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ପୁଅ ଯୁବରାଜ ସିଂ ତାଙ୍କ ପିତାଙ୍କୁ ହତ୍ୟା କରିବାର ଯୋଜନା ଆରମ୍ଭ କରିଥିଲେ। ସେ ଏକ ଷଡଯନ୍ତ୍ରରେ ତାଙ୍କ ପିତାଙ୍କୁ ହତ୍ୟା କରିଥିଲେ।

କ୍ଷେତରେ ମଦ ପିଆଇ ହତ୍ୟାକଲା ପୁଅ

ମିଳିଥିବା ଖବର ଅନୁସାରେ, ପୁଅ ବାପାକୁ କ୍ଷେତକୁ ନେଇ ବାପାକୁ ବହୁତ ମଦ ପିଇବା ପାଇଁ ଦେଇଥିଲା। ତେବେ ମଦ ଦେଖି ବାପାର ଲୋଭ ଲାଗି ଯାଇଥିଲା ଏବଂ ସବୁ ମଦ ପିଇବା ପରେ ବାପା ହୋଶରେ ନଥିଲା। ଶେଷରେ ପୁଅ ଏକ ଦଉଡି ଆଣି ବାପା ବେକରେ ଲଗେଇ ତଣ୍ଟି ଚିପି ହତ୍ୟା କରିଥିଲା। ତେବେ ପୁଅ ସେଠାରୁ ଘରକୁ ଚାଲି ଯାଇଥିଲା। କିନ୍ତୁ ସାରା ରାତି ବିତିଗଲା ପରେ ମଧ୍ୟ ରଣଭୀର ସିଂ ଘରକୁ ଫେରି ନଥିଲା। ଏହାପରେ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ ଏବଂ ଖୋଜିବାକୁ ଲାଗିଲେ। ତେବେ ରଣଭୀର ସିଂ କୁ ମୃତ ଅବସ୍ଥାରେ କ୍ଷେତରେ ପଡିଥିବାର ଦେଖିବାକୁ ପାଇଥିଲେ।

ଲମ୍ବା ସମୟ ପରେ ପୋଲିସ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲା।

ପୋଲିସକୁ ଖବର ଦେବା ପରେ ପୋଲିସ ହତ୍ୟାକାରୀକୁ ଖୋଜିବାକୁ ଲାଗିଲା। ସେ ପ୍ରଥମେ ମୃତ ପରିବାର ଲୋକଙ୍କ ବୟାନ ରେକର୍ଡ କରିବାକୁ ଲାଗିଲା ଏବଂ ରଣଭୀର ସିଂ ପୁଅ ଯୁବରାଜ ସିଂ ବାରମ୍ବାର ବୟାନ ବଦଳାଇବାର ଦେଖିବାକୁ ମିଳିଲା। ଏହାପରେ ପୋଲିସର ସନ୍ଦେହ ଯୁବରାଜ ସିଂ ଉପରେ ହୋଇଥିଲା। ପୋଲିସ କଠୋର ଭାବରେ ପଚାରିବା ପରେ ଯୁବରାଜ ସିଂ ସବୁ ସତକଥା ମାନି ଥିଲା।

Leave a Reply

Your email address will not be published. Required fields are marked *