ଦୁଇ ଚାପୁଡ଼ା ମାରି କହିଲା : ତୋ ପରି ସ୍ୱାମୀ ମୋର ଦରକାର ନାହିଁ…. ଭିଣେଇ ହେଉଛି ତା’ର ବଏଫ୍ରେଣ୍ଡ ! ସେ ତା ଭଉଣୀକୁ ବିବାହ ନ କରି ରଖିଛି

ଘରକୁ ବୋହୂ ଟିଏ ଆସିଲେ ଘର ହସ ଖୁସିରେ ପୂରି ଉଠେ। ସ୍ୱାମୀଠାରୁ ଆରମ୍ଭ କରି ଶାଶୁ ଶଶୁର ପର୍ଯ୍ୟନ୍ତ ସମସ୍ତେ ବୋହୂ ହାତରୁ ଖାଇବା ପାଇଁ ଚାହିଁ ବସିଥାନ୍ତି। କେବଳ ସେତିକି ନୁହେଁ ବୋହୂକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ଆମ ରାଜ୍ୟ ଓଡ଼ିଶାରେ ଏକ ସୁନାନାକୀ ବୋହୂର ଖବର ଖୁବ ଚର୍ଚ୍ଚା ଧରିଛି। ବିବାହର ୨୪ ଘଣ୍ଟା ହୋଇ ନାହିଁ ଶାଶୁ ଘର ଛାଡ଼ି ବାପ ଘରକୁ ଚାଲି ଯାଇଛି। କେବଳ ଚାଲି ଯାଇ ନାହିଁ ଯିବା ପୂର୍ବରୁ ସେ ଅନେକ କାଣ୍ଡ ଘଟେଇ ଦେଇ ଯାଇଛି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ବିବାହର ପ୍ରଥମ ରାତିରେ ସାମ୍ନାକୁ ଆସିଥିଲା ବୋହୂର ଅସଲ ଚେହେରା।

ଯୁବକ ଜଣକ ଚଳିତ ମାସ ୧୨ ତାରିଖରେ ନନ୍ଦିନୀ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ସେମାନଙ୍କ ବିବାହ ଦିନ ବେଳା ହୋଇଥିଲା ଯାହାକି ସରିବା ବେଳେକୁ ରାତି ହୋଇଯାଇଥିଲା। ତେବେ ଯୁବକ ଜଣକ ନିଜ ପତ୍ନୀଙ୍କ ପାଖରେ ବାଧା ଲାଗିବାରୁ ଶୋଇ ପଡ଼ିଥିଲେ। କିନ୍ତୁ ଯୁବତୀଙ୍କ ଆଖିରେ ଆସି ନଥିଲା ନିଦ।

ସ୍ତ୍ରୀ ନନ୍ଦିନୀ ପ୍ରାୟ ରାତି ୩ ଟା ସମୟରେ ନ-ଗ୍ନ ଅବସ୍ଥାରେ ନିଜ ଭିଣେଇ ଭାଇଙ୍କୁ କଲ୍ କରିଥିଲେ। ତେବେ କଥା ହେବା ସମୟରେ ଯୁବତୀଙ୍କୁ ସ୍ୱାମୀ ଦେଖି ଦେଇଥିଲେ। ଏହାପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କୁ ଭୁଲ ମାଗିଥିଲେ। ସେ ଆଗକୁ ଆଉ ଏଭଳି ଭୁଲ କରିବେ ନାହିଁ ବୋଲି ମଧ୍ୟ କହିଥିଲେ। ତେବେ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ କ୍ଷମା କରି ଦେଇଥିଲେ। ଏହାପରେ ଦୁହେଁ ଶୋଇ ପଡ଼ିଥିଲେ।

ତେବେ ବିବାହର ଦ୍ଵିତୀୟ ଦିନରେ ଯୁବତୀ ଜଣକ ମନ୍ଦିର ଯିବା ପାଇଁ ଜିଦ ଧରି ବସିଥିଲେ। ସେ ସ୍ୱାମୀକୁ ଜଣେଇ ଥିଲେ ଯେ ବାହାଘର ପରେ ସ୍ୱାମୀଙ୍କ ସହ ମନ୍ଦିର ଯିବେ ବୋଲି ମାନସିକ ରଖିଥିଲେ। ଏହାପରେ ଯୁବକ ଜଣକ ଲିଙ୍ଗରାଜ ମନ୍ଦିର ନେଇ ଯାଇଥିଲେ। ମନ୍ଦିର ବାହାରେ ଯୁବକଙ୍କ ଶଶୁର, ଭିଣେଇ ଓ ତାଙ୍କ ସ୍ତ୍ରୀ ଅପେକ୍ଷା କରିଥିଲେ। ତେବେ ନନ୍ଦିନୀ ତାଙ୍କ ପରିବାର ଲୋକଙ୍କୁ ଦେଖିବା ମାତ୍ରେ ସେ ନିଜ ପରିବାର ଲୋକଙ୍କ ପାଖକୁ ଚାଲି ଯାଇଥିଲା ଏବଂ ଭିଣେଇ ଭାଇ ସହ ଘରକୁ ଯିବେ ବୋଲି ଜିଦ କରିଥିଲେ।

ତେବେ ଯୁବତୀଙ୍କୁ ରୋକିବାରୁ ତାଙ୍କ ଘର ଲୋକେ ଲିଙ୍ଗରାଜ ମନ୍ଦିର ସାମ୍ନାରେ ଯୁବତୀଙ୍କୁ ମା-ଡ଼ ମାରି-ଥିଲେ। ଯୁବତୀ ଜଣକ କହିଥିଲେ ଯେ ତାଙ୍କର ସ୍ୱାମୀ କିଛି କରନ୍ତି ନାହିଁ ସେ ସମ୍ପୂର୍ଣ୍ଣ ରୂପେ ତାଙ୍କ ବାପା ଓ ମାଆଙ୍କ ଉପରେ ନିର୍ଭରଶୀଳ। ସେ ଠିକ ଭାବରେ କଥା ମଧ୍ୟ ହୋଇ ପାରନ୍ତି ନାହିଁ। ଯେଉଁଥିପାଇଁ ସେ ନିଜ ସ୍ୱାମୀକୁ ଛାଡି ଆସିବା ପାଇଁ ବାଧ୍ୟ ହେଲେ।

ଅନ୍ୟପଟେ ଯୁବକଙ୍କ କହିବାନୁଯାୟୀ, ସମସ୍ତ ଭୁଲ ତାଙ୍କ ପତ୍ନୀଙ୍କ। ନନ୍ଦିନୀ ର ବଏଫ୍ରେଣ୍ଡ ହେଉଛି ତା’ର ଭିଣେଇ ଭାଇ। କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି ଯେ ନନ୍ଦିନୀଙ୍କ ଭିଣେଇ ଭାଇ ନନ୍ଦିନୀଙ୍କ ଭଉଣୀକୁ ବିବାହ କରି ନାହାନ୍ତି ବରଂ ନିଜ ଘରେ ରଖିଛନ୍ତି। ତେବେ ନନ୍ଦିନୀ ମଧ୍ୟ ସେହିଭଳି ଗୋଟେ ଝିଅ।

Leave a Reply

Your email address will not be published. Required fields are marked *