ଘରେ ଏକୁଟିଆ ଥିଲା ନୂଆ ବୋହୂ, ବଳା-ତ୍କାର କଲେ ଶ୍ୱଶୁର, ପତ୍ନୀଙ୍କୁ ସାହାଯ୍ୟ କରିବା ବଦଳରେ ତଲାକ୍ ଦେଲେ ସ୍ଵାମୀ:-

ଶ୍ୱଶୁର ଏବଂ ବୋହୂର ସମ୍ପର୍କ ବାପଝିଅର ସମ୍ପର୍କ ପରି । କିନ୍ତୁ କିଛି ଶ୍ଵଶୁର ବୋହୂକୁ ଖରାପ୍ ଦୃଷ୍ଟିରେ ଦେଖିନ୍ତି । ବର୍ତ୍ତମାନ ଉତ୍ତରପ୍ରଦେଶର ମୁରାଦାବାଦର ଏହି ଘଟଣାକୁ ନିଆଯାଉ । ଏଠାରେ ବିବାହର 11 ମାସ ମଧ୍ୟରେ ଶ୍ୱଶୁର ତାଙ୍କ ବୋହୂ ସହିତ ଖରାପ କାର୍ଯ୍ୟ କରିଥିଲେ ।

ବାସ୍ତବରେ ପୀଡିତା ମହିଳା କଟଘର ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା । ସେ 11 ମାସ ପୂର୍ବେ ସମ୍ୱାଲର ବହଜୋଇ ସ୍ଥିତ ରାମପୁରାର ଜଣେ ନିବାସୀଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା ।

କିନ୍ତୁ ବିବାହର ଚାରି ମାସ ମଧ୍ୟରେ ଶ୍ୱଶୁର ବୋହୂ ଉପରେ ଖରାପ ନଜର ପକାଇବା ଆରମ୍ଭ କଲେ । ବୋହୂର ଶାଶୁ ନାହାଁନ୍ତି, ତାଙ୍କର ମୃତ୍ୟୁ ହୋଇଯାଇଛି ।

କିଛି ମାସ ପର୍ଯ୍ୟନ୍ତ ବୋହୂ ତାଙ୍କ ଶ୍ୱଶୁରଙ୍କ କୁଦୃଷ୍ଟି ସହିଲେ । ସେ ମଧ୍ୟ ଏହି ବିଷୟରେ ତାଙ୍କ ସ୍ୱାମୀଙ୍କୁ ଅଭିଯୋଗ କଲେ, କିନ୍ତୁ ସ୍ଵାମୀ ଏଥିପ୍ରତି ବିଶେଷ ଧ୍ୟାନ ଦେଲେନାହିଁ । ବିବାହକୁ 11 ମାସ ହୋଇଥାଏ । ତା’ପରେ ଦିନେ ବୋହୂ ଘରେ ଏକୁଟିଆ ଥିଲା । ଏହା ଦେଖି ଶ୍ୱଶୁରଙ୍କର ଉଦ୍ଦେଶ୍ୟ ଆହୁରି ଖରାପ ହୋଇଗଲା ଏବଂ ସେ ବୋହୂ ସହିତ ଦୁ-ଷ୍କ-ର୍ମ କରିଥିଲେ ।

ଏହି ଘଟଣା ପରେ ବୋହୂ ଆଶ୍ଚର୍ଯ୍ୟ ହୋଇ ସମ୍ପୂର୍ଣ୍ଣ ଘଟଣା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ସ୍ୱାମୀ ତାଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ବଦଳରେ ତାଙ୍କୁ ମାର-ପିଟ ଏଵଂ ଝଗଡା କରିଥିଲେ । ଏହାପରେ ସେ ତାଙ୍କ ପତ୍ନୀଙ୍କୁ ତିନିଥର ତଲାକ୍ ତଲାକ୍ ତଲାକ୍ କହିଥିଲେ ।

ଏହି ଘଟଣା ପରେ ପୀଡିତା ନ୍ୟାୟ ଦାବି କରି କଟଘର ପୋଲିସ ଷ୍ଟେସନରେ ପହଞ୍ଚିଲେ । ଏଠାରେ ସେ ଶ୍ୱଶୁରଙ୍କ ସହ ପାଞ୍ଚ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କଲେ । ଏହି ପ୍ରସଙ୍ଗରେ ଏସଏସପି ବବଲୁ କୁମାର କହିଛନ୍ତି ଯେ ପୀଡିତା ତାଙ୍କ ଶ୍ୱଶୁରଙ୍କ ଉପରେ ବଳା-ତ୍କାର ଅଭିଯୋଗ ଆଣିଛନ୍ତି । ଶ୍ୱଶୁର ଏଵଂ ସ୍ୱାମୀଙ୍କ ସହିତ ପାଞ୍ଚ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଅଭିଯୁକ୍ତମାନେ ଫେରାର ଅଛନ୍ତି ଏବଂ ପୋଲିସ ସେମାନଙ୍କୁ ଖୋଜୁଛି ।

ଏହା ଅତ୍ୟନ୍ତ ଲଜ୍ଜାର ବିଷୟ ଯେ ଜଣେ ଶ୍ୱଶୁର ଏତେ ତଳକୁ ଖସିଗଲେ ଯେ ସେ ଝିଅ ସମାନ ତାଙ୍କ ବୋହୂକୁ ବଳା-ତ୍କାର କରିଛନ୍ତି । ଆଜ୍ଞା ହଁ, ଏହା ପ୍ରଥମ ଘଟଣା ନୁହେଁ ଯେଉଁଥିରେ କି ଜଣେ ଶ୍ୱଶୁର ତାଙ୍କ ବୋହୂକୁ ବଳା-ତ୍କାର କରିଛନ୍ତି ବରଂ ପୂର୍ବରୁ ମଧ୍ୟ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ତେବେ ଆମ ସମାଜ କେଉଁ ଦିଗକୁ ଯାଉଛି ତାହା ଭାବିଲେ ଭୟ ଲାଗୁଛି ।

Leave a Reply

Your email address will not be published. Required fields are marked *