ଦୁବାଇର ଧନୀ ବୟ, ତାଙ୍କୁ ଭେଟିବା ପାଇଁ ଆସନ୍ତି ସଲମାନ ଓ ଶାହରୁଖ। ଜାଣନ୍ତୁ କିଏ ଏହି ବାଳକ।

ବର୍ତ୍ତମାନ ସମୟରେ ଅନେକ ଲୋକ ଭୋଗବିଳସରେ ଜୀବନ ଅତିବାହିତ କରିବାକୁ ପସନ୍ଦ କରୁଛନ୍ତି। ତେବେ ଲୋକଙ୍କ ଇଚ୍ଛା କୁ ପୂର୍ଣ୍ଣ କରିବା ପାଇଁ ଅନେକ ଗୁଡିକ ସଂସ୍ଥା ଆଗକୁ ଆସୁଛନ୍ତି ଏବଂ ପ୍ରଚୁର ପରିମାଣରେ ଅର୍ଥ ଲାଭ କରୁଛନ୍ତି। ଯେପରି କି ଦୁବାଇ ଏକ ଏପରି ସ୍ଥାନ ଯେଉଁଠାରେ ଲୋକମାନେ ସମୟ ଅତି ବାହିତ କରିବା ପାଇଁ ଯାଆନ୍ତି।

ଯଦି ଭାରତର ସବୁଠୁ ଧନୀକ ବ୍ୟକ୍ତିଙ୍କ ନାମ ଉଠେ ତେବେ ସମସ୍ତଙ୍କ ମନରେ ମୁକେଶ ଅମ୍ବାନୀଙ୍କ କଥା ସାମ୍ନାକୁ ଆସିଥାଏ। ତେବେ ମୁକେଶ ଆମ୍ବାନୀ ଏ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ପହଁଞ୍ଚି ପାରିଛନ୍ତି ସେଥିପାଇଁ ନିଜର ପାରିଶ୍ରମିକ ମୁଖ୍ୟ ଅଟେ ବୋଲି ସେ ଅନେକ ଥର ମତ ଦେଇଛନ୍ତି। ତେବେ ଭାରତବର୍ଷର ବଡ଼ କମ୍ପାନୀ କଥା ଯେତେବେଳେ ଆସେ ସେତେବେଳେ ସମସ୍ତେଙ୍କ ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀ କଥା ହିଁ ମନ ପଡିଥାଏ।

ଭାରତ ଭଳି ଦୁବାଇର ଧନୀ ବାଳକ କଥା ମଧ୍ୟ ଯେତେବେଳେ କଥା ସାମ୍ନାକୁ ଆସେ ସେତେବେଳେ ରସିଦ ଙ୍କ କଥା ସମସ୍ତେ ଭାବନ୍ତି। ଯିଏକି ନିଜର ଜୀବନ ଶୈଳୀକୁ ନେଇ ସୋସିଆଲ ମିଡ଼ିଆରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ରସିଦ ବିଷୟରେ କହିବାକୁ ଯାଉଛୁ। କେଉଁଠୁ ଆସୁଛି ଟଙ୍କା ଆଉ କିପରି ଜୀବନ ଅତିବାହିତ କରନ୍ତି ଧନୀ ବୟ।

ତେବେ ଆପଣମାନେ ଜାଣିଛନ୍ତି ଯେ କିଏ ନିଜ ପରିଶ୍ରମ ଦ୍ୱାରା ଧନୀ ହୋଇଥାଏ ତ ଆଉ କେହି ଜନ୍ମ ନେବା ସମୟରେ ଚାନ୍ଦିର ଚାମୁଚ ସହ ଜନ୍ମ ନେଇଥାନ୍ତି। ଯାହାର ଅର୍ଥ ତାଙ୍କ ବାପା ମାଆ ଅର୍ଜିତ ଧନ ସମ୍ପତ୍ତି ରେ ବଡ ଲୋକ ହୁଅନ୍ତି। ତେବେ ରସିଦ ମଧ୍ୟ କିଛି ଏହିଭଳି। ବାପା କୋଟିପତି ଯାହାଫଳରେ ପୁଅ ମଧ୍ୟ କୋଟିପତି। ଆମେ ଆପଣଙ୍କୁ କହି ରଖୁଛୁ ଯେ ଆପଣ ଘରେ ବିଲେଇ ପାଳୁ ଥାଇ ପାରନ୍ତି ହେଲେ ରସିଦ ସଉକ ପାଇଁ ଘରେ ବାଘ ପାଳୁଛନ୍ତି। ଆପଣଙ୍କ ପାଖରେ ଗୋଟିଏ କିମ୍ବା ଅତି ବେଶୀରେ ଦୁଇଟି ଗାଡି ଥାଇ ପାରେ ହେଲେ ରସିଦଙ୍କ ପାଖରେ ଲାକଜୁରୀୟସ ଦାମୀ ସ୍ପୋର୍ଟସ କାର ଏବଂ ବାଇକ ରହିଛି।

ରସିଦ ବେଲ୍ ହୋଶା ଯିଏକି ୫ ଜାନୁଆରୀ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପିତାଙ୍କ ନାମ ମହମ୍ମଦ ବେଲ୍ ହୋଶା। ଯିଏକି ଦୁବାଇର ସମ୍ଭ୍ରାନ୍ତ ଏବଂ ଧନୀକ ଶ୍ରେଣୀର ଲୋକ ଅଟନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରସିଦ ଜଣେ ଦୁବାଇ ବାସିନ୍ଦା ହୋଇଥିଲେ ମଧ୍ୟ ତାଙ୍କ ଶରୀରର ଗଠନ ଶୈଳୀ ଜଣେ ଭାରତୀୟ ଲୋକ ବୋଲି ଦେଖା ଯାଆନ୍ତି। ତେବେ ତାଙ୍କୁ ସାକ୍ଷାତ କରିବା ପାଇଁ ବଲିଉଡର ବଡ଼ ବଡ଼ କଳାକାର ଯାଇଥାନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରସିଦଙ୍କ ଏକ ୟୁଟୁବ ଚ୍ୟାନେଲ ରହିଛି। ଏହି ଚ୍ୟାନେଲ ରେ ବର୍ତ୍ତମାନ ତାଙ୍କର ୩ ମିଲିୟନ ସବସ୍କ୍ରାଇବାର ଅଛନ୍ତି। ପ୍ରଥମେ ୪୦୦୦ ସବସ୍କ୍ରାଇବାର କରିବା ତାଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା। କିନ୍ତୁ ଯେତେବେଳେ ସେ ତାଙ୍କର ଜୋତା କଲେକ୍ସନ ଭିଡ଼ିଓ ଚ୍ୟାନେଲ ରେ ସେୟାର କଲେ। ଏହା ପରଠାରୁ ତାଙ୍କର ସବସ୍କ୍ରାଇବାର ବୃଦ୍ଧି ପାଇବାରେ ଲାଗିଲା। ସେ ଅନେକ ବଡ଼ ବଡ଼ କଳାକାରଙ୍କ ଠାରୁ ଆରମ୍ଭ କରି ଖେଳାଳିଙ୍କ ସହ ଫୋଟରେ ଥିବାର ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *